କରୋନା ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ସରପଞ୍ଚ: ଗୋଟିଏ ଦିନ ପୂର୍ବରୁ ଉପସ୍ଥିତ ଥିଲେ ରକ୍ତଦାନ ଶିବିରରେ

କୋରୁକୋଣ୍ଡା,୧୧।୮(ଡି.ଏନ୍‌.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ସରପଞ୍ଚ ବଂଶୀଧର ମୁଦୁଲି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆ (ଫେସ୍‌ବୁକ୍‌) ପୋଷ୍ଟ କର ଜଣାଇଛନ୍ତି॥ ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରହିବା ନିମନ୍ତେ ଅନୁରୋଧ କରିଛନ୍ତି। କରୋନା ଟେଷ୍ଟ କରି ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାର ଓ ସମାଜକୁ ସୁସ୍ଥ ରଖନ୍ତୁ ବୋଲି ସେ କହିଛନ୍ତି। ତେବେ ବଂଶୀଧର ବର୍ତ୍ତମାନ ହୋମ ଆଇସୋଲଶନରେ ଥିବା ଜଣାଇଛି।
ସୋମବାର ପଞ୍ଚାୟତରେୟ ଆୟୋଜିତ ରକ୍ତ ଦାନ ଶିବିରରେ ଉପସ୍ଥିତ ଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରିବାକୁ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

https://m.facebook.com/story.php?story_fbid=1689465457870068&id=100004198898395