ଖୋଲିଲା ସାଓ୍ବଂଲିଆ ସେଠ୍‌ ମନ୍ଦିରର ଭଣ୍ଡାର: ୧୦ଦିନରେ ଦାନ କରାଯାଇଛି ୩ କୋଟିରୁ ଊର୍ଦ୍ଧ୍ୱ

ଚିତ୍ତରଗଡ଼,୯।୭: ରାଜସ୍ଥାନର ଚିତ୍ତରଗଡ଼ ଜିଲାରେ ଥିବା ମଓ୍ବୋରର ପ୍ରସିଦ୍ଧ କୃଷ୍ଣ ଧାମ ସାଓ୍ବଂଲିଆ ଜି ମନ୍ଦିରର ଭଣ୍ଡାର ଖୋଲାଯାଇଛି। କରୋନା କାଳ ପରେ ଖୋଲାଯାଇଥିବା ଏହି ଭଣ୍ଡାରରୁ ୩କୋଟିରୁ ଅଧିକ ଦାନ ଅର୍ଥ ବାହାରିଛି। ସବୁଠାରୁ ବଡ଼ କଥା ହେଲା ୩ମାସର ଲକ୍‌ଡାଉନ ପରେ ମାତ୍ର ୧୦ଦିନରେ ଏହି ଦାନ ଅର୍ଥ ବାହାରିଥିବା ଜଣାପଡ଼ିଛି। ଗତ ଏପ୍ରିଲ ୧୦ ଚତୁର୍ଦ୍ଦଶୀରେ ସାଓ୍ବାଂଲିଆ ଜିଙ୍କ ଭଣ୍ଡାର ଖୋଲାଯାଇଥିଲା। ଏହାପରେ କରୋନା ସଂକ୍ରମଣ ଯୋଗୁ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ ଜୁନ ୨୮ରେ ନୂଆ ଗାଇଡଲାଇନ୍‌ ସହ ଉକ୍ତ ମନ୍ଦିରକୁ ପୁଣି ଥରେ ଖେଲାଯାଇଛି। ସାଓ୍ବଂଲିଆ ସେଠ୍‌ଙ୍କ ମହିମା ବିଷୟରେ କହିଲେ ନ ସରେ। ପ୍ରତ୍ୟେକ୍ଷ ଠାକୁର ଭାବେ ସେ ସେଠାରେ ପୂଜା ପାଉଛନ୍ତି। ତେବେ ମାତ୍ର ୧୦ ଦିନରେ ଖୋଲାଯାଇଥିବା ଭଣ୍ଡାରରୁ ୩କୋଟି ୧୨ ଲକ୍ଷ ଟଙ୍କାରୁ ଅଧିକ ଦାନ ଅର୍ଥ ବାହାରିଛି। ଏତଦ୍‌ ବ୍ୟତୀତ ୩୩ଗ୍ରାମ ସୁନା ଓ ୧୩୭୦ଗ୍ରାମ ରୁପା ଅଳଙ୍କାର ଚଢ଼ାଯାଇଛି। ଏଥିରୁ ସହଜରେ ଅନୁମେୟ କରାଯାଇପାରିବ ଯେ, ଏହି ମନ୍ଦିର ଉପରେ ଲୋକଙ୍କର କେତେ ଆସ୍ଥା ଓ ବିଶ୍ୱାସ ରହିଛି। ପ୍ରତି ମାସର ଅମାବାସ୍ୟାରେ ମନ୍ଦିରର ଭଣ୍ଡାର ଖୋଲାଯାଇଥାଏ। ସୂଚନା ମୁତାବକ ୧୮୪୦ରେ ତତ୍କାଳୀନ ମେୱାର ରାଜ୍ୟରେ ଭଗବାନ କୃଷ୍ଣଙ୍କର ୩ଟି ପ୍ରତିମୂର୍ତ୍ତି ସାଓ୍ବଂଲିଆ ଆକାରରେ ବାହାରିଥିଲା।

Share