କୋବି ଚାଷକରି ମଡେଲ ସାଜିଲେ ସରପଞ୍ଚ

ଦାରିଙ୍ଗବାଡି,୨୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାରେ ଅନେକ ସମୟରେ ଅତି ଭଲ ପନିପରିବା ଚାଷ ହୋଇଥାଏ। ଜିଲାର ଦାରିଙ୍ଗବାଡିରେ ବନ୍ଧା ଓ ଫୁଲ କୋବି ସହ ବିନ୍‌, ଟମାଟୋ, କଞ୍ଚାଲଙ୍କା, ଦେଶୀଆଳୁ ଆଦି ବହୁଳ ପରିମାଣରେ ଚାଷ କରାଯାଇଥାଏ। ହେଲେ ଅନେକ ସମୟରେ ଏହି ଚାଷ କରିବାକୁ ଇଚ୍ଛା ରଖିଥିବା ଚାଷୀ ପାଣିର ଅଭାବ ହେଲେ ଚାଷ କରିବା ବାଧାପ୍ରାପ୍ତ ହୁଏ। ପାଣିର ଅଭାବ ସତ୍ତ୍ୱେ ଅନେକ ଚାଷୀ ପାଣି ଯୋଗାଡ଼ କରି ପନିପରିବା ଚାଷ କରି ଲାଭବାନ ହେବାସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି। ଏଭଳି ଅଞ୍ଚଳରେ ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଶିକ୍ଷିତ ଯୁବ ସରପଞ୍ଚ ସଫଳ ଚାଷୀ ଭାବେ ଅଞ୍ଚଳରେ ଯୁବ ପିଢ଼ିଙ୍କି ପାଇଁ ମଡେଲ ସାଜିଛନ୍ତି।

ଉକ୍ତ ବ୍ଲକ ପ୍ଲିହେରି ପଞ୍ଚାୟତର ଯୁବ ସରପଞ୍ଚ ପାଉଲ ପ୍ରଧାନ ଅଞ୍ଚଳରେ ଲୋକଙ୍କୁ ସେବା ଯୋଗାଇବା ସହ ସମୟ ବାହାର କରି ଚାଷ କରନ୍ତି । ବିଶେଷ କରି ଧାନଚାଷ ସଫଳତାର ସହ କରିବା ସହିତ ସେ ପନିପରିବା ଚାଷକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି। ଚଳିତବର୍ଷ ସେ ୪ ଏକର ଜମିରେ ବନ୍ଧା ଓ ଫୁଲ କୋବି ଚାଷକରି ଏବେ ପ୍ରାୟ ୬୦ ହଜାର ଟଙ୍କାର ବିକ୍ରି କରିସାରିଛନ୍ତି ଆହୁରି ଲକ୍ଷାଧିକ ଟଙ୍କାର ଫସଲ ଉତ୍ପାଦନ ହେବ ବୋଲି ସେ ଆଶା କରିଛନ୍ତି। ତାଙ୍କ ଫସଲ ମଧ୍ୟ ଅତି ଉତ୍ତମ କିସମର ହୋଇଥିବାରୁ ବଜାରରେ ପାଉଲଙ୍କ କୋବିର ଚାହିଦା ଅଧିକା ରହିଛି ବୋଲି କହିଛନ୍ତି। ପାଉଲଙ୍କୁ ଚାଷ କାର୍ଯ୍ୟରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ଏମିତି କି ନବମ ଶ୍ରେଣୀରେ ପାଠପଢୁ ଥିବା ପାଉଲଙ୍କ ଏକ ମାତ୍ର ପୁଅ ମଧ୍ୟ ପାଉଲଙ୍କୁ କ୍ଷେତ କାର୍ଯ୍ୟରେ ସହଯୋଗ କରୁଥିବା କହିଛନ୍ତି।

ଏଥିସହ ପାଉଲ ଉଦ୍ୟାନ ବିଭାଗର ସହଯୋଗରେ ଗୋଟିଏ ଏକର ଜମିରେ ଷ୍ଟ୍ରବେରି ଚାଷ କରିବା ସହ ଆଉ କିଛି ଜମିରେ ବାଇଗଣ, ଟମାଟୋ ଆଦି ଚାଷ ସଫଳତାର ସହ କରୁଛନ୍ତି। ପାଉଲ ଯୁକ୍ତ ଦୁଇ ପାସ କରିବା ପରେ ଘରର ପରିସ୍ଥିତି ଆଗକୁ ପାଠ ପଢ଼ାରେ ଡୋରି ଲାଗିଲା ଓ ପରବର୍ତ୍ତୀ ସମୟରେ ସେ ଘରେ କରାଯାଉଥିବା ପାରମ୍ପରିକ ଚାଷ କାର୍ଯ୍ୟ ଆରମ୍ଭ କରି ପରିବାର ଲୋକଙ୍କୁ ସହଯୋଗ କରିଥିଲେ। ଏବେ ଚାଷ କାର୍ଯ୍ୟକୁ ନିଜ ରୋଜଗାରରେ ପରିଣତ କରି ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ବେଶ୍‌ ପରିଚିତ ହୋଇଛନ୍ତି। ପାଉଲ ଜଣେ ଲୋକ ପ୍ରତିନିଧି ହୋଇ ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରି ସଫଳ ଚାଷୀ ହୋଇଛନ୍ତି ବୋଲି ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri