Posted inଖେଳ

ସନ୍ତୋଷ ଟ୍ରଫି ସେମିଫାଇନାଲ ଚୂଡ଼ାନ୍ତ

ଭୁବନେଶ୍ୱର, ୨୧।୨(କ୍ରୀଡ଼ା ପ୍ରତିନିଧି): ସନ୍ତୋଷ ଟ୍ରଫି ଫୁଟ୍‌ବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡ ଏଠାରେ ଶେଷ ହୋଇଛି। ସୋମବାର ଅନୁଷ୍ଠିତ ଗ୍ରୁପ୍‌ ବି’ର ୩ଟି ମ୍ୟାଚ୍‌ରେ ସର୍ଭିସେସ୍‌, ମେଘାଳୟ ଓ ଦିଲ୍ଲୀ ଦଳ ବିଜୟ ହାସଲ କରିଛନ୍ତି। ଏଥିସହ ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ଗ୍ରୁପ୍‌ ଏ’ର ଶୀର୍ଷ ଦଳ ପଞ୍ଜାବ ପ୍ରଥମ ସେମିଫାଇନାଲରେ ଗ୍ରୁପ୍‌ ବି’ର ଦ୍ୱିତୀୟ ଦଳ ମେଘାଳୟକୁ ଭେଟିବ। ସେହିପରି ଗ୍ରୁପ୍‌ ବି’ର ଶୀର୍ଷ ଦଳ ସର୍ଭିସେସ୍‌ ଦ୍ୱିତୀୟ ସେମିଫାଇନାଲରେ ଗ୍ରୁପ୍‌ ଏ’ର ଦ୍ୱିତୀୟ ସ୍ଥାନୀୟ ଦଳ କର୍ନାଟକ ସହିତ ମୁକାବିଲା କରିବ। ୨ଟି ଯାକ ସେମିଫାଇନାଲ ମାର୍ଚ୍ଚ ୧ରେ ସାଉଦି ଆରବର କିଙ୍ଗ୍‌ ଫହଦ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଫାଇନାଲ ଏହି ଭେନ୍ୟୁରେ ୪ ତାରିଖରେ ଖେଳାଯିବ। ସୂଚନାଯୋଗ୍ୟ, ମେଘାଳୟ ପ୍ରଥମଥର ପାଇଁ ସନ୍ତୋଷ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି।
କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ସୋମବାର ଅନୁଷ୍ଠିତ ମ୍ୟାଚ୍‌ରେ ସର୍ଭିସେସ୍‌ ୪-୦ ଗୋଲରେ ରେଲ୍‌ଓ୍ବେକୁ ପରାସ୍ତ କରିଛି। ଏଥିରେ ପରାଜୟ ଫଳରେ ରେଲ୍‌ଓ୍ବେର ସେମିଫାଇନାଲ ଆଶା ଧୂଳିସାତ୍‌ ହୋଇଛି। ପ୍ରଥମ ଅଧଘଣ୍ଟା ତୀବ୍ର ସଂଘର୍ଷ ପରେ ବିଜୟୀ ଦଳ ପକ୍ଷରୁ ଓନିଅମ ଗୌତମ ସିଂ ୩୨ ଓ ୪୯ ଏବଂ ଆଦର୍ଶ ମତ୍ତୁମଲ ୩୪ ଓ ୬୫ତମ ମିନିଟରେ ୨ଟି ଲେଖାଏ ଗୋଲ ଦେଇଥିଲେ। ଉତ୍ତମ ପ୍ରଦର୍ଶନ ପାଇଁ ଆଦର୍ଶ ମତ୍ତୁମଲ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଆୟୋଜିତ ଅନ୍ୟ ଏକ ମ୍ୟାଚ୍‌ରେ ମେଘାଳୟ ୨-୧ ଗୋଲରେ ପଶ୍ଚିମବଙ୍ଗକୁ ହରାଇ ଦେଇଛି। ପଶ୍ଚିମବଙ୍ଗ ପକ୍ଷରୁ ସୌଗତ ହାଂସ୍‌ଦା ୩୬ତମ ମିନିଟ୍‌ରେ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ମେଘାଳୟ ପକ୍ଷରୁ ଆଲେନ କାମ୍ପର ଲିଙ୍ଗ୍‌ଡୋ ନୋଙ୍ଗବ୍ରି ୪୪ତମ ମିନିଟ୍‌ରେ ଗୋଲଟି ପରିଶୋଧ କରିଦେଇଥିଲେ। ଏହି ଦଳର ନିକେଲସନ ବିନା ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍‌ ୪୫+୩ ମିନିଟ୍‌ରେ ଦେଇଥିବା ଗୋଲ୍‌ଟି ନିର୍ଣ୍ଣାୟକ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଖେଳ ଖୁବ୍‌ ରୋମାଞ୍ଚକ ହୋଇଥିଲେ ହେଁ କେହି ଗୋଲ ଦେଇପାରି ନ ଥିଲେ। ମେଘାଳୟର ନିକେଲସନ ବିନା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ଦିଲ୍ଲୀ ୨-୦ ଗୋଲରେ ମଣିପୁରକୁ ହରାଇ ଦେଇଛି। ଦିଲ୍ଲୀ ଦଳର ଅଜୟ ସିଂ ୧୮ ଓ ୪୫+୧ ମିନିଟ୍‌ରେ ୨ଟି ଯାକ ଗୋଲ ଦେଇଥିଲେ। ଫଳରେ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡରେ ଦିଲ୍ଲୀର ଏହା ଥିଲା ପ୍ରଥମ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri