ଆଖି ଆଗରେ ପୁଅଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ସତୀଶ, ୧୨ ବର୍ଷ ପରେ…

ବମ୍ବେ: ଅଭିନେତା, କମେଡିଆନ୍‌, ନିର୍ଦ୍ଦେଶକ ତଥା ସ୍କ୍ରିନ୍‌ ଲେଖକ ସତୀଶ କୌଶିକ ଆଉ ଆମ ଗହଣରେ ନାହାନ୍ତି। ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ଖବର ଗୁରୁବାର ସାମ୍ନାକୁ ଆସିଛି। ତେବେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସତୀଶ ବନ୍ଧୁମାନଙ୍କ ସହ ଦିଲ୍ଲୀରେ ହୋଲି ଖେଳିଥିଲେ। ଜାଭେଦ ଅଖତର, ଶବାନା ଆଜମୀ, ଅଲି ଫୈଜଲ, ରିଚା ଚଢ୍ଢାଙ୍କ ସହ ସେ ଅନେକ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ।

ଅଭିନେତା ଭାବେ ସତୀଶ ସଫଳ ଥିଲେ ହେଁ ତାଙ୍କ ବ୍ୟକ୍ତିଗତ ଜୀବନ ଅନେକ ଉତ୍ଥାନ-ପତନ ଦେଇ ଗତି କରିଥିଲା। ସେ ନିଜ ଆଖି ଆଗରେ ପୁଅକୁ ହରାଇଥିଲେ। ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ସେ। ସେ ଏବଂ ତାଙ୍କ ପତ୍ନୀ ପୁରାପୁରି ଭାଙ୍ଗି ପଡ଼ିଥିଲେ। ପରେ ୫୬ ବର୍ଷ ବୟସରେ ସତୀଶ ଦ୍ୱିତୀୟ ଥର ଲାଗି ପିତା ହୋଇଥିଲେ।

୧୯୮୫ରେ ସତୀଶ ଶଶି କୌଶିକଙ୍କଙ୍କୁ ବିବାହ କରିଥିଲେ। ୧୯୯୬ରେ ତାଙ୍କ ପୁଅ ସାନୁ କୌଶିକଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ସାନୁ ଦୁଇ ବର୍ଷର ହୋଇଥିଲେ। ପୁଅଙ୍କ ମୃତ୍ୟୁ ସତୀଶଙ୍କୁ ଭାଙ୍ଗି ଦେଇଥିଲା। କୌଣସି ପ୍ରକାର ସେ ଏହି ଦୁଃଖକୁ ଭୁଲି ୨୦୧୨ରେ, ୧୬ ବର୍ଷ ପରେ ସରୋଗେସୀ ମାଧ୍ୟମରେ କନ୍ୟା ସନ୍ତାନ ବଶିଂକାଙ୍କ ଜନକ ହୋଇଥିଲେ। ସେତେବେଳେ ସତୀଶଙ୍କୁ ୫୬ ବର୍ଷ ବୟସ ହୋଇଥିଲା।

ସତୀଶ ଦିଲ୍ଲୀରେ ବଢ଼ିଥିଲେ। ସେ ଥିଏଟର କଳାକାର ଭାବେ ଅନେକ ଚମତ୍କାର ନାଟକରେ ଅଭିନୟ କରିଥିଲେ। ୧୯୮୩ରେ ଶେଖର କପୁରଙ୍କ ସହ କାମ କରି ଫିଲ୍ମ ‘ମାସୁମ’ରେ ସହକାରୀ ନିର୍ଦ୍ଦେଶକ ସାଜିଥିଲେ ସେ। ୩୦ ବର୍ଷ ଅଭିନୟ କ୍ୟାରିୟରରେ ସେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାଛଡ଼ା ଫିଲ୍ମ ନିର୍ମାତା, ସ୍କ୍ରିନ୍‌ ଲେଖକ ଭାବେ କାମ କରିବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଏବେ ତାଙ୍କ ପରଲୋକ ପରେ ବଲିଉଡ ସିନେମାଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଟିଂ ସେଟ୍‌ରେ ଭୋଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଅଭିନେତ୍ରୀ ରୁପା ଗାଙ୍ଗୁଲି ୧୯୬୬ ନଭେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା ମଧ୍ୟ। ଆଜି ତାଙ୍କ ଜନ୍ମଦିନ...

ଯୋଗ କରି ଫିଟ୍‌ ରହିଛନ୍ତି ଏହିସବୁ ଅଭିନେତ୍ରୀ

ଯୋଗ ଆମକୁ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଶିଖାଇଥାଏ। ଏତଦ୍‌ବ୍ୟତୀତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗଠାରୁ ଭଲ ମହୌଷଧି କିଛି ନାହିଁ। ଖାସ୍‌ ଏଥିପାଇଁ ତ ବଲିଉଡ୍‌ର...

ରିଲିଜ୍‌ ପୂର୍ବରୁ ବୟକଟ୍‌ ଦାବି

ବଲିଉଡ୍‌ ଅଭିନେତା ଅମିର ଖାନ୍‌ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ସହ ପ୍ରାୟ ୪ ବର୍ଷ ପରେ ସିନେମା ଜଗତକୁ ଫେରୁଛନ୍ତି। ଏହି ଫିଲ୍ମଟି ଅଗଷ୍ଟ ୧୧ରେ...

ବଲିଉଡ୍‌ରେ ୯ ବର୍ଷ ପୂରଣ କଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ କୁଇନ୍‌ ସୋନାକ୍ଷୀ ସିହ୍ନା ଅଭିନୟ ଦୁନିଆରେ ପ୍ରବେଶ କରିବାର ୯ ବର୍ଷ ପୂରଣ କରିଛନ୍ତି। ୨୦୧୦ରେ ସେ ପ୍ରଥମ କରି ‘ଦବଙ୍ଗ’...

ଅମ୍ବାନୀ ପରିବାରର ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଜାଣନ୍ତୁ…

ବଡ଼ ବଡ଼ ଶିଳ୍ପପତି ନିଜର ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ।...

୯ ବର୍ଷ ପରେ ପୁଣି ନଜର ଆସିବେ କ୍ୟାଟ୍ରିନା-ଅକ୍ଷୟ

ବଲିଉଡ୍‌ର ହିଟ୍‌ ଯୋଡ଼ି କ୍ୟାଟ୍ରିନା-ଅକ୍ଷୟ କୁମାର ପୁଣି ବଡ଼ପରଦାରେ ନଜର ଆସିବେ। ‘ନମସ୍ତେ ଲଣ୍ଡନ’, ‘ଓ୍ବେଲ୍‌କମ୍‌’, ‘ହମ୍‌କୋ ଦିବାନା କର୍‌ ଗୟେ’, ‘ସିଙ୍ଗ୍‌ ଇଜ୍‌ କିଙ୍ଗ୍‌’...

ଶେଷରେ ପ୍ରିୟାମଣି

ଆମ ଦେଶର ଅନ୍ୟତମ ଲୋକପ୍ରିୟ ଖେଳ ହେଲା ଫୁଟବଲ୍‌। ଏହାର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ନିର୍ମିତ ହେଉଛି ହିନ୍ଦୀ ସିନେମା ‘ମୈଦାନ’। ଏଥିରେ ଅଜୟ ଦେବଗନ...

ମଡେଲଙ୍କ ୟୁପିଏସ୍‌ସି ସଫଳତା

ନୂଆଦିଲ୍ଲୀ: ଫେଶନ ଦୁନିଆରୁ ଭାରତୀୟ ପ୍ରଶାସନିକ ଅଧିକାରୀ ହେବା ଛୋଟ କଥା ନୁହେଁ। ନିଜ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟନିଷ୍ଠା ଯୋଗୁ ଚଳିତ ଥର ୟୁପିଏସ୍‌ସି ପରୀକ୍ଷାରେ...

Advertisement
Archives

Model This Week