ଏତିକି ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ସତୀଶ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ ସମସ୍ତଙ୍କୁ ଚକିତ କରିଛି। ସତୀଶ ମାତ୍ର ୬୬ ବର୍ଷ ବୟସରେ ଦୁନିଆ ଛାଡ଼ିଛନ୍ତି। ସମସ୍ତଙ୍କ ମୁହଁରେ ହସ ଆଣିଥିବା ସତୀଶଙ୍କୁ ହରାଇ ଆଜି ସମସ୍ତେ ଲୁହ ଗଡ଼ାଉଛନ୍ତି। ସେ ଆଉ ଏହି ଦୁନିଆରେ ନାହାନ୍ତି ବୋଲି କେହି ବିଶ୍ୱାସ କରିପାରୁନାହାନ୍ତି। ସତୀଶଙ୍କ ସ୍ତ୍ରୀ ଶଶି ଏବଂ ଝିଅ ବଂଶିକା ସତୀଶଙ୍କୁ ଝୁରି ହେଉଛନ୍ତି। ଅଭିନେତାଙ୍କ ମୃତ୍ୟୁ ଖବରକୁ ତାଙ୍କର ଉତ୍ତମ ବନ୍ଧୁ ଅନୁପମ ଖେର ସୋସିଆଲ ମିଡିଆରେ ଜଣାଇଛନ୍ତି। ସତୀଶ ଦୁନିଆରୁ ଚାଲିଗଲେ ସତ ମାତ୍ର ସେ କେତେ କୋଟି ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ହୁଏତ କେହି ଜାଣି ନ ଥିବେ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ସତୀଶ ବଲିଉଡ୍‌ରେ ପ୍ରାୟ ତିନି ଦଶନ୍ଧି ବିତାଇଥିଲେ। ଅଭିନୟଠାରୁ ଆରମ୍ଭ କରି ସେ ନିର୍ଦ୍ଦେଶନା ବି ଦେଇଥିଲେ। କୁହାଯାଏ, ୨୦୨୩ରେ ସତୀଶଙ୍କ ମୋଟ୍‌ ସମ୍ପତ୍ତି ୪୦ କୋଟି ଟଙ୍କା। ତାଙ୍କ ଅଭିନୟ କ୍ୟାରିୟରରୁ ସେ କୋଟି କୋଟି ଟଙ୍କାର ସମ୍ପତ୍ତି କମାଇଥିଲେ।

ସତୀଶ ୧୩ ଏପ୍ରିଲ ୧୯୫୬ରେ ହରିୟାଣାର ମହେନ୍ଦ୍ରଗଡ଼ରେ ଜନ୍ମଗ୍ରହଣ କରିଥିଲେ। ସେ କରୋଲ ବାଗସ୍ଥିତ ଏକ ବିଦ୍ୟାଳୟରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଶେଷ କରିଥିଲେ। ପରେ ୧୯୭୨ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୋରେମାଲ କଲେଜରୁ ସ୍ନାତକ ହାସଲ କରିଥିଲେ। ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାର ଆଲୁମସ, ସତୀଶ ବଲିଉଡ୍‌ରେ ପ୍ରବେଶ କରିବା ପୂର୍ବରୁ ମଧ୍ୟ ଜଣେ ସଫଳ ଥିଏଟର କଳାକାର ଥିଲେ।

Share