‘ଭୋଗ’ର କଭର ପେଜରେ ବିନ୍ଦି-ଶାଢି ପିନ୍ଧି ନଜର ଆସିଲେ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାଁ ମୁଭି ‘କେଦାରନାଥ’ରେ ଡେବ୍ୟୁ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହି ମୁଭିରେ ତାଙ୍କର ପରଫରମାନ୍ସ ଦର୍ଶକଙ୍କୁୁ ବେଶ ପସନ୍ଦ ଆସିଥିଲା। ଏହାପରେ ଆକ୍ଟ୍ରେସ ଆଚ୍ଛା ଖାସା ଫ୍ୟାନ ବନାଇ ପାରିଥିଲେ। ନିକଟରେ ସାରାଙ୍କୁ ‘ଭୋଗ’ର କଭର ପେଜରେ ଦେଖିବାକୁ ମିଳିଛି। ଏଥିରେ ସେ ଗ୍ରୀନ ଆଉଟଫିଟରେ ବିନ୍ଦି ଲଗାଇଥିବା ଦେଖାଯାଇଛି। ଅଧିକାଂଶ ସମୟରେ ନିଜର ଲୁକ୍ସକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀଙ୍କ ଏହି ଲୁକକୁ ବି ଦର୍ଶକେ ଖୁବ ପସନ୍ଦ କରିଛନ୍ତି। ଆଉ କେତେଜଣ ସାରାଙ୍କ ଏହି ଲୁକକୁ ଦେଖି ତାଙ୍କୁ ଟ୍ରୋଲ ବି କରିଛନ୍ତି।

ସାରା ଅଲି ଖାଁ ନିକଟରେ ‘ଭୋଗ ଇଣ୍ଡିଆ’ର କଭର ପେଜ ପାଇଁ ଫଟୋଶୁଟ କରିଥିଲେ। ଏହାର ଏକ ଫଟୋ ସେ ଶେୟାର କରିଥିଲେ, ଯେଉଁଥିରେ ସେ ଗ୍ରୀନ କଲର ଡିଜାଇନର ଡ୍ରେସରେ ପୋଜ ଦେଉଥିବା ଦେଖାଯାଇଥିଲା। ଏହି ଫଟୋରେ ତାଙ୍କ ମଥାରେ ବିନ୍ଦି ଲାଗିଥିବା ଦେଖାଯାଇଥିଲା। ଏହି ଫଟୋକୁ ଭୋଗ ତା’ର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛି।
ଏବେ ଏହାକୁ ଦେଖି କେତେଜଣ ଅଭିନେତ୍ରୀଙ୍କୁ ତାରିଫ କରୁଥିବା ବେଳେ କେତେଜଣଙ୍କୁ ତାଙ୍କର ଏକ୍ସପ୍ରେସନ ଓ ଡ୍ରେସ ପସନ୍ଦ ଆସିନାହିଁ। ଜଣେ ୟୁଜର ଏହା ଉପରେ କମେଣ୍ଟ କରି ଲେଖିଛନ୍ତି, ‘ଜବ ଟିଚର ଆପକୋ ପନିଶମେଣ୍ଟ ଦେତି ହୈ’। ଅନ୍ୟ ଜଣେ ୟୁଜର କମେଣ୍ଟ କରିଛନ୍ତି, ‘ତାଲ ମେ ଐଶ୍ୱର୍ଯ୍ୟା’। ଜଣେ ଫ୍ୟାନ ଲେଖିଛନ୍ତି, ‘ବେଷ୍ଟ କଭର’, ଆଉ ଜଣେ ଲେଖିଛନ୍ତି, ‘ଇତନି ଖୁବସୁରତ କୋଇ କୈସେ ହୋ ସକତି ହୈ’।
ଅଭିନେତ୍ରୀ ଭୋଗ ଇଣ୍ଡିଆକୁ ଦେଇଥିବା ଏକ ସର୍ଟ ଇଣ୍ଟରଭ୍ୟୁରେ କହିଛନ୍ତି, ‘ମୁଁ କୌଣସି ଡିଜାଇନର୍‌ ପୋଷାକ ଅପେକ୍ଷା ଅଧିକ ଗର୍ବର ସହିତ ମୋର ସଚ୍ଚୋଟତାକୁ ପିନ୍ଧିଥାଏ। ବାସ୍ତବରେ, ମୋର ଆଲମାରୀରେ ଡିଜାଇନର୍‌ ପୋଷାକର ଗୋଟିଏ ଯୋଡା ବି ନାହିଁ। ମୁଁ ଜାଣେ ଲୋକମାନେ ପ୍ରଥମେ ଏଥିପାଇଁ ମୋତେ ଜଜ କରିଥିଲେ, କିନ୍ତୁ ମୁଁ ଖୁସି ଯେ ବର୍ତ୍ତମାନ ସେମାନେ କେବଳ ମୋତେ ପ୍ରଶଂସା କରନ୍ତି ନାହିଁ ବରଂ ଏହି କାରଣରୁ ମୋତେ ଚିହ୍ନନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri