Categories: ଜାତୀୟ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ,୩।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସତ୍ୟବ୍ରତ ମୁଖାର୍ଜୀଙ୍କ ପରଲୋକ ଘଟିଛି। ଶୁକ୍ରବାର ୯୧ ବର୍ଷ ବୟସରେ ସେ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ସତ୍ୟବ୍ରତ ମୁଖାର୍ଜୀ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ। ଏହା ସହିତ ମୁଖାର୍ଜୀ ମଧ୍ୟ ଭାରତର ପୂର୍ବତନ ଆଡିସ୍‌ନାଲ ସୋଲିସିଟର ଜେନେରାଲ(ଏଏସ୍‌ଜି) ଥିଲେ।

ସତ୍ୟବ୍ରତ ମୁଖାର୍ଜୀ ଆସାମ(ବର୍ତ୍ତମାନ ବାଂଲାଦେଶ)ର ସିଲହଟରେ ୮ ମେ’ ୧୯୩୨ରେ ଜନ୍ମଗ୍ରହଣ କରିଥିଲେ। ସେ କୋଲକାତା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ। ଏହା ପରେ ମୁଖାର୍ଜୀ ତାଙ୍କର ସମ୍ମାନଜନକ ସୋସାଇଟି ଅଫ ଲିଙ୍କନ ଇନରୁ ‘ବାର୍‌-ଏଟ୍‌ ଲ’କରିଥିଲେ। ଏହାପରେ ୧୯୯୯ରେ କୃଷ୍ଣନଗର ଲୋକ ସଭା ନିର୍ବାଚନମଣ୍ଡଳୀରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଭାଜପା ଟିକେଟ୍‌ରେ ନିର୍ବାଚନ ଜିତିଥିଲେ। ସେ ସେପ୍ଟେମ୍ବର ୨୦୦୦ରୁ ଜୁନ୍‌ ୨୦୦୨ ପର୍ଯ୍ୟନ୍ତ କେମିକାଲ ଏବଂ ଫଟିଲାଇଜର ବିଭାଗର ମନ୍ତ୍ରୀ ଥିଲେ। ପରେ ଜୁଲାଇ ୨୦୦୨ରୁ ଅକ୍ଟୋବର ୨୦୦୩ ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ଶିଳ୍ପ ପାଇଁ କାର୍ଯ୍ୟ କରିଥିଲେ।

 

Share