ସାତକୋଶିଆ ବିସ୍ଥାପିତଙ୍କ ଜମିର ହେଉନି କିସମ ପରିବର୍ତ୍ତନ

ଅନୁଗୋଳ,୧୪।୯(ଦିବ୍ୟଶାନ୍ତନୁ ନାଥ): ଦୀର୍ଘବର୍ଷ ହେଲା ଗଁା ବିସ୍ଥାପିତ ହେଲାଣି। ଗଁା ଲୋକେ ଅନ୍ୟ ଅଞ୍ଚଳର ବାସିନ୍ଦା ହେଲେଣି। ଗଁା ଲୋକଙ୍କ ନାମରେ ଥିବା ଜମି ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ମିଶାଇ ଦିଆଗଲାଣି। ହେଲେ ଉକ୍ତ ଜମିର କିସମ ପରିବର୍ତ୍ତନ ଏଯାଏ ହୋଇପାରି ନାହିଁ। ଏପରି କି ଜମିପଟ୍ଟାରୁ ରୟତମାନଙ୍କ ନାମ କଟାଯାଇ ବନ ବିଭାଗ ନାମରେ ତାହାକୁ କରାଯାଇ ନାହିଁ। ଫଳରେ ଏବେ ବି ପଟ୍ଟାଧାରୀଙ୍କ ନାମରେ ଜମି ଖଜଣା ବାବଦ ଟଙ୍କା ସରକାରୀ ଖାତାରେ ବକେୟା ଭାବେ ଗଡ଼ିଚାଲିଛି। ରାଜସ୍ବ ଓ ବନ ବିଭାଗ ଭିତରେ ଆବଶ୍ୟକ ସମନ୍ବୟ ଅଭାବରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ତେବେ ବିସ୍ଥାପିତ ଲୋକମାନେ ଆଗାମୀ ଦିନରେ ଏହାକୁ ନେଇ ସମସ୍ୟାରେ ପଡ଼ିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।

ସୂଚନା ମୁତାବକ, ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ବାଘସଂଖ୍ୟା ବୃଦ୍ଧି କରିବା ନିମନ୍ତେ କିଛିବର୍ଷ ତଳେ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ଏହା ପୂର୍ବରୁ ଜଙ୍ଗଲର କୋର୍‌ ଅଞ୍ଚଳରେ ରହିଥିବା ଜନବସତିଗୁଡିକୁ ବିସ୍ଥାପନ କରିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ନିୟମାବଳୀ ରହିଥିଲା। ଏଥିପାଇଁ ୨୦୧୭ ମସିହାରେ ପ୍ରଥମେ ରାଇଗୁଡ଼ା ରାଜସ୍ବ ଗ୍ରାମକୁ ଜଙ୍ଗଲ ମଧ୍ୟରୁ ନୂଆଖେତା ଗାଁ ମୁଣ୍ଡକୁ ବିସ୍ଥାପନ କରାଯାଇଥିଲା। ପରେ ଟୁଲୁକା, କଟରଙ୍ଗ ଆଦି ଗାଁ ମଧ୍ୟ ବିସ୍ଥାପିତ ହୋଇଥିଲା। ଗୋପାଳପୁର ଏବଂ ଟିକରପଡ଼ା ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ସ୍ବେଚ୍ଛାକୃତ ବିସ୍ଥାପନ ପ୍ରକ୍ରିୟା ବନ ବିଭାଗ ପକ୍ଷରୁ ଜାରି ରଖାଯାଇଛି। କିନ୍ତୁ ରାଇଗୁଡ଼ାଠାରୁ ଆରମ୍ଭ କରି କଟରଙ୍ଗ ପର୍ଯ୍ୟନ୍ତ ଯେତେ ରାଜସ୍ବ ଗ୍ରାମ ବିସ୍ଥାପିତ ହୋଇଛି, ଅଦ୍ୟାବଧି ସେଠାକାର ଲୋକଙ୍କ ନାମରେ ଜମିପଟ୍ଟା ପୂର୍ବପରି ରହିଛି। ବିସ୍ଥାପନ ପରେ ଗଁା ରାଜସ୍ବ ଜମି ଜଙ୍ଗଲ କିସମରେ ପରିବର୍ତ୍ତନ ସହ ବନ ବିଭାଗ ନାମରେ ପଟ୍ଟା ହେବା କଥା। କିନ୍ତୁ ୨୦୧୭ ମସିହାରୁ ରାଇଗୁଡ଼ା ବିସ୍ଥାପିତ ହୋଇଥିଲେ ହେଁ ୮ ବର୍ଷ ପରେ ମଧ୍ୟ ଲୋକଙ୍କ ନାମରେ ପଟ୍ଟା ରହିଛି। ଫଳରେ ରାଇଗୁଡ଼ା ଲୋକଙ୍କ ନାମରେ ଜମି ବାବଦ ଖଜଣା ଗଡ଼ୁଥିବା ଜଣାପଡ଼ିଛି। ବର୍ଷାଧିକ ସମୟ ହେବ ଲୋକେ ଗାଁ ଛାଡ଼ି ଯାଇଥିବା ବେଳେ ସେମାନଙ୍କ ନାମରେ ସରକାରୀ ଖାତାରେ ଗଡୁଥିବା ଏହି ଖଜଣା କିଏ ଭରଣା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଗଦାଧର ପାତ୍ର କହିଛନ୍ତି, ଏ ନେଇ ତହସିଲଦାରଙ୍କ ସହ ଆଲୋଚନା ହୋଇଛି। ସବିଶେଷ ବିବରଣୀ ଦେବାକୁ କୁହାଯାଇଛି। ଯଥାଶୀଘ୍ର କିସମ ପରିବର୍ତ୍ତନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri