Posted inଫୁରସତ

ମୋ ସ୍ତ୍ରୀଙ୍କୁ ବଞ୍ଚାଅ…ବନ୍ୟାରେ ଫସିଥିବା ଦମ୍ପତ୍ତିଙ୍କ ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ

ଚାଇନାରେ ଭୟଙ୍କର ବନ୍ୟା ମଧ୍ୟରେ ଇଣ୍ଟରନେଟରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ବନ୍ୟାରେ ଫସି ରହିଥିବା ଜଣେ ବ୍ୟକ୍ତି ନିଜ ଜୀବନର ଚିନ୍ତା ନ କରି ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳକୁ ଅନୁରୋଧ କରୁଥିବାର ଦେଖାଯାଉଛି। ଏହି ୨୭ ସେକେଣ୍ଡର ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଲୋକମାନଙ୍କୁ ଭାବପ୍ରବଣ କରିଛି।

ଉତ୍ତର ଚାଇନାର ଅନେକ ଅଞ୍ଚଳ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା କବଳରେ ଅଛି। ଏହି ବନ୍ୟାରେ ଏକ ଦମ୍ପତି ଫସି ଯାଇଥିଲେ। ଯେତେବେଳେ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଲେ, ସ୍ବାମୀ ତୁରନ୍ତ କହିଲେ, ପ୍ରଥମେ ମୋ ସ୍ତ୍ରୀଙ୍କୁ ବଞ୍ଚାଅ, ସେ ପହଁରି ପାରନ୍ତି ନାହିଁ। ମୋ ବିଷୟରେ ଚିନ୍ତା କରନାହିଁ, ମୁଁ ଭଲ ଅଛି। ମୁଁ ପହଁରି ଜାଣିଛି। ତୁମେ ପ୍ରଥମେ ତାକୁ ସୁରକ୍ଷିତ ଭାବରେ ବାହାର କର। ବ୍ୟକ୍ତି ଜଣଙ୍କ ଏହା କହିବା ମାତ୍ରେ, ଉଦ୍ଧାରକାରୀ ଦଳ ପ୍ରଥମେ ମହିଳାଙ୍କୁ ସୁରକ୍ଷିତ ଭାବରେ ବାହାର କରନ୍ତି, ତା’ପରେ ସ୍ବାମୀଙ୍କୁ। ଏହା ପରେ ଉଭୟ ପରସ୍ପରକୁ ଆଲିଙ୍ଗନ କରନ୍ତି।

ଲିଉ ନାମକ ଏହି ବ୍ୟକ୍ତି କହିଛନ୍ତି, ବନ୍ୟାରେ ଫସି ରହିବା ପରେ ଉଭୟ ବହୁତ ଭୟଭୀତ ହୋଇଯାଇଥିଲେ। ବ୍ୟକ୍ତି ଜଣକ କହିଲେ, ମୋ ସ୍ତ୍ରୀ କାନ୍ଦିବାକୁ ଲାଗିଲେ କାରଣ ସେ ପହଁରି ଜାଣି ନ ଥିଲେ। କିନ୍ତୁ ଜଣେ ସାଥୀ ଭାବରେ, ମୋର ପ୍ରଥମ ଦାୟିତ୍ୱ ଥିଲା ତାଙ୍କୁ ବଞ୍ଚାଇବା। ଲିଉ ମଧ୍ୟ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଥିଲେ।
ଏହି ଭିଡିଓଟି ସୋସିଆଲ ମିଡିଆରେ ସମସ୍ତଙ୍କୁ ଭାବପ୍ରବଣ କରିଦେଇଛି। ଜଣେ ୟୁଜର୍ସ ଲେଖିଛନ୍ତି, ଏପରି ସ୍ବାମୀ ପାଇବା ସୌଭାଗ୍ୟର କଥା।


Enter your email to get our daily news in your inbox.

All Right Reserved By Dharitri.Com

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri