ସରାଇ ଆପ୍‌ ସୁରକ୍ଷିତ

ସରାଇ ଆପ୍‌ ହ୍ୟାକ୍‌ ହୋଇପାରିବ ନାହିଁ କି ? ଯଦି ଏହି ଆପ୍‌ ଦ୍ୱାରା କୌଣସି ନିରୀହ ଯାତ୍ରୀ କିମ୍ବା ବ୍ୟବସାୟୀ ପ୍ରତିନିଧିଙ୍କ ତଥ୍ୟ ଲିକ୍‌ ହୋଇଯାଏ, ତେବେ କ’ଣ ହେବ ?
ଡିସିପି: ପୂର୍ବରୁ ଅନେକ ହୋଟେଲ ସେମାନଙ୍କ ଅତିଥିଙ୍କ ତଥ୍ୟ ହାର୍ଡ କପି କିମ୍ବା ଇମେଲ ଜରିଆରେ ଥାନାକୁ ପଠାଉଥିଲେ। ସେ ସମୟରେ ମଧ୍ୟ ତଥ୍ୟ ଲିକ୍‌ ହେବାର ଭୟ ଥିଲା। ମାତ୍ର ବର୍ତ୍ତମାନର ବ୍ୟବସ୍ଥା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହୋଇଥିବାରୁ ଏହା ଦ୍ୱାରା କୌଣସି ତଥ୍ୟ ଲିକ୍‌ର ସମ୍ଭାବନା ନାହିଁ।
କୋଭିଡ୍‌ ସମୟରେ ପର୍ଯ୍ୟଟନ ଶିଳ୍ପ ଖରାପ ସମୟ ଦେଇ ଗତି କରୁଛି। କେହି ଟଙ୍କା ରୋଜଗାର କରିପାରୁ ନାହାନ୍ତି। ଯଦି ଆପଣ ହୋଟେଲ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କିମ୍ବା ଅଟକ ରଖନ୍ତି, ତେବେ ଏହା ସେମାନଙ୍କୁ ହଇରାଣ କରିବା ଭଳି ହେବ ନାହିଁ କି?
ଡିସିପି : ଅତିଥିଙ୍କ ତଥ୍ୟ ନ ଦେବା ଅଭିଯୋଗରେ କାହାକୁ ଗିରଫ କରାଯାଉ ନାହିଁ। ଯଦି ସେମାନେ ଅତିଥିଙ୍କ ତଥ୍ୟ ଡିଜିଟାଲ ମାଧ୍ୟମରେ ପଠାନ୍ତି, ତେବେ ପୋଲିସକୁ ହୋଟେଲ ଯାଞ୍ଚ କରିବାକୁ ପଡ଼ିବ ନାହିଁ। ତେଣୁ ସେମାନେ ଆଗ୍ରହର ସହ ହୋଟେଲ୍‌କୁ ଆସୁଥିବା ଅତିଥିଙ୍କ ତଥ୍ୟ ଦେବା ଉଚିତ୍‌।
ଆପଣ କିପରି ଭାବି ପାରୁଛନ୍ତି ଯେ, ହୋଟେଲ ମ୍ୟାନେଜର କିମ୍ବା ମାଲିକ ପ୍ରତ୍ୟେକ ଅତିଥିଙ୍କ ତଥ୍ୟ ଯାଞ୍ଚ କରିପାରିବେ?
ଡିସିପି: ଆମେ ସେମାନଙ୍କୁ ଅଧିକ କିଛି ମାଗୁ ନାହୁଁ। ପ୍ରାୟତଃ ହୋଟେଲ କର୍ତ୍ତୃପକ୍ଷ ଅତିଥିଙ୍କଠାରୁ ଫଟୋ ସହିତ ପରିଚୟ ପତ୍ର ମାଗିଥାନ୍ତି। ସେମାନେ ପ୍ରଦାନ କରୁଥିବା ପରିଚୟପତ୍ରରେ ଥିବା ଫଟୋକୁ ଅତିଥିଙ୍କ ସହିତ ମେଳ କରିବା ସହିତ ମୋବାଇଲ ନମ୍ବର ମଧ୍ୟ ଯାଞ୍ଚ କରିବାକୁ ଆମେ ଅନୁରୋଧ କରୁଛୁ।
ସରାଇ ଆପ୍‌ ମାଧ୍ୟମରେ ଦିଆଯାଇଥିବା ସମସ୍ତ ଅତିଥିଙ୍କ ତଥ୍ୟଙ୍କୁ ଯାଞ୍ଚ କରିବାକୁ କମିଶନରେଟ ପୋଲିସ ପାଖରେ ପର୍ଯ୍ୟାପ୍ତ ପରିମାଣରେ ମାନବସମ୍ବଳ ରହିଛି କି?
ଡିସିପି: ଏହି ନୂଆ ଟେକ୍‌ନୋଲୋଜି ଦ୍ୱାରା ହୋଟେଲ ଯାଞ୍ଚ ପାଇଁ ଆବଶ୍ୟକ ପଡୁଥିବା ମାନବସମ୍ବଳ ହ୍ରାସ ପାଇବ।
ଟୁଇନ୍‌ସିଟିର ସମସ୍ତ ସିସିଟିଭିକୁ ତଦାରଖ କରିବା ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ଅଛନ୍ତି କି?
ଡିସିପି: ସମସ୍ତ ସିସିଟିଭିକୁ ୨୪ ଘଣ୍ଟା ତଦାରଖ କରିବା ଦରକାର ନାହିଁ। ଅଧିକାଂଶ କ୍ଷେତ୍ରରେ ଘଟଣା ଘଟିବା ପରେ ସିସିଟିଭି ଫୁଟେଜ୍‌ର ଆବଶ୍ୟକତା ପଡ଼ିଥାଏ।
ଲୋକଙ୍କ ମତରେ ରାଜ୍ୟର ଥାନାଗୁଡ଼ିକରେ ଆବଶ୍ୟକ ଠାରୁ କମ୍‌ ସଂଖ୍ୟକ କର୍ମଚାରୀ ଅଛନ୍ତି। ଆପଣ କିପରି ଭାବୁଛନ୍ତି ଯେ, ଠିକ୍‌ ଭାବରେ କାର୍ଯ୍ୟ ସମ୍ପାଦନ ହୋଇପାରିବ ?
ଡିସିପି: ଆମକୁ ଏହି କ୍ଷେତ୍ରରେ ଟେକ୍‌ନୋଲୋଜି ଓ ପ୍ରୋଗ୍ରାମିଂ ସାହାଯ୍ୟ କରିବ। ଆମକୁ ସବୁକିଛି ମାନୁଆଲି କରିବାର ଆବଶ୍ୟକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri