Categories: ଜାତୀୟ

କମୁଛି ଆନ୍ଦୋଳନକାରୀ କୃଷକଙ୍କ ସଂଖ୍ୟା: ଚିନ୍ତାରେ ସଂଯୁକ୍ତ କୃଷକ ମୋର୍ଚ୍ଚା!

ନୂଆଦିଲ୍ଲୀ,୧୧ ।୩: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ଗାଜିପୁର, ଶାହାଜାହାଁପୁର, ଟିକରି ଓ ସିନ୍ଧୁ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ହେଲେ ଏବେ ଦେଖାଯାଇଛି କି ଆନ୍ଦୋଳନକାରୀ କୃଷକଙ୍କ ସଂଖ୍ୟା ବେଳକୁ ବେଳ କମିବାରେ ଲାଗିଛି । ତେଣୁ ଏହି ଆନ୍ଦୋଳନ ବେଳକୁ ବେଳ ଫିକା ପଡିବା ଲକ୍ଷ୍ୟ କରାଯାଉଛି । ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତାଙ୍କ ବ୍ୟତୀତ ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାଏତ କୃଷକ ଆନ୍ଦୋଳନର ସଫଳତାକୁ ନେଇ ଯାହା ବି ଦାବି କରନ୍ତୁ ନା କାହିଁକି ହେଲେ ସତ ହେଉଛି ସୀମାରେ ବେଳକୁ ବେଳ କୃଷକଙ୍କ ସଂଖ୍ୟା କମିବାରେ ଲାଗିଛି । ୟୁପି ଗେଟ ନିକଟରେ ଆନ୍ଦୋଳନକାରୀ କୃଷକଙ୍କ ସଂଖ୍ୟା ପୂର୍ବରୁ ହଜାର ହଜାର ସଂଖ୍ୟାରେ ଥିବା ବେଳେ ଏବେ ଏହି ସଂଖ୍ୟା ୨୦୦ ତଳକୁ ଚାଲି ଆସିଲାଣି । ତେଣୁ ଆଗକୁ ଏହି ଆନ୍ଦୋଳନ ସଫଳ ହେବ କି ନା ତାହା ଏବେ ବଡ ପ୍ରଶ୍ନ ।

Share