Posted inଖେଳ

ପାର୍ଟନର ମା’ ହେବା ଖବର ଦେଇ ଚର୍ଚ୍ଚାରେ ସାରା

ଲଣ୍ଡନ,୨୨।୨: ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟର ସାରା ଟେଲର ଏକ ଖୁସି ଖବର ନିଜ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କ ସାଥୀ ଡାଏନାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଡାଏନାଙ୍କ ଗର୍ଭଧାରଣ ପରୀକ୍ଷାକୁ ପଜିଟିଭ କହୁଥିବାର ନଜର ଆସିଛନ୍ତି। ଏହା ସହିତ ସେ ଅଲ୍‌ଟ୍ରାସାଉଣ୍ଡ୍‌ର ଫଟୋ ମଧ୍ୟ ଶେୟାର କରିଛନ୍ତି। ଫଟୋରେ ଡାଏନାଙ୍କ ଗର୍ଭରେ ଶିଶୁ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ସାରାଙ୍କ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସାରା ଟେଲର ଏହି ଦୁଇଟି ଫଟୋ ସହିତ ଲେଖିଛନ୍ତି, ମା’ ହେବା ମୋର ସାଥୀଙ୍କ ସ୍ବପ। ଏହି ଯାତ୍ରା ଆଦୌ ସହଜ ନ ଥିଲା, କିନ୍ତୁ ଡାଏନା ହାର ମାନି ନ ଥିଲେ। ମୁଁ ଜାଣେ ସେ ସର୍ବଶ୍ରେଷ୍ଠ ମା’ ହେବେ ଏବଂ ମୁଁ ଏହାର ଅଂଶ ହୋଇଥିବାରୁ ବହୁତ ଖୁସି। ବର୍ତ୍ତମାନ ୧୯ ସପ୍ତାହ ବାକି ଅଛି ଏବଂ ଏହା ପରେ ଜୀବନ ସଂପୂର୍ଣ୍ଣ ବଦଳିଯିବ।
ସାରା ଏହି ପୋଷ୍ଟ ସହିତ ଏଲଜିବିଟିର ଇନ୍ଦ୍ରଧନୁ ଇମୋଜି ମଧ୍ୟ ରଖିଛନ୍ତି। ସାରାଙ୍କ ଏହି ପୋଷ୍ଟକୁ କ୍ରିକେଟ ପ୍ରଶଂସକମାନେ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଶଂସକମାନେ କେବଳ ଏହି ଦମ୍ପତିଙ୍କୁ ମା’ ହେବାର ଅଭିନନ୍ଦନ ଜଣାଇ ନାହାଁନ୍ତି, ବରଂ ସେମାନଙ୍କର ଯାତ୍ରା, ସଂଘର୍ଷ ଏବଂ ଜୀବନଶୈଳୀକୁ ମଧ୍ୟ ପ୍ରଶଂସା କରୁଛନ୍ତି। ସାରାଙ୍କ ଏହି ପୋଷ୍ଟରେ ଅଷ୍ଟ୍ରେଲୀୟ ଭେଟେରାନ ଆଦାମ ଗିଲକ୍ରିଷ୍ଟ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
୨୦୧୯ରେ ଇଂଲଣ୍ଡର ଉଇକେଟକିପର ବ୍ୟାଟ୍ସମ୍ୟାନ ସାରା ଟେଲର ଅନ୍ତର୍ଜାତୀୟ କ୍ରିକେଟ ସହିତ ବିଦାୟ ନେଇଥିଲେ। ସେ ମହିଳା କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଠ ଉଇକେଟ କିପର ତଥା ସଫଳ ଖେଳାଳି ଭାବରେ ବିବେଚିତ ହୋଇଥିଲେ। ସେ ତିନିଥର ଆଇସିସି ମହିଳା କ୍ରିକେଟର ଅଫ୍‌ ଦ ଇୟର୍‌ ହୋଇଛନ୍ତି। ସେ ଇଂଲଣ୍ଡର ଦିନିକିଆ ବିଶ୍ୱକପ ୨୦୧୭ ଏବଂ ଟି -୨୦ ବିଶ୍ୱକପ ୨୦୦୯ ବିଜେତା ସ୍କ୍ବାଡର ମଧ୍ୟ ଅଂଶ ଗ୍ରହଣ କରିଛନ୍ତି।

https://twitter.com/Sarah_Taylor30/status/1628132742754930694


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri