ପରଲୋକରେ ଶଶାଙ୍କ ଘୋଷ

କୋଲକାତା,୨୨ା୪: ବିଶିଷ୍ଟ ବଙ୍ଗଳା କବି ପଦ୍ମଭୂଷଣ ଶଶାଙ୍କ ଘୋଷଙ୍କ ବୁଧବାର ପରଲୋକ ହୋଇଛି। ତାଙ୍କୁ ୮୯ ବର୍ଷ ହେଉଥିଲା। ୧୯୩୨ ଫେବୃୟାରୀ ୫ରେ ବାଂଲାଦେଶର ଚାନ୍ଦପୁର ଜିଲାରେ ଜନ୍ମିତ ଶଶାଙ୍କ ଘୋଷ ଏକାଧିକ ରୋଗରେ ପୀଡ଼ିତ ଥିଲେ। ଏପ୍ରିଲ ୨୪ରେ ସେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇ କୋଲକାତାସ୍ଥିତ ନିଜ ଘରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗ ପରେ ବଙ୍ଗଳା ସାହିତ୍ୟର ଏକ ଯୁଗ ଶେଷ ହୋଇଛି। ୧୯୫୦ ଦଶକରୁ ଅଦ୍ୟାବଧି ସେ ଅନେକ କାବ୍ୟ ରଚନା କରିଛନ୍ତି। ନିହିତୋ ପଟଳ ସାୟା, ପାଜୋର ଦରେର ଶବ୍ଦୋ, ଧୁମ୍‌ ଲଗେଚେ ରିଥ୍‌ କାମୋଲେ, କବୀର ଅଭିପ୍ରାୟ ଆଦି ତାଙ୍କର ଅନବଦ୍ୟ କୃତି। ଶଶାଙ୍କଙ୍କୁ ୨୦୧୧ରେ ପଦ୍ମଭୂଷଣ, ୨୦୧୬ରେ ଜ୍ଞାନପୀଠ ଓ ୧୯୭୭ରେ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯାଇଥିଲା।

Share