‘ଶାଢ଼ି ବ୍ୟବସାୟର ବ୍ୟାପକ ସମ୍ଭାବନା ରହିଛି’

ଭୁବନେଶ୍ୱର,୧୭।୧୧: ଟାଟା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ତଥା ଭାରତର ପ୍ରମୁଖ ଗାର୍ମେଣ୍ଟ (ଶାଢ଼ି) ବ୍ରାଣ୍ଡ୍‌ ତନେଇରା ଓଡ଼ିଶା ବଜାରରେ ପ୍ରବେଶ କରିବା ସହ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟନଠାରେ ବ୍ରାଣ୍ଡ୍‌ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଟାଇଟାନ କମ୍ପାନୀର ଏମ୍‌ଡି ସି.କେ. ଭେଙ୍କଟରମଣ, ତନେରାଇର ସିଇଓ ଅମ୍ବୁଜ ନାରାୟଣ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଇଟାନର ଆଞ୍ଚଳିକ ବାଣିଜି୍ୟକ ମୁଖ୍ୟ (ଇଷ୍ଟ) ସୋମପ୍ରଭ ସିଂହ, ତାନେଇରାର ନ୍ୟାଶନାଲ ରିଟେଲ ହେଡ୍‌ ଅନିର୍ବାଣ ବାନାର୍ଜୀଙ୍କ ସମେତ ଭୁବନେଶ୍ୱର ଆଉଟ୍‌ଲେଟ୍‌ର ସ୍ବତ୍ୱାଧିକାରୀ ଯୋଗେନ୍ଦ୍ର ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ୨୮୦୦ ବର୍ଗଫୁଟ ପରିମିତ ଜମିରେ ଗଢ଼ି ଉଠିଥିବା ଏହି ନୂତନ ବ୍ରାଣ୍ଡ୍‌ର ଆଉଟ୍‌ଲେଟ୍‌ରେ ଉଭୟ ଓଡ଼ିଶା ଓ ଜାତୀୟସ୍ତରର ଜଣାଶୁଣା ଶାଢ଼ି ସାଙ୍ଗକୁ ହସ୍ତତନ୍ତ ଶାଢ଼ି ,ବ୍ଲାଉଜ ଏବଂ ଅନ୍ୟାନ୍ୟ ଚିତ୍ରକଳା ସମ୍ପର୍କିତ କପଡ଼ା ସାମଗ୍ରୀ ମଧ୍ୟ ଉପଲବ୍ଧ। ସେହିଭଳି ଜାତୀୟସ୍ତରର କାଞ୍ଜିଭରମ,ବନାରସୀ,ସାଉଥ ସିଲ୍କ,ପୋଚମପଲ୍ଲୀ ଇକତ, ମଙ୍ଗଲଗିରି, ଚନ୍ଦେରୀ, ମାହେଶ୍ୱରୀ, ଜାମଦାନୀ ଏବଂ ଟସର ଆଦିର ଶାଢ଼ି ଗୁଣାତ୍ମକମାନର ଉତ୍ପାଦ ସାଙ୍ଗକୁ ଆକର୍ଷଣୀୟ ଡିଜାଇନର ଶାଢ଼ି ପାଇପାରିବେ।

ଏ ସମ୍ପର୍କରେ ଟାଇଟାନ କମ୍ପାନୀର ଏମ୍‌ଡି ଭେଙ୍କଟରମଣ କହିଛନ୍ତି, ଓଡ଼ିଶା କଳା, ପରମ୍ପରା, ସାହିତ୍ୟ ଓ ସଂସ୍କୃତିର ରାଜ୍ୟ ହୋଇଥିବାରୁ ଏଠାକାର ମହିଳା ଓ ନାରୀ ଶାଢ଼ିକୁ ବେଶ୍‌ ଗୁରୁତ୍ୱ ଦେଇଥାନ୍ତି ବା ଶାଢ଼ି ମହିଳାଙ୍କର ପ୍ରମୁଖ ବସ୍ତ୍ର ଭାବେ ପରିଗଣିତ ହୋଇଥାଏ। ଏପରିକି ଓଡ଼ିଶାର ଶାଢ଼ି ସାରା ବିଶ୍ୱରେ ପରିଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଓଡ଼ିଶା ବଜାରରେ ଶାଢ଼ି ବ୍ୟବସାୟର ବ୍ୟାପକ ସମ୍ଭାବନା ରହିଛି। ଉଭୟ ସ୍ବଦେଶୀ ଏବଂ ବିଦେଶୀ ମହିଳା ଓଡ଼ିଶା ବଜାରରୁ ଶାଢ଼ି କିଣିବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଓଡ଼ିଶା ବଜାରରେ ରହିଥିବା ଆବଶ୍ୟକତା ପୂରଣ କରିବାକୁ ଭୁବନେଶ୍ୱରରେ ଆମେ ଆମର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରିଛୁ ବୋଲି ସେ ମତପ୍ରକାଶ କରିଛନ୍ତି।

ସେହିପରି ତନେଇରାର ସିଇଓ ଅମ୍ବୁଜ ନାରାୟଣ କହିଥିଲେ, ଭୁବନେଶ୍ୱରରେ ଆମର ପ୍ରଥମ ଷ୍ଟୋରକୁ ଉନ୍ମୋଚନ କରି ଆମେ ବହୁତ ଖୁସି । ଏଠାରେ ଉଭୟ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ରାଜ୍ୟର ସୁନାମଧନ୍ୟ ଶାଢ଼ି ସାଙ୍ଗକୁ କମ୍ପାନୀ ପ୍ରମୁଖ ବ୍ରାଣ୍ଡ୍‌ର ଶାଢ଼ି ମଧ୍ୟ ଉପଲବ୍ଧ ହେବ। ଅପରପକ୍ଷରେ ଷ୍ଟୋରର ସ୍ବତ୍ୱାଧିକାରୀ ଯୋଗେନ୍ଦ୍ର ହଂସ ତନେଇରାର ଆଭିମୁଖ୍ୟ ଓ ଆଗାମୀ ଯୋଜନା ଏବଂ ସ୍ଥାନୀୟ ବୁଣାକାରଙ୍କ ଉଦ୍ଦେଶ୍ୟରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ।

ସୂଚନାଯୋଗ୍ୟ, ତନେଇରାର ଉଦ୍‌ଘାଟନୀ ଅବସରରେ ଗ୍ରାହକଙ୍କ ପାଇଁ ଆକଷଣୀୟ ଅଫର ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ପ୍ରତି ୨୦,୦୦୦ଟଙ୍କାର କିଣାକିଣି ଉପରେ ୦.୨ ଗ୍ରାମର ତନିସ୍କ ସୁନାମୁଦ୍ରା ଉପହାର ସ୍ବରୂପ ଗ୍ରାହକଙ୍କୁ ଦିଆଯାଉଛି। ଏହି ଅଫର ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିଛି ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri