ଚର୍ଚ୍ଚାରେ ସାରାଙ୍କ ଲୁକ୍‌

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଇପିଏଲ ୨୦୨୨ରେ ପ୍ରାୟତଃ ଚର୍ଚ୍ଚାରେ ରହିଆସିଛନ୍ତି। ଚଳିତ ସିଜିନରେ ମୁମ୍ବାଇ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥାଇପାରେ, କିନ୍ତୁ ସାରା ଅଧିକାଂଶ ମ୍ୟାଚ୍‌ରେ ତାଙ୍କ ଦଳକୁ ସମର୍ଥନ କରିବାକୁ ଷ୍ଟାଡିୟମକୁ ଆସନ୍ତି। କେବଳ ଆଇପିଏଲ୍‌ ନୁହେଁ, ପୂର୍ବରୁ ମଧ୍ୟ ସାରାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚା ହୋଇଥାଏ। ଏବେ ସାରାଙ୍କ ନୂଆ ଲୁକ ଭାଇରାଲ୍‌ ହୋଇଛି। ଏଥର ସାରା ପାରମ୍ପରିକ ମରାଠୀ ଲୁକ୍‌ରେ ନଜର ଆସିଛନ୍ତି। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କୁ ପ୍ରଥମ ଥର ପାଇଁ ଶାଢିରେ ଦେଖିବାକୁ ମିଳିଥିଲା। ସଚିନଙ୍କ ପରିବାର ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସେ ଯୋଗ ଦେଇଥିଲେ। ବିବାହ ସମୟରେ ସଚିନ ଏକ ନୀଳ କୁର୍ତ୍ତାରେ ନଜର ଆସିଥିଲେ। ସାରା ଖୁବ୍‌ଶୀଘ୍ର ଅଭିନୟରେ ନିଜ କ୍ୟାରିୟର୍‌ ଆରମ୍ଭ କରିବେ।

Share