ସାମାଜିକ ବାସନ୍ଦକୁ ନେଇ ସାର୍ଗୁଣାପଲ୍ଲୀ ଅଶାନ୍ତି: ନାୟବ ସରପଞ୍ଚଙ୍କ ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୨ା୫(ଡି.ଏନ.ଏ.):ପୁରୁଷୋତ୍ତମପୁର ଥାନା ଭାଟକୁମରଡା ପଞ୍ଚାୟତ ସାର୍ଗୁଣାପଲ୍ଲୀ ଗ୍ରାମରେ ବିଦ୍ୟୁତ ପୋଲରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବାର ସାମାନ୍ୟ ଘଟଣାକୁ ନେଇ ଗତ ଅକ୍ଟୋବର ମାସଠାରୁ ବର୍ତ୍ତମାନ ଯାଏ ଗ୍ରାମରେ ଅଶାନ୍ତି ଲାଗି ରହିଛି। ଯୁଦ୍ଧିଷ୍ଟିର ନାହାକଙ୍କ ପରିବାର ଉପରେ ନିର୍ଯାତନା ବଢିଚାଲିଛି। ଏପରିକି ଗତ ୨ ତାରିଖରେ ସେହି ଗ୍ରାମର ତଥା ଭାଟକୁମରଡା ପଞ୍ଚାୟତ ନାୟବ ସରପଞ୍ଚଙ୍କ ସ୍ବାମୀ ଇନ୍ଦ୍ର ନାହାକଙ୍କ ସମେତ ୧୦ ଜଣ ବ୍ୟକ୍ତି ଖଣ୍ଡା କାତି ଆଦି ମାରଣାସ୍ତ୍ର ଧରି ଯୁଦ୍ଧିଷ୍ଟିରଙ୍କ ଘରେପଶି ତାଙ୍କ ବାପା ପ୍ରଫୁଲ ନାହାକଙ୍କୁ ଗାଁ ଦାଣ୍ଡକୁ ଘୋଷାଡି ଆଣି ହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ମା’ ପ୍ରମିଳା ଓ ଭାଇ ଚରଣ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ମାଡମାରି ଫୋନଟିକୁ ଛଡାଇ ନେଇ ଯାଇଥିଲେ। ଏ ନେଇ ଗତ ୪ରେ ଯୁଦ୍ଧିଷ୍ଟିର ପୁରୁଷୋତ୍ତମପୁର ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଥାନା ନଂ. ୩୦୬/୨୩ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଥିବା ବେଳେ ସୋମବାର ନାୟବ ସରପଞ୍ଚଙ୍କ ସ୍ବାମୀ ଇନ୍ଦ୍ର ନାହାକଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ପୁରୁଷୋତ୍ତମପୁର ଥାନା ଘେରାଉ କରି ଇନ୍ଦ୍ରଙ୍କୁ ତୁରନ୍ତ ଛାଡିବା ଲାଗି ଦାବି କରିଥିଲେ। ମାତ୍ର ପୋଲିସ କଡା ସୁରକ୍ଷା ବଳୟ ମଧ୍ୟରେ ଇନ୍ଦ୍ର ନାହାକଙ୍କୁ ପୁରୁଷୋତ୍ତମପୁର କୋର୍ଟକୁ ଚାଲାଣ କରି ଥାନାକୁ ଜଗି ରହିଥିଲେ। ଏହାକୁ ନେଇ ଏସ୍‌ଡିପିଓ ରଜନୀକାନ୍ତ ସାମଲ ଘଟଣା ସ୍ଥଳକୁ ଆସି ଏଥିରେ ହସ୍ତକ୍ଷେପ କରି ଲୋକଙ୍କୁ ବୁଝାଶୁଝା କରି ଯେପରି ଗ୍ରାମରେ ଶାନ୍ତି ବଜାୟରହିବ ସେଥିନେଇ ପରାମର୍ଶ ମାନ ଦେଇଥିଲେ। ଫଳରେ ଥାନା ଘେରାଉ ହଟିଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ଗ୍ରାମରେ ପ୍ରଜାକୋର୍ଟ କରି ଯୁଦ୍ଧିଷ୍ଟିରଙ୍କ ପରିବାରକୁ ସାମାଜିକ ବାସନ୍ଦ କରିବା ସହ ୩୦ ହଜାର ଟଙ୍କା ଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ନେଇ ଯୁଦ୍ଧିଷ୍ଟିର ପୋଲିସରେ ଗତ ଫେବୃଆରୀରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ ୧୦୬/୨୩ ପ୍ରକାରେ ମାମଲା ରୁଜୁ କରିବା ସହ ଯେପରି ଏଭଳି ସାମାଜିକ ବାସନ୍ଦ ଓ ଆର୍ଥିକ ଦଣ୍ଡ ଭଳିକୁ ସଂସ୍କାର ଘଟଣା ବନ୍ଦ ହେବ ଗ୍ରାମରେ ଶାନ୍ତି ବଜାୟ ରହିବ ସେଥିନେଇ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ ପକ୍ଷ ମିଳାମିଶା ହୋଇ ବିଶୃଙ୍ଖଳା ନକରିବା ଲାଗି ପୋଲିସକୁ ଚୁକ୍ତିନାମା ଲେଖିଦେଇଥିବାବେଳେ ପୁଣି ତାହାର ପୁନରାବୃତ୍ତି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri