ସରସ୍ବତୀ ପୂଜା-ସାଧାରଣତନ୍ତ୍ର ଦିବସ ମଧ୍ୟାହ୍ନ ଭୋଜନରେ ପରିବର୍ତ୍ତନ ତାଲିକା ନାହିଁ, ଛାତ୍ରୀଛାତ୍ର ଅଣ୍ଡା ଖାଇବାରୁ ବଞ୍ଚିତ

ଦାରିଙ୍ଗବାଡି, ୨୫।୧ (ଅରୁଣ ସାହୁ ): ଏବେ ଯାଇଛି ସରସ୍ବତୀ ପୂଜା ଉତ୍ସବ ଆଉ ସୋମବାର ଦେଶ ପାଳିବ ସାଧାରଣତନ୍ତ୍ର ଦିବସ। ଏହାକୁ ନେଇ ସାରା ରାଜ୍ୟ ଉତ୍ସବ ମୁଖର ଥିବା ବେଳେ ଏବେ ଚର୍ଚ୍ଚା ଧରିଛି ଆମିଷ ଭୋଜନ କୁ ନେଇ। କୋରାପୁଟ ଜିଲାରେ କୌଣସି ସ୍ଥାନରେ ଆମିଷ ବିକ୍ରୀକୁ ଜିଲ୍ଲା ପ୍ରଶାସନ କଟକଣା କରିଥିବା ବେଳେ ସୋମବାର ରାଜ୍ୟର ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ତାଲିକାରେ ଅଣ୍ଡା ଭୋଜନ ବ୍ୟବସ୍ଥା ରହିଛି । ତେବେ ପିଲା ସରସ୍ବତୀ ପୂଜାରେ ଆମିଷ ଭୋଜନକୁ ନା କରିଥିବା ବେଳେ ଅଣ୍ଡା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନେକ ଛାତ୍ରୀଛାତ୍ର ସରସ୍ବତୀ ପୂଜାକୁ ଶ୍ରଦ୍ଧାର ସହ ପାଳନ କରିବା ସହ ଆମିଷ (ଅଣ୍ଡା)ଭୋଜନ ଖାଇ ନ ଥିବା ବେଳେ ବହୁ ପିଲା ବିଭିନ୍ନ ବିଦ୍ୟାଳୟରେ ଭୋକ ଉପାସରେ ଘରକୁ ଫେରିଥିବା ଜଣାପଡିଛି । ସେହିପରି ଏବେ ପୁଣି ସୋମବାରରେ ସାଧାରଣତନ୍ତ୍ର ଦିବସ ପଡୁଥିବାରୁ ଅନେକ ଛାତ୍ରୀଛାତ୍ର ଏହି ଦିବସକୁ ସମ୍ମାନ ଜଣାଇ ଆମିଷ ଭୋଜନକୁ ନା କରିବେ। ତେବେ ସରକାର ଏହି ଦିଗରେ ବିଶେଷ ଦିନ ଗୁଡିକୁ ଦେଖି ଛାତ୍ରୀଛାତ୍ରଙ୍କ ଆବେଗକୁ ଗୁରୁତ୍ୱ ଦେଇ ଉକ୍ତ ତାଲିକାରେ ପରିବର୍ତ୍ତନ କରି ସାଦା ଭୋଜନ ବ୍ୟବସ୍ଥା କରିବା ଜରୁରୀ ବୋଲି ଚର୍ଚ୍ଚା ଧରିଛି। କୋରାପୁଟ ଜିଲାପାଳ ଏବେ ସାଧାରଣତନ୍ତ୍ର ଦିବସରେ ଛାତ୍ରାବାସର ଛାତ୍ରୀଛାତ୍ରଙ୍କୁ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଅଣ୍ଡା ଭୋଜନ ଖାଇବାକୁ ଦେବେ ନା ପରିବର୍ତ୍ତନ କରିବେ ସେନେଇ କୋରାପୁଟ ତଥା କନ୍ଧମାଳରେ ଜୋରଦାର ଚର୍ଚ୍ଚା ଚାଲିଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା

ଗଜପତି, ୨୫ା୧(ଗିରିଧାରୀ ପରିଛା): ଗଜପତି ଜିଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ)…

ଏହିଦିନ ସରିବ ସରପଞ୍ଚଙ୍କ କାର୍ଯ୍ୟକାଳ, ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର, ୨୫ା୧: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ରାଜ୍ୟ ନିର୍ବାଚନ କମିଶନ ରବିବାର ସବୁ ଦ୍ୱନ୍ଦ୍ୱ ଦୂର କରି…

ଓଡ଼ିଶାର ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ଆରମ୍ଭ ହେବ AI, ମେସିନ୍ ଲର୍ନିଂ ଲ୍ୟାବ୍‌

ଭୁବନେଶ୍ୱର, ୨୫ା୧: ସମଗ୍ର ବିଶ୍ୱ ଏବେ କୃତ୍ରିମ ବୁଦ୍ଧିମତ୍ତା(AI) ପଛରେ ଦୌଡ଼ିବାରେ ଲାଗିଛି। ଏହି ଦୋୖଡରେ ଏବେ ଓଡିଶାର ଶିକ୍ଷା ବ୍ୟବସ୍ଥା ସାମିଲ ହେବାକୁ ଯାଉଛି। ସମ୍ବଲପୁର…

ଟି୨୦ ବିଶ୍ୱକପ୍‌ରେ ସ୍କଟ୍‌ଲାଣ୍ଡ ସାମିଲ ହେବା ପରେ ମୁହଁ ଖୋଲିଲା ବାଂଲାଦେଶ କ୍ରିକେଟ ବୋର୍ଡ

ଢାକା,୨୫ା୧: ଆସନ୍ତା ୭ ତାରିଖରୁ ଭାରତରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଲାଗି ବାଂଲାଦେଶ ବଦଳରେ ସ୍କଟ୍‌ଲାଣ୍ଡକୁ ସାମିଲ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ନିଷ୍ପତ୍ତିକୁ…

ଭଞ୍ଜନଗର ପୋଲିସକୁ ସଫଳତା, ୩୩ ମୋବାଇଲ ଫୋନ ଉଦ୍ଧାର କରି ଫେରାଇଲା

ଭଞ୍ଜନଗର,୨୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ହଜିଯାଇଥିବା ୩୩ଟି ମୋବାଇଲ ଫୋନ ଉଦ୍ଧାର କରିଛି । ଏହାସହ ପ୍ରକୃତ ହିତାଧିକାରୀଙ୍କୁ ଫେରାଇ ଦେଇଛି ।…

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

ନକ୍‌ଆଉଟ ପ୍ରତିଯୋଗିତା: ଖଣ୍ଡାଧାର ଟାଇଟନ ଦଳ ଚାମ୍ପିୟନ

ଲହୁଣିପଡ଼ା,୨୫ା୧(ଦାଶରଥି ପଣ୍ଡା): ସୁନ୍ଦରଗଡ ଜିଲା ଲହୁଣିପଡ଼ା କ୍ରିକେଟ ଖେଳ ପଡ଼ିଆଠାରେ ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଚାଲିଥିବା ୧୭ତମ ପାଞ୍ଚଦିନିଆ ନକ୍‌ଆଉଟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri