ଆଖିବୁଜିଲେ ଏହି ଅଭିିନେତ୍ରୀ

ଅଭିନେତ୍ରୀ ତାର୍‌ଲା ଜୋଷୀଙ୍କ ପରଲୋକ ଘଟିଛି। ‘ସାରାଭାଇ ଭର୍ସେସ ସାରାଭାଇ’, ଏକ ହଜାରୋଁ ମେଁ ମେରୀ ବେହନା ହୈ ଭଳି ଅନେକ ସିରିଏଲରେ କାମ କରିଥିବା ତାରଲା ଯୋଶୀଙ୍କର ମୃତ୍ୟୁ ବିଷୟରେ ଅଭିନେତ୍ରୀ ନିଆ ଶର୍ମା ସୋସିଆଲ ମିଡିଆ ଜରିଆରେ ତାଙ୍କ ସୂଚନା ଦେଇଥିଲେ। ଅଭିନେତ୍ରୀ ତାରଲା ଏକ ହଜାରୋଁ ମେଁ ମେରୀ ବେହନା ହୈରେ ବି.ଜି. ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ମୃତ୍ୟୁ ଯୋଗୁ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଟିଭି ସେଲିବ୍ରିଟିମାନେ ଟୁଇଟ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

Share