Categories: ଖେଳ

ସ୍ବିସ ଓପନ ବ୍ୟାଡମିଣ୍ଟନ: ଚାମ୍ପିଅନ୍‌ ହେଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ,୨୬।୩: ସ୍ବିସ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି ଭାରତୀୟ ଯୋଡି ସାତ୍ତ୍ୱିକସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀ। ଫାଇନାଲରେ ଭାରତୀୟ ଯୋଡି ଚାଇନାର ଯୋଡି ଟାଙ୍ଗ କିଆନ ଏବଂ ରେନ ୟୁ ଜିଆଙ୍ଗଙ୍କୁ ପରାସ୍ତ କରିଛନ୍ତି। ସାତ୍ତ୍ୱିକ ଏବଂ ଚିରାଗ ୨୧-୧୯ ଏବଂ ୨୪-୨୨ରେ ସିଧାସଳଖ ପରାସ୍ତ କରିଥିଲେ। ସ୍ବିସ ଓପନ ସୁପର ସିରିଜ ୩୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଟାଇଟଲ ମୁକାବିଲାରେ ଭାରତୀୟ ଯୋଡି ଆରମ୍ଭରୁ ବହୁତ ଭଲ ଲୟରେ ଥିଲେ। ସାତ୍ତ୍ୱିକ-ଚିରାଗ ପ୍ରଥମ ଗେମକୁ ୨୧-୧୯ ବ୍ୟବଧାନରେ ଜିତିଥିଲେ। ଦ୍ୱିତୀୟ ଗେମ୍‌କୁ ମଧ୍ୟ ୨୪-୨୨ ବ୍ୟବଧାନରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲେ।

Share