କାର୍‌ ଦୁର୍ଘଟଣାରେ ତାମିଲ ନିର୍ଦ୍ଦେଶକ-ଅଭିନେତା ସରନ ରାଜଙ୍କ ପରାଲୋକ

ମୁମ୍ବାଇ: ନିର୍ଦ୍ଦେଶକ ଭେତ୍ରିମାରନଙ୍କ ସହକାରୀ ନିର୍ଦ୍ଦେଶକ ତଥା ସପୋଟିଙ୍ଗ୍‌ ଅଭିନେତା ସରନ ରାଜଙ୍କ ପରାଲୋକ ଘଟିଛି। କେ କେ ନଗରରେ ଏକ କାର ଦୁର୍ଘଟଣାରେ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ, ସହଯୋଗୀ ଅଭିନେତା ପଲାନିୟପ୍ପନ ମଦ ନିଶାରେ କାର୍‌ରେ ଯାଉଥିବା ବେଳେ ସରନ ରାଜଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ଏହି କାରଣରୁ ସରନ ରାଜ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଅନ୍ୟପକ୍ଷରେ ସରନ ରାଜଙ୍କ ମୃତ୍ୟୁ ହେତୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ଭେତ୍ରିମାରନ ଦେଶର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ। ସରନ ରାଜ ତାଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ର ବଡା ଚେନ୍ନାଇରେ ତାଙ୍କର ସହକାରୀ ନିର୍ଦ୍ଦେଶକ ଥିଲେ। ସେ ବଡା ଚେନ୍ନାଇ ଏବଂ ଅସୁରନରେ ସହାୟକ ଭୂମିକା ଗ୍ରହଣ କରିଥିଲେ। ସରନ ରାଜ ମଦୁରବୋୟାଲର ଧନଲକ୍ଷ୍ମୀ ଛକରେ ରହୁଥିଲେ। ଗୁରୁବାର ରାତି ୧୧.୩୦ସମୟରେ ସେ କେ କେ ନଗରର ଆରକୋଟ ରୋଡରେ ଯାତ୍ରା କରୁଥିବାବେଳେ ଦୁର୍ଘଟଣା ଘଟିଥିଲା। ରିପୋର୍ଟ ଅନୁଯାୟୀ, ସରନ ହେଲମେଟ ପିନ୍ଧି ନ ଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ସରନ ରାଜଙ୍କୁ ସରକାରୀ ହସ୍ପିଟାଲକୁ ପଠାଇଥିଲେ ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ପୋଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 

Share