ତଟକ୍ଷୟ ଛଡ଼ାଇନେଲା ସାତଭାୟାବାସୀଙ୍କ ବାସ,ଚାଷ

କେନ୍ଦ୍ରାପଡ଼ା,୧୭ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳରେ ବିଶ୍ୱତାପନ ଯୋଗୁ ସମୁଦ୍ର ତଟକ୍ଷୟ ସାତଭାୟାବାସୀଙ୍କ ବାସ ଓ ଚାଷକୁ ଛଡ଼ାଇ ନେଇଛି। ଜୀବନ ଜୀବିକା ପାଇଁ କର୍ମ ଅନ୍ବେଷଣରେ ଅଧିକାଂଶ ସାତଭାୟାର ଯୁବବର୍ଗ କେରଳ, ସୁରଟ, ଆନ୍ଧ୍ରପ୍ରଦେଶ ଆଦିକୁ ଯାଉଛନ୍ତି। ତଟକ୍ଷୟରୁ ରକ୍ଷା ପାଇଁ ଏହି ବ୍ଲକ ଗୁପ୍ତିସ୍ଥିତ ବଗପାଟିଆକୁ ସେମାନେ ସ୍ଥାନାନ୍ତର ହୋଇଛନ୍ତି। ତେବେ ଅର୍ଥାଭାବ ଗୃହର ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ବାଧା ସୃଷ୍ଟି କରିଛି। ସ୍ଥାନାନ୍ତର ହୋଇଥିବା ୫୭୧ ପରିବାରଙ୍କୁ ଜମି ସହ ଗୃହ ନିର୍ମାଣ ପାଇଁ ଅନୁଦାନ ମିଳିଛି। ୧୪୮ ପରିବାର ସ୍ବତ୍ୱ ହାସଲ ତହସିଲ ନିର୍ଦ୍ଦେଶନାମା ପାଇଥିଲେ ମଧ୍ୟ ଜମି ଚିହ୍ନଟରୁ ବଞ୍ଚତ୍ତ ହୋଇଛନ୍ତି। ସେହିପରି ଅବଶିଷ୍ଟ ୯୯ ପରିବାର ଜଙ୍ଗଲ ଜମି ପାଇଁ ନିଜର ବାସସ୍ଥାନ ପରିଚୟ ପତ୍ରରୁ ବଞ୍ଚତ୍ତ ହୋଇଛନ୍ତି।
ସାତଭାୟାରୁ ବଗପାଟିଆକୁ ସ୍ଥାନାନ୍ତର ହୋଇଥିବା ସ୍ମିତା ଦାସ କହିଛନ୍ତି, ସମୁଦ୍ର ତଟକ୍ଷୟ ସାତଭାୟାବାସୀଙ୍କ ବାସ, ଚାଷକୁ ଉଜାଡ଼ିଦେଲା। ଜୀବନ ଜୀବିକାକୁ ନେଇ ଅଞ୍ଚଳବାସୀ ଏବେବି ଚିନ୍ତାରେ ଅଛନ୍ତି। ପ୍ରାୟ ୮୦% ଯୁବକ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯିବାକୁ ବାଧ୍ୟ ହୋଇଛନ୍ତି। ଶତାଧିକ ମହିଳା ଏବେ ଜୀବିକା ମିଶନର ବିଭିନ୍ନ ଯୋଜନାରେ ସାମିଲ ପାଇଁ ଆବେଦନ ପତ୍ର ଦେଇଛନ୍ତି। ସେଥିମଧ୍ୟରୁ ସେ ଛେଳିପାଳନ ଋଣ ପାଇଁ ଦରଖାସ୍ତ ଦେଇଛନ୍ତି। ଗ୍ରାମର ଚୁଲ୍‌ବୁଲି ପରିଡ଼ା କହିଛନ୍ତି, ସାତଭାୟାର ବରାହୀପୁରରୁ ବଗପାଟିଆକୁ ସ୍ଥାନାନ୍ତର ପରେ ଘର ଚଳାଇବା କଷ୍ଟ ହେଉଛି। ସେଠାରେ ଚାଷ ସହିତ ମଇଁଷି ପାଳନ, ମାଛ, କଙ୍କଡ଼ା ଆଦି ଗ୍ରାମ୍ୟ ଅର୍ଥନୀତିକୁ ସରଳ କରିଥିଲା। ଏବେ ପରିବାର ଲୋକ ବାହାରୁ ପଠାଉଥିବା ୩ରୁ ୪ ହଜାର ଟଙ୍କା ଖାଇବା ଖର୍ଚ୍ଚ ମଧ୍ୟ କୁଳାଉନାହିଁ। ପରିବାର ସଦସ୍ୟଙ୍କ ଘର, ସ୍ବାସ୍ଥ୍ୟ, ଶିକ୍ଷା, ବସ୍ତ୍ର ଆଦି ପାଇଁ ସ୍ଥାନାନ୍ତର ବଗପାଟିଆବାସୀ ଏବେବି ସଂଗ୍ରାମ କରୁଛନ୍ତି। ଚାରିଘରିଆ ଗଁାର ଜିତନ ମଣ୍ଡଳ କହିଛନ୍ତି, ଜଙ୍ଗଲ ଜମି ହୋଇଥିବାରୁ ଗ୍ରାମରେ ଥିବା ୯୯ ପରିବାରଙ୍କୁ ଅଦ୍ୟାବଧି ପଟ୍ଟା ମିଳିନାହିଁ। କୌଣସି ସରକାରୀ ଯୋଜନାରେ ସାମିଲ ପାଇଁ ବାସସ୍ଥାନ ପ୍ରମାଣ ପତ୍ର ଆବଶ୍ୟକ। ଜମି ପଟ୍ଟା ନ ଥିବାରୁ ସରକାରୀ ଯୋଜନାରୁ ସେମାନେ ବଞ୍ଚତ୍ତ ହୋଇଛନ୍ତି। ବଗପାଟିଆର ତ୍ରିଲୋଚନ ସ୍ବାଇଁ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଫଳରେ ସାତଭାୟାରୁ ୫୭୧ ପରିବାର ସ୍ଥାନାନ୍ତର ହୋଇଛନ୍ତି। ୧୪୮ ପରିବାରକୁ ବଗପାଟିଆରେ ରହିବାକୁ ଜମି ପ୍ରଦାନ କରାଯାଇଛି। ଏହି ଜମି ଚିହ୍ନଟକରଣ ସହ ନୂତନ ପଟ୍ଟାଧାରୀ ଦଖଲକୁ ଆସିନାହାନ୍ତି। ଏବେବି ୯୯ ପରିବାର ଜମି ପଟ୍ଟା ଅପେକ୍ଷାରେ ଅଛନ୍ତି। ଏ ନେଇ ବହୁବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଶାନ୍ତିଲତା ସ୍ବାଇଁ କହିଛନ୍ତି, ସ୍ଥାନାନ୍ତର ଲୋକଙ୍କ ଘର ପାଇଁ ୧୦ ଡିସିମିଲ ଜମି ପ୍ରଦାନ କରାଯାଉଛି। ସାତଭାୟା ଅଞ୍ଚଳର ଚାଷ ଜମି ହରାଇଛନ୍ତି। ପରିବାରର ପ୍ରତିପୋଷଣ ପାଇଁ ଏବେବି ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ମହିଳା ସାତଭାୟା ଅଞ୍ଚଳକୁ ଯାଇ ମାଛ, କଙ୍କଡ଼ା ଆଦି ଧରିବାକୁ ପଡୁଛି। କେତେଜଣ ଯୁବତୀ କର୍ମ ଅନ୍ବେଷଣରେ କେରଳ, ବାଙ୍ଗାଲୋର, ହାଇଦ୍ରାବାଦ ଅଞ୍ଚଳକୁ ଯାଉଛନ୍ତି। ମମତା ରାଉତ କହିଛନ୍ତି, ବଗପାଟିଆରେ ସରକାରଙ୍କ ପକ୍ଷରୁ ଜମି ଓ ଘର ପାଇଁ ଟଙ୍କା ମିଳିଛି। ସେହି ଟଙ୍କା ଜମି ସମତୁଲରେ ଯାଇଛି। ଏଥିପାଇଁ ଘର ନିର୍ମାଣ ବେଳେ ଟଙ୍କାର ଅଭାବ ଯୋଗୁ ଅଧା ହୋଇଛି। ପୂର୍ବରୁ ଏଠାରେ ଚିଙ୍ଗୁଡି ଘେରି ଥିଲା। ପୋଖରୀ ପୋତା ଯାଇଛି। ଚିଙ୍ଗୁଡି ଘେରିର ରାସାୟନିକ ପ୍ରଭାବ ଏବେବି ଯାଇନାହିଁ। ଏଥିପାଇଁ ଗ୍ରାମବାସୀଙ୍କଠାରେ ଚର୍ମରୋଗ ଦେଖିବାକୁ ମିଳୁଛି। ସେହିପରି ପାନୀୟଜଳ ପାଇଁ ପାଇପ୍‌, ଶିକ୍ଷା ପାଇଁ ସ୍କୁଲ ନିର୍ମାଣ ହୋଇଥିଲେ ମଧ୍ୟ ଭଲ ବଜାରଟିଏ ନାହିଁ। କରୁଣାକର ସ୍ବାଇଁ କହିଛନ୍ତି, ସ୍ଥାନାନ୍ତର ସ୍ଥାନୀୟ ଅଧିବାସୀଙ୍କ ଜୀବନ ବଞ୍ଚାଇଛି। ସାତଭାୟା ଅର୍ଥ ୭ଟି ଗ୍ରାମ। ବେଣୁପୁର, ମୋହନପୁର, ଗୋବିନ୍ଦପୁର, ସାନସାହିପୁର, ବଡ଼ଗହୀରମଥା, ବାଲିସାହି ଓ ରବୀନ୍ଦ୍ରପଲ୍ଲୀ। ତଟକ୍ଷୟ ଯୋଗୁ ଏସବୁ ନାମ ସମୁଦ୍ର ଗର୍ଭରେ ଲୀନ ହୋଇଛି। ୧୯୭୧ ବାତ୍ୟା ପ୍ରଭାବ ପାଇଁ ତଟକ୍ଷୟ ସମସ୍ୟା ଅଧିକ ଜଣାପଡ଼ିଲା। ଫଳରେ ଏହି ଅଞ୍ଚଳର ଲୋକ ନୂଆ ଭାବେ ଗଠନ ହୋଇଥିବା ସାତଭାୟା, କାହ୍ନୁପୁର, ମଗରକନ୍ଦା, ବରାହୀପୁର ଆଦିକୁ ସ୍ଥାନାନ୍ତର ହୋଇଥିଲେ। ଏସବୁ ଅଞ୍ଚଳକୁ ସମୁଦ୍ର ସମ୍ପୂର୍ଣ୍ଣ ଭାବେ ଗିଳି ଦେଇଛି। ୧୯୯୯ ମହାବାତ୍ୟା ବହୁ ଜୀବନ ନଷ୍ଟ କରିଛି। ପ୍ରାୟ ୫ ଦଶନ୍ଧି ଆନ୍ଦୋଳନ ପରେ ସ୍ଥାନୀୟ ଅଧିବାସୀ ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ବନ୍ୟା, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଅନୂ୍ୟନ ୩୬.୯ ପ୍ରତିଶତରେ ସାମୁଦ୍ରିକ ତଟକ୍ଷୟ ହେଉଛି। ତଟାଞ୍ଚଳର ସୁରକ୍ଷା ଅଭାବରୁ ୪୮ କିଲୋମିଟର କେନ୍ଦ୍ରାପଡ଼ା ଜିଲା ତଟାଞ୍ଚଳରୁ ୨୮ କିମିରେ ତଟକ୍ଷୟ ଜାରି ରହିଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବଗପାଟିଆ ଏକ ଆଦର୍ଶ ଗ୍ରାମରେ ପରିଣତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ହେଉଛି। ନିକଟରେ ମହିଳାଙ୍କୁ ସ୍ବାବଲମ୍ବୀ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ଏଠାକାର ମୁଖ୍ୟ ମନ୍ଦିର ଓ ବଗପାଟିଆର ପରିବେଶର ଉନ୍ନତୀକରଣ ପାଇଁ ଅନୁଦାନ ଆସିଛି। ପର୍ଯ୍ୟଟକଙ୍କ ପାଇଁ ଆଗାମୀଦିନରେ ଏହି ଗ୍ରାମ ଆକର୍ଷଣ ପାଲଟିବ। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri