ଫଟୋରେ କ୍ଷୀର ଢାଳିବାକୁ ନେଇ ପ୍ରଶଂସକଙ୍କୁ ଏମିତି ଜବାବ ଦେଲେ ସୋନୁ ସୁଦ: ସମସ୍ତେ କଲେ ବାଃ ବାଃ

ଦେଶରେ କରୋନା ଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଅନେକ ସେଲିବ୍ରିଟି। ଏଥିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ ସାମିଲ ଅଛନ୍ତି। ସେ କରୋନା ଆରମ୍ଭରୁ ଲୋକଙ୍କୁ ସହାୟତା କରି ଚର୍ଚ୍ଚାରେ ରହିଛନ୍ତି। ଲୋକେ ମଧ୍ୟ ସୋନୁଙ୍କୁ ଭଗବାନ ଆଖ୍ୟା ଦେଇଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶର ଚିତୁର ଜିଲାର ଶ୍ରୀକାଲାହସ୍ତିରେ ଲୋକେ ସୋନୁଙ୍କ ଫଟୋରେ କ୍ଷୀର ଢାଳିଛନ୍ତି। ସୋନୁଙ୍କ ପୋଷ୍ଟରକୁ କ୍ଷୀରରେ ଧୋଉଥିବା ଲୋକଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୋନୁ ସେହି ଭିଡିଓଗୁଡ଼ିକୁ ନିଜ ଟୁଇଟରରେ ଶେୟାର କରି ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ସମୟରେ ସୋନୁ ସୁଦଙ୍କ ପୋଷ୍ଟରରେ କ୍ଷୀର ଢାଳୁଥିବା ଆଉ ଏକ ଭିଡିଓ ପ୍ରକାଶ ପାଇଛି। ଭିଡିଓରେ ଲୋକମାନେ ଅଭିନେତାଙ୍କ ପୋଷ୍ଟରକୁ କ୍ଷୀରରେ ଅଭିଷେକ କରୁଛନ୍ତି। ଭିଡିଓଗୁଡିକ ଆନ୍ଧ୍ରପ୍ରଦେଶର କୁର୍ନୁଲ ଏବଂ ନିଲୋର ବୋଲି କୁହାଯାଇଛି। ଏହି ଭିଡିଓକୁ ନେଇ ସୋନୁ କହିଛନ୍ତି, ଲେଖିଛନ୍ତି- ‘ଧନ୍ୟବାଦ, ଏହି କ୍ଷୀରକୁ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ସଞ୍ଚୟ କରିବାକୁ ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି। ଅନେକ ଯୁଜର୍ସ ସୋନୁଙ୍କ ଟୁଇଟରେ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କୁ ପ୍ରଶଂସା କରିଛନ୍ତି।
କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି। ଏପରି ସ୍ଥିତିରେ ସୋନୁ ସୁଦ ଲୋକଙ୍କୁ ମାଗଣା ସେବା କରିବାରେ ନିୟୋଜିତ ଅଛନ୍ତି।https://twitter.com/SonuSood/status/1396816798918406145


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri