ଦାବି ପୂରଣ ନ ହେଲେ ସରପଞ୍ଚ ଇସ୍ତଫା ଦେବେ

ରଘୁନାଥପୁର,୧୪ା୩(ରାଜେନ୍ଦ୍ର ନାରାୟଣ ସିଂହ)ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ପରଠୁ ଉନ୍ନୟନମୂଳକ କାର୍ଯ୍ୟ ଠପ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପ ବାବଦରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଡିରହିଛି। ସେହିପରି ଦୀର୍ଘଦିନ ତଳୁ କାର୍ଯ୍ୟ ଶେଷ ହୋଇଥିବା ୧୮ ଲକ୍ଷ ଟଙ୍କାର ବିଲ ଅଦ୍ୟାବଧି କରାଯାଉନି ବୋଲି ସରପଞ୍ଚ ବିଷ୍ଣୁ ଚରଣ ସେଠୀ କହିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ପ୍ରତିବନ୍ଧକ ସାଜୁଥିବା ସରପଞ୍ଚ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାର ସମାଧାନ କରା ନ ଗଲେ ଆଗାମୀ ନିର୍ବାଚନ ପୂର୍ବରୁ ସରପଞ୍ଚ ସେଠୀ ପଦରୁ ଇସ୍ତଫା ଦେବେ ବୋଲି ପ୍ରକାଶ କରିବା ସହ ଏ ସମ୍ପର୍କିତ ଅଭିଯୋଗ ୫-ଟି ଅଧ୍ୟକ୍ଷଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି।
ଉନ୍ନୟନମୂଳକ କାର୍ଯ୍ୟପାଇଁ ବ୍ଲକ ପ୍ରଶାସନ ଓ ବିଶେଷ କରି ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ଏହି ପଞ୍ଚାୟତର ଜଣେ ବ୍ୟକ୍ତିଙ୍କ ଇଙ୍ଗିତରେ ଜାଣିଶୁଣି ମତେ ହଇରାଣ କରାଯାଉଛି ବୋଲି େ ସ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ବ୍ଲକ ଓ ଜିଲା ପ୍ରଶାସନକୁ ବାରମ୍ବାର ଅବଗତ କରାଇ ଥିଲେ ସୁଧା କୌଣସି ସୁଫଳ ମିଳି ନ ଥିଲା। ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ଏହା ଉପରେ ତଦନ୍ତ ହୋଇଥିଲା। ତଦନ୍ତ ମଧ୍ୟ ନାଲିଫିତା ତଳେ ଅଟକି ରହିଛି। ୧୮ ଲକ୍ଷ ଟଙ୍କାର ବିଲ ଏବେବି ପଡିରହିଛି ବୋଲି ସେଠୀ କ୍ଷଭୋର ସହ କହିଛନ୍ତି। ଅନ୍ୟପକ୍ଷେ ସରପଞ୍ଚଙ୍କୁ ନ ଜଣାଇ ସ୍ଥାନୀୟ ବ୍ୟକ୍ତି ଜଣଙ୍କ ବୁଧବାର ସ୍କୁଲ ମଧ୍ୟରେ ଏକ ପ୍ରକଳ୍ପ କାର୍ଯ୍ୟର ସୂଚନା ଫଳକ ନିର୍ମାଣ କରୁଥିଲେ। ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ଦେବତା ମଧ୍ୟ ଉକ୍ତ ସ୍ଥାନକୁ ଆସିଥିଲେ। ସରପଞ୍ଚ ସେଠୀଙ୍କ ଅଗୋଚରରେ କାର୍ଯ୍ୟ କରାଯାଉଥିବାରୁ ତାଙ୍କର ସପକ୍ଷବାଦୀ ଉକ୍ତ କାର୍ଯ୍ୟକୁ ବନ୍ଦ କରିଛନ୍ତି। ଆଗାମୀ ସାଧରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ପଞ୍ଚାୟତରେ ପ୍ରକଳ୍ପ କାର୍ଯ୍ୟଗୁଡିକ ଦ୍ରୁତଗତିରେ ଆଗେଇ ଚାଲିଛି। ଏହି ପଞ୍ଚାୟତରେ ୨ବର୍ଷ ତଳେ ପୂର୍ବ ସରପଞ୍ଚଙ୍କ ସମୟରେ ଥିବା ୩୯ ଲକ୍ଷ, ଆମ ଓଡ଼ିଶା ନବୀନ ଓଡ଼ିଶା ବାବଦରେ ୫୦ ଲକ୍ଷ, ୨୦୨୨-୨୩ ବର୍ଷର ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନ ପାରି ପଡିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri