ଭିକ୍କିଙ୍କ ସହ ସାରା ନୁହେଁ ନଜର ଆସିବେ ଏହି ସାଉଥ ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ଏବେକାର ଆଗଧାଡିର ନାୟିକା ସାରା ଅଲି ଖାଁ ଶେଷ ଥର ପାଇଁ ଫିଲ୍ମ ‘ଅତରଙ୍ଗି ରେ ‘ ଅକ୍ଷୟ କୁମାର ଓ ଧନୁଷଙ୍କ ସହ ନଜର ଆସିଥିଲେ । ଏବେ ଖବର ଆସିଛି କି ସାରାଙ୍କୁ ତାଙ୍କ ମଚ ଆୱେଟେଡ ଫିଲ୍ମରୁ ରିପ୍ଲେସ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଫିଲ୍ମରେ ଭିକ୍କି କୌଶଲ ଲିଡ ରୋଲରେ ରହିଥିବା ବେଳେ ଏବେ ଯେଉଁ ନାୟିକାଙ୍କୁ ନେବା କଥା ଶୁଣାଯାଉଛି ତାହା ସମସ୍ତଙ୍କୁ ଚମକାଇ ଦେଇଛି ।
‘ଦ ଇମ୍ମୋର୍ଟାଲ ଅଶ୍ୱସ୍ଥାମା’ରେ ପ୍ରଥମରୁ ଭିକ୍କିଙ୍କ ସହ ସାରା ଲିଡ ରୋଲରେ ଥିଲେ । ହେଲେ ଏହାପରେ ଶୁଣାଯାଇଥିଲା କି ଫିଲ୍ମ ବନ୍ଦ ହୋଇଯାଇଛି । ହେଲେ ଏବେ ଖବର ଆସିଛି କି ଫିଲ୍ମ ଫ୍ଲୋରକୁ ଆସିବାକୁ ପ୍ରସ୍ତୁତ ହୋଇଗଲାଣି । ହେଲେ ଫିଲ୍ମରେ ସାରାଙ୍କ ସ୍ଥାନରେ ନୂଆ ଅଭିନେତ୍ରୀ ଏଣ୍ଟ୍ରି ମାରିପାରନ୍ତି । କୁହାଯାଉଛି କି ନିର୍ମାତା ଏମିତି ଜଣେ ନାୟିକା ଚାହୁଁଛନ୍ତି ଯାହାଙ୍କ ବୟସ ସାମାନ୍ୟ ଅଧିକ ହୋଇଥିବ । ସେଥିପାଇଁ ନିର୍ମାତା ଏବେ ସାରାଙ୍କ ସ୍ଥାନରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ନେବାକୁ ଚିନ୍ତା କରିଛନ୍ତି ।
ସୂଚନାଯୋଗ୍ୟ, ଫିଲ୍ମରେ ବଡ ଧରଣର ପରିବର୍ତ୍ତନ କରାଯାଇ ପୁଣିଥରେ ଫ୍ଲୋରକୁ ଅଣାଯାଉଛି । ପ୍ରଥମ ସ୍କ୍ରିପ୍ଟ ଅନୁଯାୟୀ, ୟଙ୍ଗ ଫିମେଲ କ୍ୟାରେକ୍ଟରକୁ ଦେଖାଇବାର ଥିଲା । ହେଲେ ଏବେ କାହାଣୀରେ ପରିବର୍ତ୍ତନ କରାଯାଇଛି । ସେଥିପାଇଁ ନିର୍ମାତା ଏବେ ଏମିତି ନାୟିକାଙ୍କୁ ଖୋଜିଛନ୍ତି ଯିଏ ଭିକ୍କି କୌଶଲଙ୍କଠାରୁ ବୟସରେ ବଡ ହୋଇଥିବେ । ରିପୋର୍ଟ ଅନୁଯାୟୀ, ଭିକ୍କିଙ୍କ ଭୂମିକାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହାର ନିର୍ଦ୍ଦେଶକ ରହିଛନ୍ତି ଆଦିତ୍ୟ ଧର ।


Enter your email to get our daily news in your inbox.

All Right Reserved By Dharitri.Com

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri