Posted inଭଦ୍ରକ

‘ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅ’

ଆରଡ଼ି,୨୨ା୫(ଡି.ଏନ.ଏ.): କରୋନା ମହାମାରୀ, ବନ୍ୟା, ବାତ୍ୟା ଆଦି ସମୟରେ ସେ ଗଁା ଗଁା ବୁଲି ଖାଦ୍ୟ ଯୋଗାଉଥିଲେ। ଲୋକଙ୍କ ସେବା କରୁଥିଲେ। ଏଥିସହ ସେ ବହୁ ଗରିବ ଲୋକଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିଛନ୍ତି। ଆଉ ଆଜି ତାଙ୍କ ଚିକିତ୍ସା ପାଇଁ ସହାୟତା ଲୋଡ଼ିଛନ୍ତି ପରିବାର ଲୋକେ। ସେ ହେଲେ ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଆରଡ଼ି ଗ୍ରାମର ସମର ପାଢ଼ୀ (୪୦)। ସମରଙ୍କୁ ଲିଭର ଜଣ୍ଡିସ ହୋଇଛି। ତାଙ୍କ ଲିଭର ସଂକ୍ରମିତ ହୋଇ ଅଚଳ ହେବା ଭଳି ପରିସ୍ଥିତି ଉପୁଜିଛି। ପରିବାର ଲୋକେ ଓଡ଼ିଶାର ବିଭିନ୍ନ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଇ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ ବି କୌଣସି ସୁଫଳ ମିଳିପାରି ନାହିଁ। ବୁଧବାର ତାଙ୍କୁ ହାଇଦ୍ରାବାଦସ୍ଥିତ ଗ୍ଲୋବାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାକାର ଡାକ୍ତର ଲିଭର ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ପ୍ରାୟ ୪୫ ଲକ୍ଷ ଟଙ୍କା ଆବଶ୍ୟକ। ଜମିବାଡ଼ି ସହ ଅନ୍ୟାନ୍ୟ ଜିନିଷ ବିକି ତାଙ୍କର ଚିକିତ୍ସା ଚାଲିଛି। ଆଉ ତାଙ୍କ ପାଖରେ ସମ୍ବଳ ନାହିଁ ବୋଲି ସମରଙ୍କ ସ୍ତ୍ରୀ ସସ୍ମିତା ପାଢ଼ୀ କହିଛନ୍ତି। ଏଥିସହ ତାଙ୍କ ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ ଆର୍ଥିକ ସହାୟତା ଲାଗି ସେ ଓଡ଼ିଶାବାସୀଙ୍କୁ ହାତଯୋଡ଼ି ସୋସିଆଲ ମିଡିଆ ମାଧ୍ୟମରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଭଦ୍ରକ,୧୬୧୨(ସନାତନ ରାଉତ): ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆଙ୍କୁ...

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri