‘ଶାଢ଼ି ବ୍ୟବସାୟର ବ୍ୟାପକ ସମ୍ଭାବନା ରହିଛି’

ଭୁବନେଶ୍ୱର,୧୭।୧୧: ଟାଟା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ତଥା ଭାରତର ପ୍ରମୁଖ ଗାର୍ମେଣ୍ଟ (ଶାଢ଼ି) ବ୍ରାଣ୍ଡ୍‌ ତନେଇରା ଓଡ଼ିଶା ବଜାରରେ ପ୍ରବେଶ କରିବା ସହ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟନଠାରେ ବ୍ରାଣ୍ଡ୍‌ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଟାଇଟାନ କମ୍ପାନୀର ଏମ୍‌ଡି ସି.କେ. ଭେଙ୍କଟରମଣ, ତନେରାଇର ସିଇଓ ଅମ୍ବୁଜ ନାରାୟଣ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଇଟାନର ଆଞ୍ଚଳିକ ବାଣିଜି୍ୟକ ମୁଖ୍ୟ (ଇଷ୍ଟ) ସୋମପ୍ରଭ ସିଂହ, ତାନେଇରାର ନ୍ୟାଶନାଲ ରିଟେଲ ହେଡ୍‌ ଅନିର୍ବାଣ ବାନାର୍ଜୀଙ୍କ ସମେତ ଭୁବନେଶ୍ୱର ଆଉଟ୍‌ଲେଟ୍‌ର ସ୍ବତ୍ୱାଧିକାରୀ ଯୋଗେନ୍ଦ୍ର ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ୨୮୦୦ ବର୍ଗଫୁଟ ପରିମିତ ଜମିରେ ଗଢ଼ି ଉଠିଥିବା ଏହି ନୂତନ ବ୍ରାଣ୍ଡ୍‌ର ଆଉଟ୍‌ଲେଟ୍‌ରେ ଉଭୟ ଓଡ଼ିଶା ଓ ଜାତୀୟସ୍ତରର ଜଣାଶୁଣା ଶାଢ଼ି ସାଙ୍ଗକୁ ହସ୍ତତନ୍ତ ଶାଢ଼ି ,ବ୍ଲାଉଜ ଏବଂ ଅନ୍ୟାନ୍ୟ ଚିତ୍ରକଳା ସମ୍ପର୍କିତ କପଡ଼ା ସାମଗ୍ରୀ ମଧ୍ୟ ଉପଲବ୍ଧ। ସେହିଭଳି ଜାତୀୟସ୍ତରର କାଞ୍ଜିଭରମ,ବନାରସୀ,ସାଉଥ ସିଲ୍କ,ପୋଚମପଲ୍ଲୀ ଇକତ, ମଙ୍ଗଲଗିରି, ଚନ୍ଦେରୀ, ମାହେଶ୍ୱରୀ, ଜାମଦାନୀ ଏବଂ ଟସର ଆଦିର ଶାଢ଼ି ଗୁଣାତ୍ମକମାନର ଉତ୍ପାଦ ସାଙ୍ଗକୁ ଆକର୍ଷଣୀୟ ଡିଜାଇନର ଶାଢ଼ି ପାଇପାରିବେ।

ଏ ସମ୍ପର୍କରେ ଟାଇଟାନ କମ୍ପାନୀର ଏମ୍‌ଡି ଭେଙ୍କଟରମଣ କହିଛନ୍ତି, ଓଡ଼ିଶା କଳା, ପରମ୍ପରା, ସାହିତ୍ୟ ଓ ସଂସ୍କୃତିର ରାଜ୍ୟ ହୋଇଥିବାରୁ ଏଠାକାର ମହିଳା ଓ ନାରୀ ଶାଢ଼ିକୁ ବେଶ୍‌ ଗୁରୁତ୍ୱ ଦେଇଥାନ୍ତି ବା ଶାଢ଼ି ମହିଳାଙ୍କର ପ୍ରମୁଖ ବସ୍ତ୍ର ଭାବେ ପରିଗଣିତ ହୋଇଥାଏ। ଏପରିକି ଓଡ଼ିଶାର ଶାଢ଼ି ସାରା ବିଶ୍ୱରେ ପରିଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଓଡ଼ିଶା ବଜାରରେ ଶାଢ଼ି ବ୍ୟବସାୟର ବ୍ୟାପକ ସମ୍ଭାବନା ରହିଛି। ଉଭୟ ସ୍ବଦେଶୀ ଏବଂ ବିଦେଶୀ ମହିଳା ଓଡ଼ିଶା ବଜାରରୁ ଶାଢ଼ି କିଣିବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଓଡ଼ିଶା ବଜାରରେ ରହିଥିବା ଆବଶ୍ୟକତା ପୂରଣ କରିବାକୁ ଭୁବନେଶ୍ୱରରେ ଆମେ ଆମର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରିଛୁ ବୋଲି ସେ ମତପ୍ରକାଶ କରିଛନ୍ତି।

ସେହିପରି ତନେଇରାର ସିଇଓ ଅମ୍ବୁଜ ନାରାୟଣ କହିଥିଲେ, ଭୁବନେଶ୍ୱରରେ ଆମର ପ୍ରଥମ ଷ୍ଟୋରକୁ ଉନ୍ମୋଚନ କରି ଆମେ ବହୁତ ଖୁସି । ଏଠାରେ ଉଭୟ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ରାଜ୍ୟର ସୁନାମଧନ୍ୟ ଶାଢ଼ି ସାଙ୍ଗକୁ କମ୍ପାନୀ ପ୍ରମୁଖ ବ୍ରାଣ୍ଡ୍‌ର ଶାଢ଼ି ମଧ୍ୟ ଉପଲବ୍ଧ ହେବ। ଅପରପକ୍ଷରେ ଷ୍ଟୋରର ସ୍ବତ୍ୱାଧିକାରୀ ଯୋଗେନ୍ଦ୍ର ହଂସ ତନେଇରାର ଆଭିମୁଖ୍ୟ ଓ ଆଗାମୀ ଯୋଜନା ଏବଂ ସ୍ଥାନୀୟ ବୁଣାକାରଙ୍କ ଉଦ୍ଦେଶ୍ୟରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ।

ସୂଚନାଯୋଗ୍ୟ, ତନେଇରାର ଉଦ୍‌ଘାଟନୀ ଅବସରରେ ଗ୍ରାହକଙ୍କ ପାଇଁ ଆକଷଣୀୟ ଅଫର ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ପ୍ରତି ୨୦,୦୦୦ଟଙ୍କାର କିଣାକିଣି ଉପରେ ୦.୨ ଗ୍ରାମର ତନିସ୍କ ସୁନାମୁଦ୍ରା ଉପହାର ସ୍ବରୂପ ଗ୍ରାହକଙ୍କୁ ଦିଆଯାଉଛି। ଏହି ଅଫର ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିଛି ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri