ଖର୍ଚ୍ଚକାଟରୁ ସଞ୍ଚୟ

ଖର୍ଚ୍ଚକାଟ କରି ସମସ୍ତଙ୍କ ଅଜାଣତରେ ସଞ୍ଚୟ କରିବା ହେଉଛି ଏକ କଳା। ଆଉ ଏହି କଳାରେ ବେଶ୍‌ ପାରଙ୍ଗମ ଗୃହିଣୀମାନେ। ପରିବାରର ନିହାତି ଦରକାର ବେଳରେ ସେମାନେ ନିଜ ସଞ୍ଚିତ ଅର୍ଥକୁ ଦେଇ
ଗୃହଲକ୍ଷ୍ମୀର ନାଁକୁ ସାର୍ଥକ କରନ୍ତି…

ବେଳେବେଳେ ଏମିତି ପରିସ୍ଥିତି ଆସେ ଯେ ଟଙ୍କା ଯୋଗାଡ଼ କରିବା ବହୁ କଷ୍ଟକର ହୋଇପଡ଼େ। ଆଉ କେବେ ଦୁର୍ଯୋଗରୁ ବ୍ୟାଙ୍କରେ ଡିପୋଜିଟ୍‌ ଥିଲେ ବି ହଠାତ୍‌ ଟଙ୍କା ଉଠାଇବା ସମ୍ଭବ ହୋଇ ନ ଥାଏ। ଅବଶ୍ୟ ଏବେ ଡିଜିଟାଲ ଦେଣନେଣରେ ବହୁ ପ୍ରକାର ବ୍ୟବସ୍ଥା ଅଛି, କିନ୍ତୁ ସବୁ ସମୟରେ ବେଳେବେଳେ ନେଟ୍‌ୱାର୍କ ବି ଧୋକା ଦେବାକୁ ଭୁଲେନି। ଏମିତି ସମୟରେ ପରିସ୍ଥିତିକୁ ସମ୍ଭାଳି ନିଅନ୍ତି ଗୃହିଣୀ ମାନେ। ଘର ଖର୍ଚ୍ଚରୁ କାଟି ସମସ୍ତଙ୍କ ଅଜାଣତରେ ଲୁଚାଇ ରଖିଥିବା ଟଙ୍କା ଦେଇ ସେମାନେ ଅନେକ ସମୟରେ ବୋଝ ହାଲ୍‌କା କରିଦିଅନ୍ତି।
ଜରୁରୀ ଆବଶ୍ୟକତା: ଘରଖର୍ଚ୍ଚ ବାବଦରେ ଟଙ୍କା ଆଣି ସେଥିରୁ ବଳକା କରି ଲୁଚାଇ ରଖିବାକୁ ଗୃହିଣୀମାନେ ଭଲପାଆନ୍ତି। ଗୃହିଣୀମାନଙ୍କର ଏଇ ଗୁଣକୁ ସମସ୍ତେ ଜାଣିଥିଲେ ବି କେହି କେବେ ଖରାପ ଭାବନ୍ତି ନାହିଁ। କାହିଁକିନା ସେମାନେ ଲୁଚାଇ କରି ରଖିଥିବା ଟଙ୍କା ନିହାତି ଆବଶ୍ୟକ ସମୟରେ ଘରକାମ ପାଇଁ ହିଁ ଖର୍ଚ୍ଚ କରିଥାନ୍ତି। ବେଳେବେଳେ ଘରକୁ ଅତିଥି ଆସିଥିବା ସମୟରେ ସେମାନଙ୍କ ଚର୍ଚ୍ଚା ପାଇଁ ହେଉ କିମ୍ବା ଔଷଧ ପାଇଁ ଅବା ଅନ୍ୟ କୌଣସି ଆବଶ୍ୟକତା ପାଇଁ ହଠାତ୍‌ ଏଟିଏମ୍‌ରୁ ଟଙ୍କା ଉଠାଇବା ସମ୍ଭବ ନ ହେଲେ ସେମାନେ ହିଁ ନିଜ ପାଖରେ ରଖିଥିବା ଅର୍ଥକୁ ଦେଇ ସାହାଯ୍ୟ ପାଇଁ ଆଗେଇ ଆସନ୍ତି।
ମନର ଇଚ୍ଛା: ସ୍ବାମୀ କିମ୍ବା ଘରର ଅନ୍ୟମାନଙ୍କ ଅଜାଣତରେ ଲୁଚାଇ ରଖିଥିବା ଟଙ୍କାରେ ବେଳେବେଳେ ଗୃହିଣୀମାନେ ମନର କିଛି ଇଚ୍ଛାକୁ ପୂରା କରିଥାନ୍ତି। ଏଇ ଯେମିତି ଶାଶୁଙ୍କ ମନକଥା ବୁଝି ତାଙ୍କ ପାଇଁ କେବେ ନିଜ ଟଙ୍କାରେ ଗହଣା କିଣି ଦିଅନ୍ତି ତ କେବେ ପରିବାରର ଅନ୍ୟମାନଙ୍କ ପାଇଁ କିଛି କିଣି ଉପହାର ଦେଇଥାନ୍ତି। ଏହି ଗୁଣ ପାଇଁ ସେମାନେ ସମସ୍ତଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥାନ୍ତି। ଖାଲି ସେତିକି ନୁହେଁ, ନିଜେ କିଛି କିଣିବାର ଇଚ୍ଛାକୁ ଅନ୍ୟ କାହା ଉପରେ ବୋଝ କରିବାକୁ ନ ଦେଇ ସ୍ବାଧୀନଭାବେ କିଣିପାରନ୍ତି।
ଘରକୁ ସୁନ୍ଦର: କୁହାଯାଏ ଘରକୁ ସୁନ୍ଦର କରନ୍ତି ଗୃହିଣୀମାନେ। ଏହି ଉକ୍ତିକୁ ସାର୍ଥକ କରିବା ପାଇଁ ଗୃହିଣୀମାନେ ଖର୍ଚ୍ଚକାଟ କରି ଲୁଚାଇ ରଖିଥିବା ଅର୍ଥକୁ ବ୍ୟବହାର କରିଥାନ୍ତି। କାହିଁକିନା ଏହି ଅର୍ଥରେ ସେମାନେ ଘର ପାଇଁ ବିଭିନ୍ନ ଆସବାବପତ୍ର ବି କିଣିଥାନ୍ତି, ଯେଉଁଥିପାଇଁ ହୁଏତ ସେମାନଙ୍କୁ ଘରର ବଜେଟରେ ସୁଯୋଗ ମିଳି ନ ଥାଏ କିମ୍ବା ଅନାବଶ୍ୟକ ଖର୍ଚ୍ଚ କହି ସେଥିପାଇଁ ଘର ବଜେଟରେ ଟଙ୍କା ମିଳି ନ ଥାଏ।
ସମାଜସେବା: ନିଜ ଖର୍ଚ୍ଚ ସୀମିତକରି ଅନ୍ୟମାନଙ୍କ ପାଇଁ ବି ଚିନ୍ତା କରିଥାନ୍ତି କେତେଜଣ ଗୃହିଣୀ। ସମ୍ପର୍କୀୟ କିମ୍ବା ଅନ୍ୟ କାହାର ନିହାତି ଆବଶ୍ୟକତା ପୂରଣ କରିବା ପାଇଁ ବି ସେମାନେ ଏହି ଅର୍ଥକୁ ବ୍ୟବହାର କରିଥାନ୍ତି। ତେଣୁ ଘରର ଆର୍ଥିକ ସ୍ଥିତିରେ ବୋଝ ନ ହୋଇ ସେମାନେ ଖର୍ଚ୍ଚକାଟ ମାଧ୍ୟମରେ ସମାଜସେବା କରିବାର ଇଚ୍ଛାକୁ ବି ପୂରଣ କରିପାରନ୍ତି।
ଖର୍ଚ୍ଚକାଟର ଅଭ୍ୟାସ: ଭବିଷ୍ୟତ ସୁରକ୍ଷା ଦୃଷ୍ଟିରୁ ପ୍ରତିମାସରେ କିଛି କିଛି ସଞ୍ଚୟ ନିହାତି କରିବା ଦରକାର। ସବୁ ମାସରେ ଏଭଳି ସଞ୍ଚୟ କିଛିଦିନ ପରେ ଏକ ବଡ଼ ପରିମାଣର ଅର୍ଥ ହୋଇପାରିବ। ଏହା ବ୍ୟତୀତ କିଛି ଇନ୍‌ଭେଷ୍ଟମେଣ୍ଟ ପଲିସି ମାଧ୍ୟମରେ ବି ଟଙ୍କା ରଖିବା ପାଇଁ ମାସ ଆରମ୍ଭରୁ ଯୋଜନା କରନ୍ତୁ। କିନ୍ତୁ ଅତ୍ୟଧିକ ସଞ୍ଚୟ କରିବା ନିଶାରେ ବର୍ତ୍ତମାନକୁ ବିପଦରେ ପକାଇବା ଠିକ୍‌ ନୁହେଁ। ତେଣୁ ପରିସ୍ଥିତି ଅନୁସାରେ ସନ୍ତୁଳନ ରକ୍ଷା କରିବା ହିଁ ଠିକ୍‌ ହେବ।

ଏମାନେ କ’ଣ କରନ୍ତି

ଗରିବଙ୍କୁ ଖାଇବାକୁ ଦିଏ: କେଜାଣି କାହିଁକି ବାହାର ଲୋକଙ୍କୁ ଖାଇବାକୁ ଦେବାକୁ ମୋତେ ଭଲ ଲାଗେ। ମୋ ସ୍ବାମୀ ବାହାର ଜାଗାରେ ରୁହନ୍ତି। ତେଣୁ ଘରଖର୍ଚ୍ଚ ପାଇଁ ନିୟମିତ ଟଙ୍କା ପଠାନ୍ତି। ଘରଖର୍ଚ୍ଚ ପରେ ଯାହା ଟଙ୍କା ଅଲଗା ରଖିଥାଏ ସେଥିରେ ମାସକୁ ଦୁଇଥର ପାଖ ମନ୍ଦିରକୁ ଯାଇ ୧୦-୧୫ ଗରିବ ଲୋକଙ୍କୁ ଖାଇବାକୁ ଦିଏ। ଏଇ ଗୁଣ ପାଇଁ ମୋ ଶାଶୁ ବି ମତେ ବହୁତ ଭଲପାଆନ୍ତି।
-ଦୀପ୍ତିମୟୀ ଦାସ,
ଗୃହିଣୀ, ଦୁଲାଖାପାଟଣା, କୋରେଇ
ଦରକାର ବେଳେ ଦେଇଦିଏ: ପୁଅ ମୋର ବାହାରେ ଚାକିରି କରିଛି। ଘରକୁ ପଇସା ପଠାଇବା ସହ ଯେତେବେଳେ ଘରକୁ ଆସେ ଲୁଚେଇକି ମୋ ହାତରେ ପଇସା ଦେଇଯାଏ। ଆଉ କହେ ତୋ ହାତ ଖର୍ଚ୍ଚ କରିବୁ। ସବୁ ପଇସାକୁ ପାଖରେ ସାଇତି ରଖିଥାଏ। ଘରେ କୌଣସି କାରଣରୁ ହଠାତ୍‌ ଅଧିକ ଟଙ୍କା ଦରକାର ପଡ଼ିଲେ ଦେଇଦିଏ।
-ଅନିତା ପରିଡ଼ା, ଗୃହିଣୀ, ସାକ୍ଷିଗୋପାଳ, ପୁରୀ
ଘରସଜ୍ଜା ଜିନିଷ କିଣେ: ବେଳେ ବେଳେ ସ୍ବାମୀଙ୍କଠାରୁ ଆଉ କେବେ ବାପଘରୁ ଟଙ୍କା ଆଣିଥିଲେ ତାକୁ ମୁଁ ମୋ ପାଖରେ ରଖିଥାଏ। ସେହି ଟଙ୍କାରେ ଘରେ ନ ଥିବା ଜିନିଷ ଯାହା ମୋ ସ୍ବାମୀ ଆଣି ନ ଥାନ୍ତି ତାକୁ କିଣିଥାଏ। ଘର ସଜାଇବାରେ ମୋର ବେଶି ସଉକ। ପାଖରେ ରଖିଥିବା ଟଙ୍କାକୁ ମୁଁ ସେ ବାବଦରେ ବେଶି ଖର୍ଚ୍ଚ କରେ। ଘର ପାଇଁ ଟିକେ ଅଧିକ ଜିନିଷ କିଣୁଥିବାରୁ ବେଳେବେଳେ ସ୍ବାମୀଙ୍କଠାରୁ ଗାଳି ବି ଶୁଣେ।
-ଗୀତାଞ୍ଜଳି ଦାସ, ଗୃହିଣୀ, ନୂଆଦିଲ୍ଲୀ
ସମସ୍ତଙ୍କ ପାଇଁ ଜିନିଷ କିଣେ: ସ୍ବାମୀଙ୍କ ପକେଟରୁ ବେଳେବେଳେ ଶହେ ଦୁଇ ଶହ ଟଙ୍କା ଆଣିବାକୁ ଭାରି ମଜା ଲାଗେ। ଏମିତି ସେ ପଇସା ରଖି ରଖି ଯେତେବେଳେ ୧୦-୧୫ ହଜାର ହୋଇଯାଏ, ସେତେବେଳେ ମୋ ପାଇଁ କିଛି ଶାଢ଼ି କିମ୍ବା ଗହଣା କିଣିନିଏ। ଶାଶୁ ଓ ଶ୍ୱଶୁରଙ୍କର ବି ତାଙ୍କ ମନ ପସନ୍ଦର ଜିନିଷ କିଣିଆଣେ। ଏତେ ଜିନିଷ ଦେଖି ସେମାନେ ଖୁସି ହୋଇଯାଆନ୍ତି।
-ସରସ୍ବତୀ ବେହେରା, ଗୃହିଣୀ, ଅମୃତିଆ, ଯାଜପୁର


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri