ସୌରଜଗତର ଉପଗ୍ରହ

ଏଇ ବର୍ଷ ମେ ମାସ ୧୪ ତାରିଖରେ ଶନିର ୬୨ଟି ନୂଆ ଉପଗ୍ରହ ଚିହ୍ନଟ ହେଲା ଏବଂ ଏହାର ମୋଟ ଜଣା ଉପଗ୍ରହ ସଂଖ୍ୟା ହେଉଛି ୯୫। ଏହି ବର୍ଷ ଫେବୃୟାରୀ ମାସରେ ବୃହସ୍ପତିର ନୂଆ ୧୨ଟି ଉପଗ୍ରହ ଆବିଷ୍କୃତ ହୋଇଛି। ଏହି ଦୁଇ ଗ୍ରହର ଆହୁରି ଅନେକ କ୍ଷୁଦ୍ର ଉପଗ୍ରହ ଥିବାର ଅନୁମାନ କରାଯାଉଛି।
୪୫୦ କୋଟି ବର୍ଷ ପୂର୍ବେ ସୌରଜଗତ ଓ ଏହାର ଗ୍ରହଗୁଡ଼ିକ ସୃଷ୍ଟି ହେବା ସମୟରେ କିଛି ଆଦିବସ୍ତୁରୁ ଉପଗ୍ରହଗୁଡ଼ିକ ସୃଷ୍ଟି ହୋଇଛି। କେତେକ ବଡ଼ ଗ୍ରହ ନିଜର ମାଧ୍ୟାକର୍ଷଣ ବଳରେ ଗ୍ରହାଣୁଗୁଡ଼ିକୁ ଟାଣି ଆଣିଛି ଏବଂ ସେଗୁଡ଼ିକ ଗ୍ରହ ଚାରିପଟେ ପରିକ୍ରମଣ କରି ଉପଗ୍ରହରେ ପରିଣତ ହୋଇଛନ୍ତି।
ଆମ ସୌରଜଗତରେ ଆଠଟି ଗ୍ରହ, ପାଞ୍ଚଟି ବାମନ ଗ୍ରହ, ଅନେକ ଗ୍ରହାଣୁ ଆଦି ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ସରକାରୀ ଭାବେ ପାଞ୍ଚଟି ବାମନ ଗ୍ରହ ସ୍ବୀକୃତି ପାଇଥିଲେ ସୁଦ୍ଧା ବାମନ ଗ୍ରହର ସଂଜ୍ଞାକୁ ଆହୁରି ଚାରିଟି ଜ୍ୟୋତିର୍ବିଦୀୟ ପିଣ୍ଡ ପୂର୍ଣ୍ଣ କରୁଛି। ଏହି ସମସ୍ତ ଗ୍ରହ ଓ ବାମନ ଗ୍ରହର ମୋଟ ଉପଗ୍ରହ ସଂଖ୍ୟା ଅତିକମ୍‌ରେ ୨୯୬ ହେବ। ଏଥିମଧ୍ୟରୁ ୨୦ଟି ହେଉଛି ବଡ଼ ଏବଂ ମାଧ୍ୟାକର୍ଷଣ ବଳ ଯୋଗୁ ଏଗୁଡ଼ିକ ହେଉଛି ଗୋଲାକାର। ଆମ ଚନ୍ଦ୍ର ଓ ବୃହସ୍ପତି ଆଇଓକୁ ଛାଡ଼ିଦେଲେ ଅବଶିଷ୍ଟ ୧୮ଟି ବଡ଼ ଓ ଉପଗ୍ରହ ପୃଷ୍ଠ ହେଉଛି ବରଫ ଆଚ୍ଛାଦିତ।
ଉପଗ୍ରହଗୁଡ଼ିକୁ ଦୁଇଟି ଶ୍ରେଣୀରେ ଭାଗ କରାଯାଇପାରେ। ସେଗୁଡ଼ିକ ହେଉଛି ନିୟମିତ ଓ ଅନିୟମିତ। ନିୟମିତ ଉପଗ୍ରହଗୁଡ଼ିକର ବ୍ୟାସ ହେଉଛି ୧୦ କିମିରୁ କମ୍‌। ପୃଥିବୀର ଉପଗ୍ରହ ଚନ୍ଦ୍ର ବହୁ ପୁରୁଣା କାଳରୁ ଜଣା। ଇଟାଲିର ବୈଜ୍ଞାନିକ ଗାଲିଲିଓ ୧୬୧୦ ମସିହାରେ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରି ବୃହସ୍ପତିର ବଡ଼ ଚାରି ଉପଗ୍ରହକୁ ଆବିଷ୍କାର କରିଥିଲେ। ଏଗୁଡ଼ିକ ହେଉଛି ଆଇଓ, ୟୁରୋପା, ଗାନିମୀଡ ଓ କାଲିଷ୍ଟୋ। ଏହି ଚାରିଟିକୁ ଗାଲିଲୀୟ ଉପଗ୍ରହ କୁହାଯାଏ। ଅଧିକାଂଶ ଉପଗ୍ରହ ମହାକାଶ ଅଭିଯାନ ଦ୍ୱାରା ଆବିଷ୍କୃତ ହୋଇଛି। ବିଶେଷ ଭାବେ ୧୯୭୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ମହାକାଶକୁ ଭୋୟେଜ-୧ ଓ ଭୋୟେଜ-୨ ଯାନ ପଠାଇଥିଲା ଏବଂ ଏହା ପଠାଇଥିବା ଚିତ୍ରରୁ ଅନେକ ଉପଗ୍ରହକୁ ଆବିଷ୍କାର କରାଯାଇଛି।
ସୌରଜଗତର ଗ୍ରହଗୁଡ଼ିକ ମଧ୍ୟରୁ ବୁଧ ଓ ଶୁକ୍ରର କୌଣସି ଉପଗ୍ରହ ନାହିଁ ଏବଂ ପୃଥିବୀର ଏକମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର। ମହାକାଶ ଅଭିଯାନରେ ଯାଇ ମହାକାଶଚାରୀମାନେ ଏହା ପୃଷ୍ଠରେ ଅବତରଣ କରି ଫେରି ଆସିଛନ୍ତି। ଭାରତ ପଠାଇଥିବା ‘ଚନ୍ଦ୍ରଯାନ-୧’ ଅଭିଯାନରୁ ଚନ୍ଦ୍ର ମେରୁ ପ୍ରଦେଶରେ ଜଳ ଥିବାର ଜଣାଯାଇଛି। ମଙ୍ଗଳର ଦୁଇଟି ଉପଗ୍ରହ ହେଉଛି ଫୋବୋସ୍‌ ଓ ଡେଇମୋସ୍‌। ବୃହସ୍ପତିର ୯୫ଟି ଉପଗ୍ରହ ଅଛି ଏବଂ ଏହାର ବୃହତ୍ତମ ଉପଗ୍ରହ ଗାପିମୀଡ଼ ମଧ୍ୟ ହେଉଛି ସୌରଜଗତର ବୃହତ୍ତମ ଉପଗ୍ରହ। ଏହା ବୁଧ ଗ୍ରହଠାରୁ ମଧ୍ୟ ବଡ଼ ଏବଂ ଏହା ହେଉଛି ଏକମାତ୍ର ଉପଗ୍ରହ, ଯାହାର ଚୁମ୍ବକୀୟ କ୍ଷେତ୍ର ଅଛି। ଶନିର ୧୪୫ଟି ଉପଗ୍ରହ ମଧ୍ୟରୁ ୨୪ଟି ହେଉଛି ନିୟମିତ। ଏଥିରେ ବୃହତ୍ତମ ହେଉଛି ‘ଟିଟାନ୍‌’। ଶନିର ବଳୟ ମଧ୍ୟରେ ଏକ ସେମିରୁ ଆରମ୍ଭ କରି କେତେ ଶହ ମିଟର ପର୍ଯ୍ୟନ୍ତ ଅନେକ ବରଫ ପିଣ୍ଡ ଶନିକୁ ପରିକ୍ରମଣ କରୁଛି। ଅତିକମ୍‌ରେ ଏହି ଶ୍ରେଣୀର ୧୫୦ଟି ପିଣ୍ଡକୁ ଠାବ କରାଯାଇଛି। ୟୁରେନ୍‌ସର ୨୭ଟି ଓ ନେପ୍‌ଚ୍ୟୁନ୍‌ର ୧୪ଟି ଉପଗ୍ରହ ଆବିଷ୍କୃତ ହୋଇଛି। ନେପଚ୍ୟୁନ୍‌ର ବୃହତ୍ତମ ଉପଗ୍ରହ ହେଉଛି ‘ଟ୍ରିଟନ୍‌’ ଏବଂ ନେପ୍‌ଚ୍ୟୁନ୍‌କୁ ପରିକ୍ରମଣ କରୁଥିବା ମୋଟ ବସ୍ତୁତ୍ୱର ୯୯.୫ ପ୍ରତିଶତ ଟ୍ରିଟନ୍‌ରେ ଅଛି।
ପାଞ୍ଚଟି ବାମନ ଗ୍ରହ ହେଉଛି-ସେରେସ୍‌, ପ୍ଲୁଟୋ, ଇରିସ୍‌, ହାଉମିଆ ଏବଂ ମାକେମାକେ। ସେରେସ୍‌ର କୌଣସି ଉପଗ୍ରହ ନାହିଁ। ପ୍ଲୁଟୋର ପାଞ୍ଚଟି ଉପଗ୍ରହ ମଧ୍ୟରୁ ‘ଚାରୋନ୍‌’ ହେଉଛି ବୃହତ୍ତମ, ଯାହାର ଆକାର ହେଉଛି ପ୍ଲୁଟୋର ପ୍ରାୟ ଅଧା। ଏହାର ଅନ୍ୟ ଚାରି ଉପଗ୍ରହ ହେଉଛି ନିକ୍‌ସ, ହାଇଡ୍ରା, କେର୍ବେରୋସ ଓ ଷ୍ଟାଇକ୍‌ସ। ଇରିସ୍‌ର ଗୋଟିଏ ଉପଗ୍ରହ ଅଛି। ଏହାର ନାମ ହେଉଛି ଡିସନୋମିଆ ଏବଂ ଏହାର ବ୍ୟାସାର୍ଦ୍ଧ ହେଉଛି ପ୍ରାୟ ୩୫୦ କିମି। ହାଉମିଆର ଦୁଇଟି ଉପଗ୍ରହ-ହିଲାକା ଓ ନମାକା ଅଛି ଏବଂ ଏହି ଦୁଇଟିର ବ୍ୟାସାର୍ଦ୍ଧ ଯଥାକ୍ରମେ ହେଉଛି ପ୍ରାୟ ୧୯୫ ଓ ୧୦୦ କିମି। ମାକେମାକେର ଗୋଟିଏ ଉପଗ୍ରହ ଆବିଷ୍କୃତ ହୋଇଛି। ଏହାର ବ୍ୟାସ ହେଉଛି ୧୭୫ କିମି। ଏହାର ୨୦୧୬ ମସିହା ଏପ୍ରିଲରେ ଆବିଷ୍କୃତ ହୋଇଛି ଏବଂ ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ନାମ ଦିଆଯାଇନାହିଁ।
ନେପ୍‌ଚ୍ୟୁନ କକ୍ଷ ବାହାରେ କୁଇପର ବଳୟରେ ବାମନ ଗ୍ରହଯୋଗ୍ୟ କେତୋଟି ଗ୍ରହାଣୁ ଅଛନ୍ତି। ସେଗୁଡ଼ିକ ହେଉଛି-ଅରକସ୍‌, କ୍ୱୋଓର, ଗୋଙ୍ଗୋଙ୍ଗ ଓ ସେଡନା। ଏଗୁଡ଼ିକ ମଧ୍ୟରେ ସେଡନାର କୌଣସି ଉପଗ୍ରହ ନାହିଁ ଏବଂ ଅନ୍ୟଗୁଡ଼ିକର ଉପଗ୍ରହ ଅଛି। ଅନ୍ୟ କେତେଗୁଡ଼ିଏ ଛୋଟ ଗ୍ରହାଣୁର ମଧ୍ୟ ଉପଗ୍ରହ ଥିବାର ଜଣାପଡ଼ିଛି। ୨୦୨୨ ଅକ୍ଟୋବର ମାସ ସୁଦ୍ଧା ମଙ୍ଗଳ ଓ ବୃହସ୍ପତି କକ୍ଷ ମଧ୍ୟରେ ଥିବା ଗ୍ରହାଣୁ ପୁଞ୍ଜରେ ୩୬୫ଟି ଗ୍ରହାଣୁରେ ଏବଂ ନେପଚ୍ୟୁନ କକ୍ଷ ବାହାରେ ଥିବା ୧୨୮ଟି ଗ୍ରହାଣୁରେ ଉପଗ୍ରହ ଥିବାର ଜଣାଯାଇଛି।
ଉପଗ୍ରହଗୁଡ଼ିକ ଜ୍ୟୋତିର୍ବିଦ୍‌ମାନଙ୍କୁ ଆକର୍ଷଣ କରିବାର କାରଣ ହେଉଛି ଯେ କେତେକ ଉପଗ୍ରହରେ ଜଳ ଥିବାର ଜଣାପଡ଼ିଛି ଏବଂ ଏଥିରେ ଅଣୁଜୀବ ଥିବାର ସମ୍ଭାବନା ଦେଖାଦେଇଛି। ଗାଲିଲିଓ ଯାନ ବୃହସ୍ପତିର ଉପଗ୍ରହ ୟୁରୋପାରେ ପୃଷ୍ଠରୁ ୧୬୦ କିମି ଉଚ୍ଚକୁ ବାଷ୍ପ ନିର୍ଗତ ହେଉଥିବାର ଲକ୍ଷ୍ୟ କରିଥିଲା। ଏହାବ୍ୟତୀତ ବୃହସ୍ପତିର ଅନ୍ୟ ଦୁଇ ଉପଗ୍ରହ ଗାନିମୀଡ଼ ଓ କାଲିଷ୍ଟୋର ପୃଷ୍ଠ ତଳେ ତରଳ ଜଳର ସମୁଦ୍ର ଥିବାର ଜଣାପଡ଼ିଛି।
କାସିନି ଯାନ ୨୦୦୫ ମସିହାରେ ଶନିର ଉପଗ୍ରହ ଏନ୍‌ସିଲାଡସ୍‌ର ପୃଷ୍ଠରେ ଥିବା ଫାଟରୁ ଜଳୀୟ ବାଷ୍ପ ଘଣ୍ଟା ପ୍ରତି ୧୨୯୦ କିମି ବେଗରେ ନିର୍ଗତ ହେଉଥିବାର ଜଣାଇଛି। ସେହିପରି ଶନିର ଅନ୍ୟତମ ଉପଗ୍ରହ ଟିଟାନ ପୃଷ୍ଠ ତଳେ ଜଳ ଥିବାର ପ୍ରମାଣ ମିଳିଛି। ନେପଚ୍ୟୁନର ବୃହତ୍ତମ ଉପଗ୍ରହ ଟ୍ରିଟନ ପୃଷ୍ଠ ତଳେ ମଧ୍ୟ ଜଳର ସମୁଦ୍ରର ସନ୍ଧାନ ମିଳିଛି।
ନାସାର ବୈଜ୍ଞାନିକମାନେ ଏହି ବର୍ଷ ମେ ମାସରେ ଭୋୟେଜର ଚିତ୍ରକୁ ବିଶ୍ଳେଷଣ କରି ୟୁରାନ୍ସର ଚାରିଟି ଉପଗ୍ରହ ଅଭ୍ୟନ୍ତରରେ ଜଳର ସମୁଦ୍ର ପାଇଥିବା ପ୍ରକାଶ କରିଛନ୍ତି। ଏହି ଚାରିଟି ଉପଗ୍ରହ ହେଉଛି ଏରିଏଲ୍‌, ଉମ୍ବ୍ରିଆଲ, ଟିଟାନିଆ ଏବଂ ଓବେରନ୍‌। ଏହି ସବୁ ଉପଗ୍ରହରେ ଅଣୁଜୀବ ଥାଇପାରନ୍ତି ବୋଲି ଆଶା କରାଯାଉଛି।

ଇଂ ମାୟାଧର ସ୍ବାଇଁ
-ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୦୪Remove featured image


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri