ଟେନସନ୍‌ରେ ସାରା

ସୈଫ ତନୟା ସାରା ଅଲ୍ଲୀ ଖାଁ କୁଆଡେ ତାଙ୍କର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। ଏ ନେଇ ବଲିଉଡ୍‌ରେ ଜୋରସୋର ଆଲୋଚନା ଚାଲିଛି। ଯେତେବେଳେ ଏ ବିଷୟରେ ସାରା ଜାଣିବାକୁ ପାଇଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବଳ ସେତିକି ନୁହେଁ, ଏଭଳି ଆଲୋଚନାକୁ ନେଇ ତାଙ୍କର ଟେନସନ ବଢ଼ିଯାଇଛି। କାରଣ ନିକଟରେ ତାଙ୍କୁ ଏକ ଅଫର ମିଳିଥିଲା। ହେଲେ ସେହି ପ୍ରଯୋଜନା ସଂସ୍ଥା ପ୍ରଥମେ ତାଙ୍କର ପାରିଶ୍ରମିକ ବିଷୟରେ ଜାଣିବାକୁ ଚାହିଁଥିଲେ। ଏ ବିଷୟରେ ସାରା କହନ୍ତି, ‘କିଏ ଏବଂ କାହିଁକି ମୋ ବିରୁଦ୍ଧରେ ଏଭଳି ଏକ ଭିତ୍ତିହୀନ ତଥା ମିଛ ପ୍ରଚାର ଚଳାଇଛି ତାହା ମୁଁ ଜାଣିପାରୁନି। କେହି ହୁଏତ ମୋତେ ବଦନାମ କରିବାକୁ ପଣ କରିଛି। ୟା’ ଭିତରେ ମୁଁ ମୋ ପାରିଶ୍ରମିକ ଆାଦୌ ବଢ଼ାଇ ନାହିଁ କି ବଢ଼ାଇବା ଯୋଜନା ମଧ୍ୟ ନାହିଁ। ଏଭଳି ଅପପ୍ରଚାର ପାଇଁ ମୋ ହାତରୁ ଏକ ଅଫର୍‌ ମଧ୍ୟ ଖସିଯାଇଛି। ତେଣୁ ଏଭଳି କଥାକୁ କେହି ବିଶ୍ୱାସ ନ କରିବାକୁ ଅନୁରୋଧ କରୁଛି।’ ତାଙ୍କ ଅଭିନୀତ ଶେଷ ଫିଲ୍ମ ‘ଗ୍ୟାସଲାଇଟ୍‌’ ୨୦୨୩ରେ ରିଲିଜ ହୋଇଥିଲା। ସେ ଅଭିନୟ କରିଥିବା ଦୁଇଟି ସିନେମା ‘ଜରା ହଟକେ ଜରା ବଚକେ’ ଏବଂ ‘ଏ ଓ୍ବତନ ମେରେ ଓ୍ବତନ’ର ଶୁଟିଂ ଇତିମଧ୍ୟରେ ଶେଷ ହୋଇଛି।

Share