Categories: ଜାତୀୟ

ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ: ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୧।୯: କଂଗ୍ରେସର ଭାରତ ଯୋଡୋ ଯାତ୍ରା କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି। ଏହି ଯାତ୍ରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଭାରତ ଯୋଡ ଯାତ୍ରାର ୧୪ତମ ଦିନରେ ଗୋଟିଏ ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମର ହିରୋ ବିନାୟକ ଦାମୋଦର ସାଭରକର ଫଟୋ ରହିଥିଲା। ଏହି ପୋଷ୍ଟରଟି ଏର୍ନାକୁଲମରେ ଲଗାଯାଇଥିଲା। ପୋଷ୍ଟରଟି ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ କଂଗ୍ରେସ ଭୁଲ ବୁଝି ସାଭରକରଙ୍କ ଫଟୋ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଇଥିଲା।
ତେବେ ସେତେବେଳକୁ ବିଳମ୍ବ ହୋଇଥିଲା। ବହୁ ଭାଜପା ନେତା ଏହି ପୋଷ୍ଟର ସହିତ କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ଭାଜପା ମୁଖପାତ୍ର ଶେହଜାଦ ପୁନାୱାଲା ଟୁଇଟ୍‌ କରି କହିଛନ୍ତି, ରାହୁଲ ଜୀ, ଯେତେ ଚେଷ୍ଟା କଲେ ମଧ୍ୟ ଇତିହାସ ଏବଂ ସତ୍ୟ ବାହାରକୁ ଆସେ। ସାଭରକର ବୀର ଥିଲେ! ଲୁଚକାଳିମାନେ ‘ଭୟଭୀତ’ ଅଛନ୍ତି।
ସୂଚନାଯୋଗ୍ୟ,ସାଭରକରଙ୍କ ବିଷୟରେ କଂଗ୍ରେସ ଏବଂ ଭାଜପାର ଭିନ୍ନ ମତ ରହିଛି। ଭାଜପା ତାଙ୍କୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ବୋଲି ବିବେଚନା କରୁଥିବାବେଳେ କଂଗ୍ରେସ ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଅବଦାନ ଉପରେ ପ୍ରଶ୍ନ କରିଛି। କଂଗ୍ରେସ କହିଛି ଯେ, ଜଣେ ବ୍ୟକ୍ତି ଯିଏ ବ୍ରିଟିଶମାନଙ୍କୁ କ୍ଷମା ମାଗୁଛି ସେ ଜଣେ ସ୍ବାଧୀନତା ସଂଗ୍ରାମୀ ହୋଇପାରିବ ନାହିଁ।

Share