ଅଳିଆ ବୁହା ଗାଡିର ଶୁଭାରମ୍ଭ କଲେ ସରପଞ୍ଚ, ମଲାଡ଼ ପଞ୍ଚାୟତରେ ଏହା ପ୍ରଥମ

ଗଞ୍ଜାମ,୧୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର ନିଆରା ପଞ୍ଚାୟତ ମଲାଡ଼ ଗ୍ରାମ ପଞ୍ଚାୟତ। ଏହି ପଞ୍ଚାୟତରେ ପ୍ରଥମଥର ପାଇଁ ଅଳିଆ ବୁହା ଗାଡିର ଶୁଭାରମ୍ଭ କରିଛନ୍ତି ସରପଞ୍ଚ ମମତା ବେହେରା । ଶୁଭାରମ୍ଭ ବେଳେ ସମିତି ସଭ୍ୟା ପ୍ରତିନିଧି ଟିଟୁ ମହାପାତ୍ର, ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା ପ୍ରମୁଖଙ୍କ ସମେତ ଗ୍ରାମ୍ୟ କମିଟି ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରଥମଥର ପାଇଁ ପଞ୍ଚାୟତ ସ୍ତରରେ ଟ୍ରାଇ ସାଇକେଲ ଦ୍ୱାରା ପଞ୍ଚାୟତ ବିଭିନ୍ନ ଗ୍ରାମକୁ ଯାଇ ଘରକୁ ଘର ଅଳିଆ ଆବର୍ଜନା ଅଣଯିବ। ଉକ୍ତ ପଞ୍ଚାୟତ ଅଧୀନରେ ଦଶଟି ଗ୍ରାମ ଥିବା ଯୋଗୁ ଗୋଟିଏ ଦିନରେ ପାଞ୍ଚଟି ଗ୍ରାମ ଏବଂ ଅନ୍ୟ ଦିନ ଅର୍ଥାତ୍‌ ତା’ ପର ଦିନ ଅନ୍ୟ ପାଞ୍ଚଟି ଗ୍ରାମକୁ ଯାଇ ଅଳିଆ ଆବର୍ଜନା ଆଣିବାକୁ ସ୍ଥିର ହୋଇଥିବା ସରପଞ୍ଚ ପ୍ରତିନିଧି ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉକ୍ତ ଟ୍ରାଇ ସାଇକେଲରେ ଦୁଇଟି ଡବା ରହିଛି। ଗୋଟିଏ ଓଦା ଅଳିଆ ଅନ୍ୟଟିରେ ଶୁଖିଲା ଅଳିଆ ପକାଇବା ନିମନ୍ତେ ଲୋକମାନଙ୍କୁ ସଚେତନତା ମଧ୍ୟ କରାଯାଇଛି । ଏଥିପାଇଁ ଦୁଇ ଜଣ ବ୍ୟକ୍ତି ନିୟୋଜିତ ଅଛନ୍ତି । ସେମାନଙ୍କୁ ଦରମା ଓ ମେଣ୍ଟେନାନ୍ସ ପାଇଁ ବର୍ତ୍ତମାନ ନିଜସ୍ବ ଖର୍ଚ୍ଚରେ କରିବାକୁ ପଡୁଛି ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ପଦକ୍ଷେପ ଗ୍ରହଣ କଲେ ଭଲ ହୁଅନ୍ତା ବୋଲି ସରପଞ୍ଚ ପ୍ରତିନିଧି ବେହେରା କହିଛନ୍ତି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri