ସରପଞ୍ଚଙ୍କ ସ୍ବାମୀଙ୍କ ଆକ୍ରମଣରେ ୩ ଶ୍ରମିକ ଆହତ

ବିଞ୍ଝାରପୁର,୧୮।୪:(ଡି.ଏନ.ଏ.) ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ଟିଣା ପଞ୍ଚାୟତରେ ଏକ ରାସ୍ତା ନିର୍ମାଣକୁ ବିରୋଧ କରିବାକୁ ନେଇ ଗଣ୍ଡଗୋଳ ଘଟିଛି ା ରାସ୍ତା ନିର୍ମାଣ କରୁଥିବା ଶ୍ରମିକମାନଙ୍କୁ ଟିଣା ପଞ୍ଚାୟତର ସରପଞ୍ଚ ବିଟାରଶ୍ମି ନାୟକଙ୍କ ସ୍ବାମୀ ଉକତ୍ଳକାନ୍ତ ନାୟକ ଓ ତାଙ୍କ ସମର୍ଥକମାନେ ଗୋଡେଇ ଗୋଡେଇ ନିସ୍ତୁକ ମାଡ ମାରିଥିବା ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି ା ପୋଲିସ ଶ୍ରମିକମାନଙ୍କ ଅଭିଯୋଗକୁ ଭିତ୍ତି କରି ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ସମର୍ଥକମାନଙ୍କ ନାମରେ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଛି ା
ସୂଚନା ଅନୁଯାୟୀ, ଆରଡି ବିଭାଗ ପକ୍ଷରୁ କପିଳା ପଞ୍ଚାୟତ ଗୁହାଳିଠାରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏକ ନୂତନ ରାସ୍ତା ଦରିଆନାହାକାଣି ଦେଇ ଅଣ୍ଢାଳୋ ପର୍ଯ୍ୟନ୍ତ ନିର୍ମାଣ କରାଯାଉଛି। ଏହି ରାସ୍ତା ଟିଣା ଗ୍ରାମକୁ ମଧ୍ୟ ସଂଯୋଗ କରାଯାଉଛି ା ତେବେ ଟିଣାକୁ ଏହି ରାସ୍ତା ସଂଯୋଗ କରାଯାଉଥିବା ବେଳେ କେତେଜଣ ଚାଷୀ ନିଜର ଜମି ହରାଉଛନ୍ତି। ଏହାକୁ ଦର୍ଶାଇ ରବିବାର ମଧ୍ୟାହ୍ନରେ କାମ ଚାଲୁଥିବା ବେଳେ ସରପଞ୍ଚଙ୍କ ସ୍ବାମୀ ଉକତ୍ଳକାନ୍ତ କେତେଜଣ ଲୋକଙ୍କୁ ନେଇ ରାସ୍ତା ନିର୍ମାଣ କରୁଥିବା ଶ୍ରମିକମାନଙ୍କୁ କାମ ବନ୍ଦ କରିବାକୁ କହିଥିଲେ ା ଏହାପରେ ସେମାନଙ୍କୁ ବିଲ ମଝିରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହି ଆକ୍ରମଣରେ ୩ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଠିକାସଂସ୍ଥା ପକ୍ଷରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକମାନେ ଏଥିନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଉକତ୍ଳକାନ୍ତଙ୍କୁ ଥାନାକୁ ଡକାଇ ପଚରା ଉଚରା କରିଛି। ଅନ୍ୟପକ୍ଷେ ଉକ୍ତ ରାସ୍ତା ବେଆଇନ ଭାବେ ନିର୍ମାଣ କରାଯାଉଛି ା ରାସ୍ତା ନିର୍ମାଣ ଦ୍ୱାରା ଚାଷୀମାନଙ୍କ ଜମି ଚାଲି ଯାଉଛି ା ଚାଷୀ ଏହାକୁ ବିରୋଧ କରିବାରୁ ଠିକାଦାର ଚାଷୀମାନଙ୍କୁ ଗାଳିଗୁଲଜ କରିଥିଲେ ା ଏ ସମ୍ପର୍କରେ ବୁଝିବାକୁ ସରପଞ୍ଚଙ୍କ ସ୍ବାମୀ ଉକତ୍ଳକାନ୍ତ ଯାଇଥିଲେ। ହେଲେ ଠିକାଦାର ତାଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି ା ଉଭୟ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରିତ ମହାନ୍ତି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri