Posted inଜାତୀୟ

କର୍ନାଟକ ନିର୍ବାଚନ: ୧୦ଟି ଗାଁ କରିବେ ଭୋଟ ବର୍ଜନ ନଚେତ ଦବାଇବେ ନୋଟା ବଟନ

ବେଙ୍ଗାଲୁରୁ,୨୦।୪: ଗତ ୧୦ ବର୍ଷ ହେବ ଅର୍କାବତି ନଦୀ ଘାଟିର ହ୍ରଦରେ ପ୍ରଦୂଷଣର ଗମ୍ଭିର ସମସ୍ୟାରେ ପେସି ହେଉଥିବା ଡୋଡ୍ଡାବଲ୍ଲାପୁର ବିଧାନସଭା ଅଞ୍ଚଳରେ ୧୦ରୁ ଅଧିକ ଗାଁର ଗ୍ରାମବାସୀ ସେମାନଙ୍କ ଦାବି ସ୍ପଷ୍ଟ କରି ପ୍ରାର୍ଥୀଙ୍କୁ ଚେତାବନୀ ଦେଇଛନ୍ତି। ୧୦ ମେ’ରେ ହେବାକୁ ଯାଉଥିବା କର୍ନାଟକ ବିଧାନସଭା ନିର୍ବାଚନକୁ ସେମାନେ ବର୍ଜନ କରିବେ ନଚେତ ଉପରୋକ୍ତ ମଧ୍ୟରୁ କେହି ନୁହେଁ(ନୋଟା)କୁ ବିକଳ୍ପ ଭାବେ ବାଛିନେବେ ବୋଲି କହିଛନ୍ତି। ଡୋଡ୍ଡାତୁମକୁରୁ ଓ ମଜାରା ହୋସାହଲ୍ଲି ଗ୍ରାମ ପଞ୍ଚାୟତ କେରେ ହୋରତା ସମିତି ଏ ସମ୍ପର୍କରେ ହସ୍ତାକ୍ଷର ଅଭିଯାନ ଆରମ୍ଭ କରିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି କି ବଶେଟ୍ଟିହଲ୍ଲି ଔଦ୍ଦୋଗିକ ଅଞ୍ଚଳରେ ଇଣ୍ଡଷ୍ଟ୍ରିର ବର୍ଜ୍ୟ ଜଳ ପ୍ରବାହରେ ଡୋଡ୍ଡାବଲ୍ଲାପୁର ସହର ନଗରପାଳିକା ପରିଷଦ ଓ ମଶେଟ୍ଟିହଲ୍ଲି ନଗର ପଞ୍ଚାୟତରୁ ସିଓ୍ବେଜ ପାଣିରୁ ମଜରା ହୋସାହଲ୍ଲି ଓ ଡୋଡ୍ଡା ତୁମକୁର ହ୍ରଦ ଅତ୍ୟଧିକ ପ୍ରଦୂଶିତ ହୋଇ ସାରିଛିି। ଏହାର ସଫେଇ ଉପରେ କେହି ଧ୍ୟାନ ଦେଉ ନାହାନ୍ତି।

ସମିତିର ସଦସ୍ୟ ବସନ୍ତ କୁମାର ଟିକେ କହିଛନ୍ତି, ଆମେ ୨୦୨୨ରୁ ଆମର ଲଢେଇ ବଢାଇ ଦେଇଛୁ, ଏବେ ଆମର ବିରୋଧ ଦାବି କରି ନିର୍ବାଚନକୁ ଏକ ଅସ୍ତ୍ର କରିବାକୁ ନିଷ୍ପତ୍ତି ନେଇଛୁ। ଡୋଡ୍ଡା ତୁମକୁରା ଗାଁରେ ଆମ ସପକ୍ଷରେ ୭୦୦ରୁ ଅଧିକ ଗ୍ରାମବାସୀ ହସ୍ତାକ୍ଷର କରି ସାରିଛନ୍ତି। ଏହି ଅଭିଯାନ ଅନ୍ୟ ଗାଁରେ ବି ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri