ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ସର୍ବଦା ଚର୍ଚ୍ଚା ଲାଗିରହୁଥିଲା। ସେମାନଙ୍କ ବ୍ରେକ୍‌ଅପ୍‌କୁ ନେଇ ସାରା ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ୨୦୨୦ ତାଙ୍କ ପାଇଁ ସବୁଠାରୁ ଖରାପ ବର୍ଷ ଥିଲା। ୟୁ ଟ୍ୟୁବ୍‌ର ରଣବୀର ଅଲ୍ଲାହବାଦିଆଙ୍କ ସହ କଥାବାର୍ତ୍ତାରେ ସାରା କହିଛନ୍ତି, ବ୍ରେକ୍‌ଅପ୍‌ରୁ ୨୦୨୦ ବର୍ଷ ଆରମ୍ଭ ହୋଇଥିଲା।

ତାହାକୁ ନେଇ ସେ ବହୁ ଦୁଃଖିତ ହୋଇ ଯାଇଥିଲେ। ପରେ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌- ୨’ ବିଫଳ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା। ହେଲେ ଟ୍ରୋଲିଂ ଏବଂ ସୋସିଆଲ ମିଡିଆକୁ ସାରା ସେତେଟା ମହତ୍ତ୍ୱ ଦେଇ ନ ଥା’ନ୍ତି ବୋଲି କହିଛନ୍ତି। ତେବେ ସାରା କରନ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରନ’ରେ କାର୍ତ୍ତିକଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ବୋଲି କହିଥିଲେ। ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌- ୨’ ଶୁଟିଂ ସମୟରେ ଦୁହେଁ ପ୍ରେମଫାଶରେ ପଡ଼ିଥିଲେ। ମାତ୍ର ତାହା ବେଶି ଦିନ ଚାଲି ନ ଥିଲା। ତେବେ ଆଗାମୀ ଦିନରେ ସାରା ଫିଲ୍ମ ‘ଗ୍ୟାସ୍‌ଲାଇଟ୍‌’, ‘ଏ ବତନ ମେରେ’ ଏବଂ ‘ମେଟ୍ରୋ’ରେ ନଜରକୁ ଆସିବେ। ଏହା ପୂର୍ବରୁ ସେ ଅକ୍ଷୟ କୁମାର ଏବଂ ଧନୁଷ୍‌ଙ୍କ ସହ ‘ଅତରଙ୍ଗି’ରେ କାମ କରିସାରିଛନ୍ତି।

Share