ଖୋଲୁଛି ସତ୍ୟଜିତଙ୍କ ପ୍ରେମପେଡ଼ି, ୪୯ ମହିଳାଙ୍କ ମଧ୍ୟରୁ ୧୧ ଜଣଙ୍କ ସହ ଯୋଗାଯୋଗ କଲା ପୋଲିସ

ଭୁବନେଶ୍ୱର,୫ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ବିବାହ ଏଗ୍ରିମେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା, ଗାଡି ଆଦି ଠକି ନେଇଥିବା ୫ ମହିଳାଙ୍କ ସ୍ବାମୀ ସତ୍ୟଜିତ୍‌ ସାମଲ ଏବେ ଜେଲରେ ଦିନ ଗଣୁଛନ୍ତି। ତାଙ୍କୁ ଜେଲ ପଠାଇବା ପରେ କମିଶନରେଟ ପୋଲିସ ଠକେଇ ପାଇଁ ସତ୍ୟଜିତ୍‌ଙ୍କ ପ୍ରେମ ପେଡି ଖୋଲିବାକୁ ପ୍ରୟାସ ଚଳାଇଛି। ରସିକ ଠକ ସତ୍ୟଜିତ କିଭଳି ମହିଳାମାନଙ୍କୁ ମୋହରା ବନାଇ ଠକୁଥିଲେ, ଠକେଇ ଟଙ୍କାରେ ଦୁବାଇ ଯାଇ ଅୟସ ଜୀବନ ବିତାଉଥିଲେ, ତାହାର ବିଭିନ୍ନ ଦିଗକୁ ନେଇ ଅଧିକ ଖୋଳତାଡ କରାଯାଉଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଇତିମଧ୍ୟରେ କୋରାପୁଟରେ ଏକ ଟ୍ରାଭେଲ୍ସରେ ଲାଗିଥିବା ସତ୍ୟଜିତଙ୍କ ୨ଟି କାର୍‌ ସହ ଡିଜିଟାଲ ଏଭିଡେନ୍ସ ଭାବେ ତାଙ୍କ ମୋବାଇଲକୁ ଜବତ କରାଯାଇଛି। ଏହାସହ ସତ୍ୟଜିତଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ସେହିପରି କିଛି ଲ୍ୟାଣ୍ଡ ପ୍ରପର୍ଟି ରହିଛି ନା ନାହିଁ ତାହାର ମଧ୍ୟ ଖୋଳତାଡ଼ ଚାଲିଛି। ସେ ଯେତେଜଣ ମହିଳାଙ୍କୁ ଠକିଛନ୍ତି, ସମସ୍ତଙ୍କୁ ନ୍ୟାୟ ଦେବାକୁ ଚାହୁଁଛୁ ବୋଲି ଡିସିପି ସିଂ ଖବରଦାତା ସମ୍ମିଳନୀ କରି କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ସତ୍ୟଜିତ୍‌ଙ୍କ ମୋବାଇଲ ଯାଞ୍ଚବେଳେ ମାଟ୍ରିମୋନିଆଲ ସାଇଟ୍‌ ମାଧ୍ୟମରେ ୪୯ ମହିଳାଙ୍କ ସହ ତାଙ୍କର ଲିଙ୍କ୍‌ ରହିଥିବା ଜଣାପଡିଥିବାବେଳେ ୧୧ଜଣ ମହିଳାଙ୍କୁ ପୋଲିସ ଚିହ୍ନଟ କରି ଯୋଗାଯୋଗ କରିଛି। ଏହି ୧୧ଜଣ ମହିଳା ଅଭିଯୁକ୍ତଙ୍କ ସହ କଥା ହେଉଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ହେଲେ ସମ୍ମାନ ହାନି ଆଶଙ୍କାରେ ଅଭିଯୁକ୍ତଙ୍କ ବିରୋଧରେ ସେମାନେ ଆଗକୁ ଆସିବାକୁ ଚାହୁଁ ନାହାନ୍ତି। ତେଣୁ ମହିଳାମାନଙ୍କୁ କାଉନ୍‌ସେଲିଂ କରାଯିବ। ଅଭିଯୁକ୍ତଙ୍କ ବିରୋଧରେ ଯଦି କେହି ଅଭିଯୋଗ କରିବାକୁ ଚାହିଁବେ, ତା’ହେଲେ ପୋଲିସ ପରିଚୟ ଗୁପ୍ତ ରଖିବା ସହ ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି ଡିସିପି କହିଛନ୍ତି। ସେହିଭଳି ଚାଟିଂ ବେଳେ ଜଣେ ମହିଳାଙ୍କୁ ୪୦ ହଜାର ଟଙ୍କା ଅଭିଯୁକ୍ତ ମାଗିଥିବା ଜଣାପଡିଛି। ଅନ୍ୟପଟେ ମାଟ୍ରିମୋନିଆଲ ସାଇଟ୍‌ରେ ସତ୍ୟଜିତ ନିଜକୁ କେବଳ ପୋଲିସର ପରିଚୟ ଦେଉ ନ ଥିଲେ, ଭିନ୍ନ ଭିନ୍ନ ମିଥ୍ୟା ପରିଚୟ ଦେଇ ମହିଳା ଓ ଯୁବତୀଙ୍କୁ ନିଜ ପ୍ରତି ଆକର୍ଷିତ କରୁଥିଲେ। ସେ କେତେବେଳେ ନିଜକୁ ପୋଲିସ ତ ପୁଣି କେତେ ବେଳେ ସିବିଆଇ ଇନ୍ସପେକ୍ଟର,ଦିଲ୍ଲୀ କ୍ରାଇମବ୍ରାଞ୍ଚର ଇନ୍ସପେକ୍ଟର ରାହୁଲ, ପାଇଲଟ, କୋଷ୍ଟ କଫି ସାଉଦି ଆରବରେ ସେଲ୍ସ ମ୍ୟାନେଜର ଥିବା ପରିଚୟ ଦେଇଥିଲେ। ତେଣୁ ସତ୍ୟଜିତ ମାଟ୍ରିମୋନିଆଲ ସାଇଟ୍‌ରେ କେତେ ଜଣଙ୍କ ସହ କଥା ହୋଇ ସମ୍ପର୍କ ବଢ଼ାଇବା ସହ ପ୍ରେମରେ ଫସାଇ ଠକେଇ କରିଛନ୍ତି ତାହାର ତଥ୍ୟ ଜାଣିବା ପାଇଁ ସମସ୍ତ ସାଇଟ୍‌କୁ କମିଶନରେଟ ପୋଲିସ ଡାଟା ମାଗିଛି ବୋଲି ଡିସିପି ସିଂ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ସତ୍ୟଜିତ୍‌ ଜଣେ ମହିଳାଙ୍କୁ ବୈଦିକ ରୀତିରେ ବିବାହ କରିଥିବାବେଳେ ୪ଜଣଙ୍କ ସହ ବିବାହ ଏଗ୍ରିମେଣ୍ଟ କରି ଲୁଟିଥିବା ନେଇ ପୋଲିସ ପ୍ରମାଣ ପାଇଛି। ତେବେ ଠକେଇର ଶିକାର ୨ଜଣ ମହିଳା ତାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ମାଟ୍ରିମୋନିଆଲ ଆପ୍‌ ଜୀବନସାଥୀ ଜରିଆରେ ସତ୍ୟଜିତ୍‌ ମିଥ୍ୟା ପ୍ରଲୋଭନ ଦେଖାଇ ସେମାନଙ୍କୁ ବାହା ହେବାକୁ କହି ସମ୍ପର୍କ ବଢ଼ାଇଥିଲେ। ବିଶ୍ୱାସ ଜନ୍ମାଇ ବିବାହ ଏଗ୍ରିମେଣ୍ଟ କରିଥିଲେ। ଏହାପରେ ସେ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଟଙ୍କା, ଗାଡି ଆଦି ଲୁଟିନେଇଥିଲେ। ଦୁଇମହିଳାଙ୍କ ମଧ୍ୟରୁ ଜଣଙ୍କଠାରୁ ୩୬ଲକ୍ଷ ଟଙ୍କା ଓ କାର୍‌ ନେଇଥିବାବେଳେ ଅନ୍ୟଜଣଙ୍କଠାରୁ ୮ଲକ୍ଷ ଟଙ୍କା ଓ ଏକ ବୁଲେଟ ନେଇଛନ୍ତି। ତେବେ ଆଉ କାହାଠାରୁ କ’ଣ ଲୁଟିଛନ୍ତି ସେନେଇ ପୋଲିସ ତଥ୍ୟ ସଂଗ୍ରହରେ ଲାଗିପଡିଥିବାରୁ ଆଗକୁ ରସିକ ଠକଙ୍କ କଳା ସାମ୍ରାଜ୍ୟର ଅନେକ ଗୁମର ଖୋଲିବ ବୋଲି ଆଶା ରଖିଛି କମିଶନରେଟ ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri