ସୌଦି ଆରବ ଭାରତ ସମେତ ୬ ଦେଶର ଯାତ୍ରୀଙ୍କୁ ସିଧାସଳଖ ପ୍ରବେଶ ପାଇଁ ଦେଲା ଅନୁମତି

ରିୟାଦ,୨୬ ।୧୧: ସୌଦି ଆରବ ଡିସେମ୍ବର ୧ରୁ ଭାରତ ସମେତ ୬ ଦେଶର ଯାତ୍ରୀଙ୍କୁ ଦେଶରେ ସିଧାସଳଖ ପ୍ରବେଶ ଅନୁମତି ପ୍ରଦାନ କରିଛି । ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାହାର ଦେଶର ଯାତ୍ରୀ ସୌଦି ଆରବରେ ପ୍ରବେଶ କରିବାକୁ ବିଭିନ୍ନ ନିୟମ ଲାଗୁ କରାଯାଇଥିଲା । ଏବେ ଯାତ୍ରୀମାନେ ବିନା କ୍ୱାରାଣ୍ଟାନଇରେ ସୌଦି ଆରବ ଯାଇପାରିବେ ବୋଲି ଘୋଷଣା କରାଯାଇଛି । ତେବେ କରୋନା ମହାମାରୀ ସଂକ୍ରମଣରେ ସୁଧାର ଆସିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଏ । ଏବେ ଭାରତ ସମେତ ପାକିସ୍ତାନ, ବ୍ରାଜିଲ, ଇଣ୍ଡୋନେସିଆ, ଭିଏତନାମ ଓ ମିଶ୍ରର ଯାତ୍ରୀମାନେ ସିଧାସଳଖ ସୌଦି ଆରବରେ ପ୍ରବେଶ କରିପାରିବେ । ଏମାନେ କିନ୍ତୁ କରୋନା କଟକଣାକୁ ପାଳନ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ, ପ୍ରତିଦିନ ଭାରତରୁ ଶହ ଶହ ମୁସଲମାନ ଯାତ୍ରୀ ସୌଦି ଆରବ, ମକ୍କା ଓ ମଦିନାକୁ ଧାର୍ମିକ ଯାତ୍ରା କରି ଥାଆନ୍ତି ।

Share