ଟାଇଗରଙ୍କ ନାୟିକା ସାଜିବେ ସୈଫ ଲଳନା

ବମ୍ବେ:୨୦୧୮ରେ ଫିଲ୍ମ କେଦାରନାଥ ଜରିଆରେ ବଲିଉଡ୍‌ରେ ପାଦ ରଖିଥିଲେ ସୈଫ୍‌ ଲଳନା ସାରା ଅଲ୍ଲୀ ଖାନ୍‌। ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଲୋକପ୍ରିୟତା ଦୃଷ୍ଟିରୁ ଏବେ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ଫିଲ୍ମ। ରଣବୀର ସିଂହ, ବରୁଣ ଧଓ୍ବନ୍‌, ସୁଶାନ୍ତ ସିଂ ରାଜପୁତଙ୍କ ଭଳି ଅଭିନେତାଙ୍କ ସହ ସେ କାମ କରିସାରିଥିବା ବେଳେ ଏବେ ସେ ଟାଇଗର ଶ୍ରଫ୍‌ଙ୍କ ସହ ନଜର ଆସିବେ ବୋଲି କୁହାଯାଉଛି।

‘ବାଗୀ-୪’ରେ ଟାଇଗରଙ୍କ ନାୟିକା ସାଜିବେ ସାରା। ସେ ଫିଲ୍ମ ସାଇନ୍‌ କରିସାରିଛନ୍ତି। ଏହାପୂର୍ବରୁ ଫିଲ୍ମ ‘ହିରୋପନ୍ତୀ-୨’ ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ କୌଣସି କାରଣକୁ ନେଇ ତାହା ହୋଇପାରି ନ ଥିଲା। ଫଳରେ ତାଙ୍କ ପରିବର୍ତ୍ତେ ତାରା ସୁତାରିୟାଙ୍କୁ ସୁଯୋଗ ମିଳିଥିଲା। ଏଥିଯୋଗୁ ଟାଇଗରଙ୍କ ସହ ‘ବାଗି’ର ଆସନ୍ତା ସଂସ୍କରଣ ଲାଗି ସାରାଙ୍କ ନାମ ଫାଇନାଲ ହୋଇଛି।

Share