୯/୧୧ ଆକ୍ରମଣ ପଛରେ ସୌଦି ଆରବ ହାତ? ଏଫ୍‌ବିଆଇର ଜାରି କଲା ଗୁପ୍ତ ରିପୋର୍ଟ…

ଓ୍ବାଶିଂଟନ,୧୨।୯: ଆମେରିକାର ଓ୍ବାଲ୍ଡ ଟ୍ରେଡ୍‌ ସେଣ୍ଟରରେ ହୋଇଥିବା ୯/୧୧ ଆକ୍ରମଣରେ କେବଳ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦାର ହାତ ନ ଥିଲା। ଏଥିରେ ସୌଦି ଆରବ ପକ୍ଷରୁ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଏନେଇ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେଶନ (ଏଫ୍‌ବିଆଇ)ର ଗୁପ୍ତ ରିପୋର୍ଟରେ ଜାରି କରାଯାଇଛି। ସୌଦି ଆରବ ଆବଶ୍ୟକ ଫଣ୍ଡିଂ ଏବଂ ଉପକରଣ ଯୋଗାଇ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି।

ତେବେ ଏଥିରେ ସ୍ପଷ୍ଟ ଭାବେ କୁହାଯାଇ ନାହିଁ ଯେ, ୨୦୦୧ ସେପ୍ଟେମ୍ବର ୧୧ ଆକ୍ରମଣର ପୂର୍ବ ସୂଚନା ସୌଦି ସରକାରଙ୍କ ପାଖରେ ଥିଲା। ୧୬ ପୃଷ୍ଠର ଏହି ରିପୋର୍ଟରେ ସୌଦି ସରକାରଙ୍କ ସିଧା ସଳଖ ମଧ୍ୟ କିଛି କୁହାଯାଇ ନାହିଁ।

Share