ଫଟୋରେ କ୍ଷୀର ଢାଳିବାକୁ ନେଇ ପ୍ରଶଂସକଙ୍କୁ ଏମିତି ଜବାବ ଦେଲେ ସୋନୁ ସୁଦ: ସମସ୍ତେ କଲେ ବାଃ ବାଃ

ଦେଶରେ କରୋନା ଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଅନେକ ସେଲିବ୍ରିଟି। ଏଥିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ ସାମିଲ ଅଛନ୍ତି। ସେ କରୋନା ଆରମ୍ଭରୁ ଲୋକଙ୍କୁ ସହାୟତା କରି ଚର୍ଚ୍ଚାରେ ରହିଛନ୍ତି। ଲୋକେ ମଧ୍ୟ ସୋନୁଙ୍କୁ ଭଗବାନ ଆଖ୍ୟା ଦେଇଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶର ଚିତୁର ଜିଲାର ଶ୍ରୀକାଲାହସ୍ତିରେ ଲୋକେ ସୋନୁଙ୍କ ଫଟୋରେ କ୍ଷୀର ଢାଳିଛନ୍ତି। ସୋନୁଙ୍କ ପୋଷ୍ଟରକୁ କ୍ଷୀରରେ ଧୋଉଥିବା ଲୋକଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୋନୁ ସେହି ଭିଡିଓଗୁଡ଼ିକୁ ନିଜ ଟୁଇଟରରେ ଶେୟାର କରି ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ସମୟରେ ସୋନୁ ସୁଦଙ୍କ ପୋଷ୍ଟରରେ କ୍ଷୀର ଢାଳୁଥିବା ଆଉ ଏକ ଭିଡିଓ ପ୍ରକାଶ ପାଇଛି। ଭିଡିଓରେ ଲୋକମାନେ ଅଭିନେତାଙ୍କ ପୋଷ୍ଟରକୁ କ୍ଷୀରରେ ଅଭିଷେକ କରୁଛନ୍ତି। ଭିଡିଓଗୁଡିକ ଆନ୍ଧ୍ରପ୍ରଦେଶର କୁର୍ନୁଲ ଏବଂ ନିଲୋର ବୋଲି କୁହାଯାଇଛି। ଏହି ଭିଡିଓକୁ ନେଇ ସୋନୁ କହିଛନ୍ତି, ଲେଖିଛନ୍ତି- ‘ଧନ୍ୟବାଦ, ଏହି କ୍ଷୀରକୁ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ସଞ୍ଚୟ କରିବାକୁ ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି। ଅନେକ ଯୁଜର୍ସ ସୋନୁଙ୍କ ଟୁଇଟରେ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କୁ ପ୍ରଶଂସା କରିଛନ୍ତି।
କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି। ଏପରି ସ୍ଥିତିରେ ସୋନୁ ସୁଦ ଲୋକଙ୍କୁ ମାଗଣା ସେବା କରିବାରେ ନିୟୋଜିତ ଅଛନ୍ତି।https://twitter.com/SonuSood/status/1396816798918406145

Share