ଦାବି ପୂରଣ ନ ହେଲେ ସରପଞ୍ଚ ଇସ୍ତଫା ଦେବେ

ରଘୁନାଥପୁର,୧୪ା୩(ରାଜେନ୍ଦ୍ର ନାରାୟଣ ସିଂହ)ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ପରଠୁ ଉନ୍ନୟନମୂଳକ କାର୍ଯ୍ୟ ଠପ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପ ବାବଦରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଡିରହିଛି। ସେହିପରି ଦୀର୍ଘଦିନ ତଳୁ କାର୍ଯ୍ୟ ଶେଷ ହୋଇଥିବା ୧୮ ଲକ୍ଷ ଟଙ୍କାର ବିଲ ଅଦ୍ୟାବଧି କରାଯାଉନି ବୋଲି ସରପଞ୍ଚ ବିଷ୍ଣୁ ଚରଣ ସେଠୀ କହିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ପ୍ରତିବନ୍ଧକ ସାଜୁଥିବା ସରପଞ୍ଚ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାର ସମାଧାନ କରା ନ ଗଲେ ଆଗାମୀ ନିର୍ବାଚନ ପୂର୍ବରୁ ସରପଞ୍ଚ ସେଠୀ ପଦରୁ ଇସ୍ତଫା ଦେବେ ବୋଲି ପ୍ରକାଶ କରିବା ସହ ଏ ସମ୍ପର୍କିତ ଅଭିଯୋଗ ୫-ଟି ଅଧ୍ୟକ୍ଷଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି।
ଉନ୍ନୟନମୂଳକ କାର୍ଯ୍ୟପାଇଁ ବ୍ଲକ ପ୍ରଶାସନ ଓ ବିଶେଷ କରି ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ଏହି ପଞ୍ଚାୟତର ଜଣେ ବ୍ୟକ୍ତିଙ୍କ ଇଙ୍ଗିତରେ ଜାଣିଶୁଣି ମତେ ହଇରାଣ କରାଯାଉଛି ବୋଲି େ ସ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ବ୍ଲକ ଓ ଜିଲା ପ୍ରଶାସନକୁ ବାରମ୍ବାର ଅବଗତ କରାଇ ଥିଲେ ସୁଧା କୌଣସି ସୁଫଳ ମିଳି ନ ଥିଲା। ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ଏହା ଉପରେ ତଦନ୍ତ ହୋଇଥିଲା। ତଦନ୍ତ ମଧ୍ୟ ନାଲିଫିତା ତଳେ ଅଟକି ରହିଛି। ୧୮ ଲକ୍ଷ ଟଙ୍କାର ବିଲ ଏବେବି ପଡିରହିଛି ବୋଲି ସେଠୀ କ୍ଷଭୋର ସହ କହିଛନ୍ତି। ଅନ୍ୟପକ୍ଷେ ସରପଞ୍ଚଙ୍କୁ ନ ଜଣାଇ ସ୍ଥାନୀୟ ବ୍ୟକ୍ତି ଜଣଙ୍କ ବୁଧବାର ସ୍କୁଲ ମଧ୍ୟରେ ଏକ ପ୍ରକଳ୍ପ କାର୍ଯ୍ୟର ସୂଚନା ଫଳକ ନିର୍ମାଣ କରୁଥିଲେ। ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ଦେବତା ମଧ୍ୟ ଉକ୍ତ ସ୍ଥାନକୁ ଆସିଥିଲେ। ସରପଞ୍ଚ ସେଠୀଙ୍କ ଅଗୋଚରରେ କାର୍ଯ୍ୟ କରାଯାଉଥିବାରୁ ତାଙ୍କର ସପକ୍ଷବାଦୀ ଉକ୍ତ କାର୍ଯ୍ୟକୁ ବନ୍ଦ କରିଛନ୍ତି। ଆଗାମୀ ସାଧରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ପଞ୍ଚାୟତରେ ପ୍ରକଳ୍ପ କାର୍ଯ୍ୟଗୁଡିକ ଦ୍ରୁତଗତିରେ ଆଗେଇ ଚାଲିଛି। ଏହି ପଞ୍ଚାୟତରେ ୨ବର୍ଷ ତଳେ ପୂର୍ବ ସରପଞ୍ଚଙ୍କ ସମୟରେ ଥିବା ୩୯ ଲକ୍ଷ, ଆମ ଓଡ଼ିଶା ନବୀନ ଓଡ଼ିଶା ବାବଦରେ ୫୦ ଲକ୍ଷ, ୨୦୨୨-୨୩ ବର୍ଷର ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନ ପାରି ପଡିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକିର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ଭାଜପା ଏଥିରେ ୮ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri