ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ ହୋଇଛି । ଅନୁପମ ଖେର ଟୁଇଟ କରି ଏହି ସୂଚନା ଦେଇଛନ୍ତି । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ସତିଶଙ୍କ ନିକଟତମ ବନ୍ଧୁ ଅନୁପମ ଖେର ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି । ତାଙ୍କ ସହ ଏକ ଫଟୋ ଶେୟାର କରି ଅନୁପମ ଲେଖିଛନ୍ତି, ଜାଣିଛି ‘ମୃତ୍ୟୁ ହିଁ ବିଶ୍ୱର ଶେଷ ସତ୍ୟ’ ।
ଅନୁପମ ଖେର ଟୁଇଟ କରି ଲେଖିଛନ୍ତି, ସେ ତାଙ୍କର ସବୁଠାରୁ ପ୍ରିୟ ବନ୍ଧୁଙ୍କୁ ହରାଇଲେ । ଏହାସହ ସେ ଲେଖିଛନ୍ତି, ମୁଁ ଜାଣିଛି ମୃତ୍ୟୁ ହିଁ ବିଶ୍ୱର ଶେଷ ସତ୍ୟ, ହେଲେ ଏକଥା ମୁଁ ବଞ୍ଚିଥିବା ଅବସ୍ଥାରେ ମୋର ପ୍ରିୟ ବନ୍ଧୁ ସତିଶ କୌଶିକଙ୍କ ପାଇଁ ଲେଖିବି ତାହା କେବେ ଭାବି ନ ଥିଲି । ୪୫ ବର୍ଷର ବନ୍ଧୁତାରେ ହଠାତ୍ ବିରାମ!! Life will NEVER be the same without you SATISH ! ଓମ ଶାନ୍ତି!
ଅନୁପମ ଖେରଙ୍କ ସୂଚନା ଅନୁଯାୟୀ, ସତିଶ କୌଶିକଙ୍କ ମର ଶରୀର ଏବେ ଗୁଡଗାଓଁର ଫୋର୍ଟିଜ ହସ୍ପିଟାଲରେ ରଖାଯାଇଛି । ପୋଷ୍ଟମର୍ଟମ ପରେ ଗୁରୁବାର ଦ୍ୱିପ୍ରହରରେ ମୁମ୍ବାଇ ସ୍ଥିତ ତାଙ୍କ ଘରକୁ ଅଣାଯିବ । ଏହାପରେ ସେହିଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସୂଚନା ଅନୁଯାୟୀ, ସତିଶ କୌଶିକ କାହାସହ ସାକ୍ଷାତ୍ କରିବାକୁ ଗୁଡଗାଓଁ ଯାଇଥିବା ବେଳେ କାରରେ ତାଙ୍କୁ ହାର୍ଟ ଆଟାକ ଆସିଥିଲା । ପରେ ତାଙ୍କୁ ଫୋର୍ଟିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?