କେସିଙ୍ଗା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ସରପଞ୍ଚ ସଂଘର ଗଣଧାରଣା ପାଇଁ ନିଷ୍ପତ୍ତି, ଜିଲାପାଳଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ କଳାପ ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦେବାପାଇଁ ସରପଞ୍ଚ ସଙ୍ଘ ପକ୍ଷରୁ ଜିଲାପାଳଙ୍କୁ ୫ଦଫା ଦାବିକୁ ନେଇ ମଙ୍ଗଳବାର ସଙ୍ଘର ଉପ ସଭାନେତ୍ରୀ ତଥା ଚାଞ୍ଚେର ଗ୍ରାମ ପଞ୍ଚାୟତ ସରପଞ୍ଚ ଅଞ୍ଜୁ କୁମାରଙ୍କ ସମେତ ସଂଘ ପକ୍ଷରୁ ଦାବି ଜଣାଇଛନ୍ତି। କେସିଙ୍ଗା ବ୍ଲକ ଲୋକ ପ୍ରତିନିଧ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ଜନସାଧାରଣଙ୍କର ବିଭିନ୍ନ ସମସ୍ୟା ଓ ଦାବୀ ଅନୁସାରେ ଆସନ୍ତା .୧୭ ତାରିଖରେ ନିମ୍ନ ଲିଖିତ ଦାବୀ ଗୁଡିକ ପୂରଣ କରିବା ପାଇଁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ଯିବାପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିବା ଉପସଭାନେତ୍ରୀ ଅଞ୍ଜୁ କୁମାର ପ୍ରକାଶ କରିଛନ୍ତି।

ସମଗ୍ର କେସିଙ୍ଗା ବ୍ଲକ ର ୨୬ଟି ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବିନ ଓଡିଶା ସଚେତନ କାର୍ଯ୍ୟକ୍ରମ, ରଥ ପରିକ୍ରମା ଏବଂ ନୂଆଁ ଓ ଯୋଜନାର ଲକ୍ଷ ଲକ୍ଷ ଟଙ୍କା ହେରଫେର କରି ବ୍ଲକ କର୍ତ୍ତୃପକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସଂଘ ପକ୍ଷରୁ ଦାବି କରାଯାଇଛି।ଏହା ସହ ସରକାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ୨ଲକ୍ଷ ପଚାଶ ହଜାର ଟଙ୍କାର ଖେଳ ସାମଗ୍ରୀ ଯୋଗାଇ ଦେବା ପାଇଁ ଆମ ଓଡିଶା ନବିନ ଓଡିଶା ଯୋଜନାର ପକ୍ଷରୁ ଟେଣ୍ଡର କରାଯାଇ ଥିଲା। ବ୍ଲକ କର୍ତ୍ତୃପକ୍ଷ ନିଜର ମନମୁତାବିକ ଟେଣ୍ଡର କରିଥିଲେ। କିନ୍ତୁ ଖେଳ ସାମଗ୍ରୀ ଗୁଡିକ ବ୍ଲକର ଗ୍ରାମ ପଞ୍ଚାୟତମାନଙ୍କୁ ଠିକ୍ ଭାବେ ଯୋଗାଇ ଦିଆଯାଇ ନାହିଁ ।

ବ୍ଲକ ପ୍ରଶାସନ ସରପଞ୍ଚ, ସମିତି ସଭ୍ୟମାନଙ୍କୁ ଅଣଦେଖା କରି ଠିକ୍ ସମୟରେ ସମିତି ବୈଠକ ନକରିବା ଠିକାଦାରମାନଙ୍କୁ ହଇରଣା କରି ବିଲମ୍ବରେ ବିଲ କରିବା,ମନେରେଗା ଯୋଜନାରେ ଆଜିକୁ ପ୍ରାୟ ଅଢେଇ ବର୍ଷ ହେଲା କୌଣସି କାମକୁ ମଞ୍ଜୁରୀ ନକରିବା, ପଦବୀର ଅପବ୍ୟବହାର ଏବଂ ମନମୁଖୀ କାଯ୍ୟ କରିବା, ଅସାଧୁ ଉପାୟରେ ଅତ୍ୟଧିକ ପିସି କାରବାର କରି ଟଙ୍କା ଆତ୍ମସାତ କରିବା ଆଦି ଅଭିଯୋଗରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ଦାବି ଜଣାଇଛନ୍ତି। ୫ଟି ଯୋଜନାରେ ହାଇସ୍କୁଲ ମାନଙ୍କର କାର୍ଯ୍ୟ ଶେଷ କରିଥିବା ଠିକାଦାରମାନଙ୍କୁ ଆଜିକୁ ପ୍ରାୟ ଦୁଇ ବର୍ଷ ହେଲା ଜାଣି ଶୁଣି ଟଙ୍କା ଦେବାରେ ଅବହେଲା କରି ହଇରାଣ କରୁଛନ୍ତି ଏବଂ ଜନସାଧାରଣଙ୍କର ଅଭିଯୋଗ ଠିକ୍ ସମୟରେ ବ୍ଲକ କର୍ତ୍ତୃପକ୍ଷ ଅଫିସ ମଧ୍ୟ ଆସୁ ନାହାନ୍ତି। ଏଣୁ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସଂଘ ଦାବୀ ଜଣାଇଛନ୍ତି।

ଏଣୁ ଜିଲାପାଳ କଳାହାଣ୍ଡି, କେସିଙ୍ଗା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ କଳାପ ଏବଂ ଉନ୍ନୟନ ଯୋଜନା ଗୁଡିକର ଟଙ୍କା ଆତ୍ମସାତ କରିବା ଅଭିଯୋଗର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ନିଷ୍ପତି ନ ନେବା ପର୍ଯ୍ୟନ୍ତ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣ ଦେବା ପାଇଁ ସଂଘର ଉପ ସଭା ନେତ୍ରୀ ଅଞ୍ଜୁ କୁମାର ଚେତାବନୀ ଦେଇଛନ୍ତି।

ଏ ସଂକ୍ରାନ୍ତରେ କେସିଙ୍ଗା ସରପଞ୍ଚ ସଙ୍ଘ ତଥା ଜିଲା ସରପଞ୍ଚ ସଙ୍ଘର ସଭାପତି ସୁବୋଧ ରଣାଙ୍କୁ ପଚାରିବାରୁ ସଙ୍ଘ ଯାହା ନିଷ୍ପତ୍ତି ନେଇଛି,ତାକୁ ଆମେ ମାନି ନେଇ ଗଣଧାରଣାରେ ସମ୍ପୁର୍ଣ୍ଣ ସହଯୋଗ କରିବୁ ବୋଲି ପ୍ରକାଶ କରିଛନ୍ତି।।ଏ ନେଇ କେସିଙ୍ଗା ବିଡିଓ ପଦ୍ମନାଭ ପୁରୋହିତଙ୍କୁ ପଚାରିବାରୁ ”ମୁଁ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କରି ନାହିଁ” ,ତଦନ୍ତ ସାପେକ୍ଷ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri