୧୦ ବର୍ଷ ପରେ ମା’ଙ୍କ ହସ ଦେଖିଥିଲି: ସାରା

ବମ୍ବେ: ବୟସରେ କମ୍‌ ହୋଇଥିବା ସତ୍ତ୍ୱେ ସୈଫ ଅଲ୍ଲୀ ଖାନ୍‌ଙ୍କ ହାତ ଧରିଥିଲେ ଅଭିନେତ୍ରୀ ଅମୃତା ସିଂହ। ହେଲେ ପରେ ଉଭୟ ଅଲଗା ହୋଇଯାଇଥିଲେ। ଏବେ ଅମୃତାଙ୍କ ଝିଅ ସାରା ଅଲ୍ଲୀ ଖାନ ବଲିଉଡ୍‌ରେ ଡେବ୍ୟୁ କରିସାରିଲେଣି। ଅଭିନେତ୍ରୀ ଭାବେ ନିଜର ଯାତ୍ରା ସମୟରେ ସାରାଙ୍କୁ ଅନେକ ଥର ମା’ବାପାଙ୍କ ବିଷୟରେ ବହୁତ କିଛି ପଚରାଯାଇଥାଏ। ଯେମିତିକି ଉଭୟଙ୍କ ଅଲଗା ହେବା ପଛର କାରଣ।

ନିକଟରେ ବାଜାର ଇଣ୍ଡିଆ ସହ ବାର୍ତ୍ତାଳାପରେ ସାରା କହିଛନ୍ତି, ଛାଡ଼ପତ୍ରର ୧୦ ବର୍ଷ ପରେ ମୋ ମା’ ପ୍ରଥମ ଥର ହସିଥିଲେ। ତାଙ୍କ ହସ ଦେଖିବା ଆମେ ଭୁଲିଯାଇଥିଲୁ। ହେଲେ ସେ ସୁନ୍ଦର, ଜୋଶରେ ଭରପୂର ନଜର ଆସିଥିଲେ। ତାଙ୍କୁ ଏପରି ହେବାର ଥିଲା। ମୁଁ ମୋ ମା’ବପାଙ୍କୁ ନେଇ ଖୁସି। କାରଣ ଯଦି ସେ ଅଲଗା ରହି ନିଜ ନିଜ ଜୀବନରେ ଖୁସି ଅଛନ୍ତି ତେବେ ମୁଁ କିଭଳି ଦୁଃଖି ରହିପାରିବି। ଆଜିକାଲି ମା’ଙ୍କୁ ହସ, ମଜା ଏବଂ ମନଖୋଲି ଜିଇଁବା ଦେଖୁଛି ବୋଲି ସାରା କହିଛନ୍ତି।

ଏହାଛଡ଼ା ମୋ’ ବୟସର ଯୁବତୀଙ୍କ ତୁଳନାରେ ମୁଁ ଶୀଘ୍ର ବଡ଼ ହୋଇଯାଇଥିଲି। ମୋତେ ୯ ବର୍ଷ ହୋଇଥିବା ବେଳେ ମୁଁ ଦୁଇଜଣ ଲୋକଙ୍କୁ ସାଙ୍ଗରେ ଥାଇ ବି ଦୁଃଖି ଦେଖିଥିଲେ। ହଠାତ ଦିନେ ସେମାନେ ଅଲଗା ଅଲଗା ଘରେ ରହିଲେ। ପରେ ସେମାନେ ଖୁସିରେ ରହିଥିଲେ। ତାଙ୍କମାନଙ୍କୁ ,ଭଳି ଦେଖିବା ଖୁସିର କଥା ବୋଲି ସାରା ମଧ୍ୟ କହିଛନ୍ତି।

Share