ପୁଣି ଫ୍ୟାଶନ୍‌ର ଜଲଓ୍ବା ଦେଖାଇଲେ ସଚିନଙ୍କ ଝିଅ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରା ସାରା ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍‌ ଅନୀତା ଡୋଙ୍ଗ୍ରେଙ୍କ ପାଇଁ ଏକ ବ୍ରାଇଡାଲ୍‌ ଫଟୋଶୁଟ କରିଥିଲେ। ସେ ଲାଲ୍‌ ଲେହେଙ୍ଗାରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ସାରା ଖୁବଶୀଘ୍ର ବି-ଟାଉନରେ ପାଦ ଥାପି ପାରନ୍ତି। ୨୦୨୧ ଡିସେମ୍ବର ମାସରୁ ମଡେଲିଂ କରୁଥିବା ସାରା ନିଜର କ୍ୟୁଟ ଓ ଷ୍ଟାଇଲିଶ ସ୍ବାଭାବକୁ ନେଇ ବେଶ ପରିଚିତ। ଇନଷ୍ଟାଗ୍ରାମରେ ସାରା ସବୁବେଳେ ନିଜର ଅପଡେଟ ଫଟୋ ପୋଷ୍ଟ କରନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨.୨ ନିୟୁତ ଫଲୋଅର୍ସ ଅଛନ୍ତି।
ସାରା ଅଭିନୟ କରିବାକୁ ବେଶ ଆଗ୍ରହୀ। ଏପରି କି ସେ ଅଭିନୟ ପାଇଁ କିଛି କ୍ଲାସ ମଧ୍ୟ ନେଇଛନ୍ତି। ସବୁବେଳେ ଚୁପଚାପ ରହୁଥିବା ସାରା ବଲିଉଡରେ ଡେବ୍ୟୁ କରି ସମସ୍ତଙ୍କୁ ସରପ୍ରାଇଜ ଦେବା ମୁଡରେ ଅଛନ୍ତି। ସାରାଙ୍କ ପାଖରେ ଅନେକ ଗୁଣ ରହିଛି। ତାଙ୍କ ବାପା ମା’ ମଧ୍ୟ ସାରାଙ୍କ ଉପରେ କୌଣସି କଟକଣା ଲଗାଇ ନାହାନ୍ତି। ସେ ନିଜ ଇଚ୍ଛାରେ ନିଷ୍ପତ୍ତି ନେଉଥିବା ବେଳେ ଏହାକୁ ସଚିନ ଓ ଅଞ୍ଜଳୀ ମଧ୍ୟ ସମର୍ଥନ କରୁଛନ୍ତି। ସାରା ମୁମ୍ବାଇରେ ଥିବା ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ଶିକ୍ଷା ଲାଭ କରିଛନ୍ତି। ଏହାପରେ ସେ ୟୁନିଭର୍ସିଟି କଲେଜ ଅଫ ଲଣ୍ଡନରୁ ଡିଗ୍ରୀ ହାସଲ କରିଛନ୍ତି। ସାରା ଏବେ ଲଣ୍ଡନରେ ଛୁଟିଦିନ କାଟୁଛନ୍ତି। ତାଙ୍କ ସହ ବାପା ସଚିନ ଏବେ ଭାଇ ଅର୍ଜୁନ ମଧ୍ୟ ଅଛନ୍ତି।

Share