ମା’ଙ୍କ ଭାଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଖୁବ୍‌ କମ୍‌ ବୟସ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜର ସୌନ୍ଦର୍ଯ୍ୟ ଏବଂ କଠିନ ପରିଶ୍ରମ ପାଇଁ ବେସ୍‌ ଜଣାଶୁଣା। ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ ମଧ୍ୟ କରିଥାନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। କିନ୍ତୁ ଡ୍ରଗ୍ସ ମାମଲାରେ ତାଙ୍କ ନାମ ଯୋଡି ହେବା ପରଠାରୁ ସେ କ୍ୟାମେରା ଏବଂ ମିଡିଆଠାରୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି।


ତେବେ ସାରା ମା’ଙ୍କ ଭାଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ନିଜେ ସାରା ଏ କଥା କହିଛନ୍ତି।
ପ୍ରକୃକ କଥାଟା ହେଲା, ସାରା ବାପା ସଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ କରଣ ଜୋହରଙ୍କ ଟିଭି ଶୋ‘କଫି ଓ୍ବିଥ୍‌ କରଣ’ରେ ଆସିଥିଲେ। ଏହି ଅବସରରେ ସେ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ସହ ଜଡିତ କିଛି କଥା କହିଥିଲେ। କରଣଙ୍କ ଏକ ପ୍ରଶ୍ନର ଉତ୍ତରରେ ସାରା କହିଥିଲେ, ସେ ତାଙ୍କ ସାବତ ମା’ କରୀନା କପୁରଙ୍କ ଭାଇ ରଣବୀର କପୁରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ମାତ୍ର ତାଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରନ୍ତି ନାହିଁ। ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ସେ ଡେଟ୍‌ ଯିବାକୁ ଚାହୁଁଥିବା କହିଥିଲେ।

Share