ଏନ୍‌ସିବିରେ ହାଜର ହେଲେ ସାରା

ମୁମ୍ବାଇ,୨୬ା୯: ‌ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପଚରାଉଚରା  ପାଇଁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ନାର୍କୋଟିକ୍ସ ସେଣ୍ଟ୍ରାଲ ବ୍ୟୁରୋ (ଏନ୍‌ସିବି)ରେ ହାଜର ହୋଇଛନ୍ତି। ଏନ୍‌ସିବି ପକ୍ଷରୁ ଡାକରା ପାଇ ଏହି ଅଭିନେତ୍ରୀ ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି। ତାଙ୍କ ସହ ମା’ ଅମୃତା ସିଂ ଏବଂ ଭାଇ ଇବ୍ରାହିମ୍‌ ମଧ୍ୟ ଆସିଛନ୍ତି।
ସାରା ଦୀପିକା ପାଦୁକୋନଙ୍କ ପଦାଙ୍କ ଅନୁସରଣ କରିଥିଲେ। ଗଣମାଧ୍ୟମକୁ ଏଡ଼ାଇବା ପାଇଁ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଅନ୍ୟ ଏକ ମାର୍ଗ ବାଛିଥିଲେ। ତେବେ ସାରାଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ ପଚରାଯିବ। ଏଥିସହିତ ରିୟାଙ୍କ ସହ ତାଙ୍କର ବନ୍ଧୁତା ଏବଂ ସମ୍ପର୍କ ବିଷୟରେ ମଧ୍ୟ ପଚାରିବ ଏନ୍‌ସିବି।

Share