Posted inଖେଳ

ସନ୍ତୋଷ ଟ୍ରଫି ସେମିଫାଇନାଲ ଚୂଡ଼ାନ୍ତ

ଭୁବନେଶ୍ୱର, ୨୧।୨(କ୍ରୀଡ଼ା ପ୍ରତିନିଧି): ସନ୍ତୋଷ ଟ୍ରଫି ଫୁଟ୍‌ବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡ ଏଠାରେ ଶେଷ ହୋଇଛି। ସୋମବାର ଅନୁଷ୍ଠିତ ଗ୍ରୁପ୍‌ ବି’ର ୩ଟି ମ୍ୟାଚ୍‌ରେ ସର୍ଭିସେସ୍‌, ମେଘାଳୟ ଓ ଦିଲ୍ଲୀ ଦଳ ବିଜୟ ହାସଲ କରିଛନ୍ତି। ଏଥିସହ ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ଗ୍ରୁପ୍‌ ଏ’ର ଶୀର୍ଷ ଦଳ ପଞ୍ଜାବ ପ୍ରଥମ ସେମିଫାଇନାଲରେ ଗ୍ରୁପ୍‌ ବି’ର ଦ୍ୱିତୀୟ ଦଳ ମେଘାଳୟକୁ ଭେଟିବ। ସେହିପରି ଗ୍ରୁପ୍‌ ବି’ର ଶୀର୍ଷ ଦଳ ସର୍ଭିସେସ୍‌ ଦ୍ୱିତୀୟ ସେମିଫାଇନାଲରେ ଗ୍ରୁପ୍‌ ଏ’ର ଦ୍ୱିତୀୟ ସ୍ଥାନୀୟ ଦଳ କର୍ନାଟକ ସହିତ ମୁକାବିଲା କରିବ। ୨ଟି ଯାକ ସେମିଫାଇନାଲ ମାର୍ଚ୍ଚ ୧ରେ ସାଉଦି ଆରବର କିଙ୍ଗ୍‌ ଫହଦ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଫାଇନାଲ ଏହି ଭେନ୍ୟୁରେ ୪ ତାରିଖରେ ଖେଳାଯିବ। ସୂଚନାଯୋଗ୍ୟ, ମେଘାଳୟ ପ୍ରଥମଥର ପାଇଁ ସନ୍ତୋଷ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି।
କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ସୋମବାର ଅନୁଷ୍ଠିତ ମ୍ୟାଚ୍‌ରେ ସର୍ଭିସେସ୍‌ ୪-୦ ଗୋଲରେ ରେଲ୍‌ଓ୍ବେକୁ ପରାସ୍ତ କରିଛି। ଏଥିରେ ପରାଜୟ ଫଳରେ ରେଲ୍‌ଓ୍ବେର ସେମିଫାଇନାଲ ଆଶା ଧୂଳିସାତ୍‌ ହୋଇଛି। ପ୍ରଥମ ଅଧଘଣ୍ଟା ତୀବ୍ର ସଂଘର୍ଷ ପରେ ବିଜୟୀ ଦଳ ପକ୍ଷରୁ ଓନିଅମ ଗୌତମ ସିଂ ୩୨ ଓ ୪୯ ଏବଂ ଆଦର୍ଶ ମତ୍ତୁମଲ ୩୪ ଓ ୬୫ତମ ମିନିଟରେ ୨ଟି ଲେଖାଏ ଗୋଲ ଦେଇଥିଲେ। ଉତ୍ତମ ପ୍ରଦର୍ଶନ ପାଇଁ ଆଦର୍ଶ ମତ୍ତୁମଲ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଆୟୋଜିତ ଅନ୍ୟ ଏକ ମ୍ୟାଚ୍‌ରେ ମେଘାଳୟ ୨-୧ ଗୋଲରେ ପଶ୍ଚିମବଙ୍ଗକୁ ହରାଇ ଦେଇଛି। ପଶ୍ଚିମବଙ୍ଗ ପକ୍ଷରୁ ସୌଗତ ହାଂସ୍‌ଦା ୩୬ତମ ମିନିଟ୍‌ରେ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ମେଘାଳୟ ପକ୍ଷରୁ ଆଲେନ କାମ୍ପର ଲିଙ୍ଗ୍‌ଡୋ ନୋଙ୍ଗବ୍ରି ୪୪ତମ ମିନିଟ୍‌ରେ ଗୋଲଟି ପରିଶୋଧ କରିଦେଇଥିଲେ। ଏହି ଦଳର ନିକେଲସନ ବିନା ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍‌ ୪୫+୩ ମିନିଟ୍‌ରେ ଦେଇଥିବା ଗୋଲ୍‌ଟି ନିର୍ଣ୍ଣାୟକ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଖେଳ ଖୁବ୍‌ ରୋମାଞ୍ଚକ ହୋଇଥିଲେ ହେଁ କେହି ଗୋଲ ଦେଇପାରି ନ ଥିଲେ। ମେଘାଳୟର ନିକେଲସନ ବିନା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ଦିଲ୍ଲୀ ୨-୦ ଗୋଲରେ ମଣିପୁରକୁ ହରାଇ ଦେଇଛି। ଦିଲ୍ଲୀ ଦଳର ଅଜୟ ସିଂ ୧୮ ଓ ୪୫+୧ ମିନିଟ୍‌ରେ ୨ଟି ଯାକ ଗୋଲ ଦେଇଥିଲେ। ଫଳରେ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡରେ ଦିଲ୍ଲୀର ଏହା ଥିଲା ପ୍ରଥମ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri