ଆଖି ଆଗରେ ପୁଅଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ସତୀଶ, ୧୨ ବର୍ଷ ପରେ…

ବମ୍ବେ: ଅଭିନେତା, କମେଡିଆନ୍‌, ନିର୍ଦ୍ଦେଶକ ତଥା ସ୍କ୍ରିନ୍‌ ଲେଖକ ସତୀଶ କୌଶିକ ଆଉ ଆମ ଗହଣରେ ନାହାନ୍ତି। ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ଖବର ଗୁରୁବାର ସାମ୍ନାକୁ ଆସିଛି। ତେବେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସତୀଶ ବନ୍ଧୁମାନଙ୍କ ସହ ଦିଲ୍ଲୀରେ ହୋଲି ଖେଳିଥିଲେ। ଜାଭେଦ ଅଖତର, ଶବାନା ଆଜମୀ, ଅଲି ଫୈଜଲ, ରିଚା ଚଢ୍ଢାଙ୍କ ସହ ସେ ଅନେକ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ।

ଅଭିନେତା ଭାବେ ସତୀଶ ସଫଳ ଥିଲେ ହେଁ ତାଙ୍କ ବ୍ୟକ୍ତିଗତ ଜୀବନ ଅନେକ ଉତ୍ଥାନ-ପତନ ଦେଇ ଗତି କରିଥିଲା। ସେ ନିଜ ଆଖି ଆଗରେ ପୁଅକୁ ହରାଇଥିଲେ। ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ସେ। ସେ ଏବଂ ତାଙ୍କ ପତ୍ନୀ ପୁରାପୁରି ଭାଙ୍ଗି ପଡ଼ିଥିଲେ। ପରେ ୫୬ ବର୍ଷ ବୟସରେ ସତୀଶ ଦ୍ୱିତୀୟ ଥର ଲାଗି ପିତା ହୋଇଥିଲେ।

୧୯୮୫ରେ ସତୀଶ ଶଶି କୌଶିକଙ୍କଙ୍କୁ ବିବାହ କରିଥିଲେ। ୧୯୯୬ରେ ତାଙ୍କ ପୁଅ ସାନୁ କୌଶିକଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ସାନୁ ଦୁଇ ବର୍ଷର ହୋଇଥିଲେ। ପୁଅଙ୍କ ମୃତ୍ୟୁ ସତୀଶଙ୍କୁ ଭାଙ୍ଗି ଦେଇଥିଲା। କୌଣସି ପ୍ରକାର ସେ ଏହି ଦୁଃଖକୁ ଭୁଲି ୨୦୧୨ରେ, ୧୬ ବର୍ଷ ପରେ ସରୋଗେସୀ ମାଧ୍ୟମରେ କନ୍ୟା ସନ୍ତାନ ବଶିଂକାଙ୍କ ଜନକ ହୋଇଥିଲେ। ସେତେବେଳେ ସତୀଶଙ୍କୁ ୫୬ ବର୍ଷ ବୟସ ହୋଇଥିଲା।

ସତୀଶ ଦିଲ୍ଲୀରେ ବଢ଼ିଥିଲେ। ସେ ଥିଏଟର କଳାକାର ଭାବେ ଅନେକ ଚମତ୍କାର ନାଟକରେ ଅଭିନୟ କରିଥିଲେ। ୧୯୮୩ରେ ଶେଖର କପୁରଙ୍କ ସହ କାମ କରି ଫିଲ୍ମ ‘ମାସୁମ’ରେ ସହକାରୀ ନିର୍ଦ୍ଦେଶକ ସାଜିଥିଲେ ସେ। ୩୦ ବର୍ଷ ଅଭିନୟ କ୍ୟାରିୟରରେ ସେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାଛଡ଼ା ଫିଲ୍ମ ନିର୍ମାତା, ସ୍କ୍ରିନ୍‌ ଲେଖକ ଭାବେ କାମ କରିବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଏବେ ତାଙ୍କ ପରଲୋକ ପରେ ବଲିଉଡ ସିନେମାଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri