Categories: ଖେଳ

ପ୍ରେମିକଙ୍କ ଭିଡିଓ ଛାଡିଲେ ସଚିନ ତେନ୍ଦୁଲକରଙ୍କ ଝିଅ, ଆଉ ତା’ପରେ

କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଅଧିକାଂଶ ସମୟରେ ତାଙ୍କ ସୌନ୍ଦର୍ଯ୍ୟ ନେଇ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଫାନ୍‌ ଫଲୋଇଙ୍ଗ୍‌ ଅଛନ୍ତି। ସେ ନିଜ ଲୁକ୍ସ ଦ୍ବାରା ବଲିଉଡ ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି। ତେବେ ସାରାଙ୍କ ଲଭ ଲାଇଫକୁ ନେଇ ଅନେକ ପ୍ରଶ୍ନ ଉଠେ ଓ ଚର୍ଚ୍ଚା ମଧ୍ୟ ହୁଏ। କିନ୍ତୁ ଏଥର ତାଙ୍କ ନାଁ କୌଣସି ଫିଲ୍ମ ଷ୍ଟାର ସହ ନୁହଁ ବରଂ ଜଣେ କ୍ରିକେଟ ତାରକାଙ୍କ ସହ ଯୋଡା ଯାଇଛି। ଅଣ୍ଡର ୧୯ କ୍ରିକେଟ ବିଶ୍ୱକପ୍‌ ଚାମ୍ପିୟନ ଷ୍ଟାର ଖେଳାଳି ଶୁଭମନ ଗିଲଙ୍କ ନାଁ ସଚିନଙ୍କ ଲାଡଲି ସାରା ସହ ଯୋଡା ଯାଉଛି। ଆଇପିଏଲ ୨୦୨୦ ସମୟରେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଶର୍ଟ କ୍ଲିପ ଶେୟାର କରିଥିଲେ ସାରା। ଯାହାକୁ ନେଇ ଚର୍ଚ୍ଚା ହେଉଛି। ସାରା ଶେୟାର କରିଥିବା ଭିଡିଓରେ ଶୁଭମାନ ଗିଲ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବଙ୍କ ଏକ ଶର୍ଟକୁ ରୋକିବାକୁ ଚେଷ୍ଟା କରୁଛନ୍ତି। ଏହି ପୋଷ୍ଟକୁ ‘ଦିଲ ଇମୋଜି’ ସହିତ ସେ ଶେୟାର କରିଛନ୍ତି। ପରେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପରେ ଅବଶ୍ୟ ସାରା ଏହି ପୋଷ୍ଟକୁ କାଟିଦେଇଥିଲେ। ପୂର୍ବରୁ ମଧ୍ୟ ଉଭୟଙ୍କୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହୋଇଥାଏ।

Share