Posted inଖେଳ

ସନ୍ତୋଷ ଟ୍ରଫି ଫୁଟ୍‌ବଲ

ଘରୋଇ ଫୁଟ୍‌ବଲର ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ସନ୍ତୋଷ ଟ୍ରଫି ୨୦୨୨-୨୩ ସିଜନର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରତିଯୋଗିତାର ନକ୍‌ଆଉଟ ମ୍ୟାଚଗୁଡ଼ିକ ସାଉଦି ଆରବର କିଙ୍ଗ୍‌ ଫହଦ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ପ୍ରଥମ ସେମିଫାଇନାଲରେ ପଞ୍ଜାବକୁ ହରାଇ ମେଘାଳୟ ଏବଂ ଦ୍ୱିତୀୟ ସେମିରେ ସର୍ଭିସେସ୍‌କୁ ପରାସ୍ତ କରି କର୍ନାଟକ ଫାଇନାଲରେ ପ୍ରବେଶ କରିଛି…

ଘରୋଇ ଫୁଟବଲର ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ସନ୍ତୋଷ ଟ୍ରଫି ୨୦୨୨-୨୩ ସିଜନର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରତିଯୋଗିତାର ନକ୍‌ଆଉଟ ମ୍ୟାଚଗୁଡ଼ିକ ସାଉଦି ଆରବର କିଙ୍ଗ୍‌ ଫହଦ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ପ୍ରଥମ ସେମିଫାଇନାଲରେ ପଞ୍ଜାବକୁ ହରାଇ ମେଘାଳୟ ଏବଂ ଦ୍ୱିତୀୟ ସେମିରେ ସର୍ଭିସେସ୍‌କୁ ପରାସ୍ତ କରି କର୍ନାଟକ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ଶନିବାର ଫାଇନାଲ ଅନୁଷ୍ଠିତ ହେବ। ମେଘାଳୟ ପ୍ରଥମଥରପାଇଁ ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ ଇତିହାସ ରଚିଛି।
ପ୍ରତିଯୋଗିତାର ଅନ୍ତିମ ରାଉଣ୍ଡ ପର୍ଯ୍ୟାୟ ଭୁବନେଶ୍ୱରର ୩ଟି ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। ଫ୍ରାଞ୍ଚାଇଜ୍‌ଭିତ୍ତିକ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସିର ମ୍ୟାଚଗୁଡ଼ିକ ପରି ଏଥର ସନ୍ତୋଷ ଟ୍ରଫି ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଥିଲା। ସନ୍ତୋଷ ଟ୍ରଫି ଭାରତରେ ୧୯୪୧ରୁ ଆରମ୍ଭ ହୋଇଥିଲା। ମହାରାଜା ସାର୍‌ ମନ୍ମଥ ନାଥ ରାୟ ଚୌଧୁରୀଙ୍କ ନାମ ଅନୁସାରେ ଏହାର ନାମକରଣ ହୋଇଥିଲା। ରନରଅପ୍‌ ଟ୍ରଫିର ନାମ କମଲା ଗୁପ୍ତା ରଖାଯାଇଛି। ସନ୍ତୋଷ ଟ୍ରଫିରେ ବେଙ୍ଗଲ ୩୧ଥର, ପଞ୍ଜାବ ୮ ଥର, କେରଳ ଓ ଗୋଆ ୫ ଥର ଲେଖାଏ ଚାମ୍ପିୟନ ହୋଇଛନ୍ତି। ଏଥରକୁ ମିଶାଇ ଓଡ଼ିଶାରେ ମୋଟ ୪ର୍ଥ ଥରପାଇଁ ସନ୍ତୋଷ ଟ୍ରଫି ଆୟୋଜିତ ହୋଇଛି। ପୂର୍ବରୁ ୩ ଥର କଟକର ବାରବାଟୀ ଷ୍ଟାଡିୟମରେ ଏହା ୧୯୬୭, ୧୯୮୦ ଓ ୧୯୯୪ରେ ଅନୁଷ୍ଠିତ ହୋଇଥିଲା। ଆଇଏସ୍‌ଏଲ୍‌ ଏବଂ ଆଇ-ଲିଗ୍‌ ଆରମ୍ଭ ହେବାପରେ ସର୍ବଭାରତୀୟ ଫୁଟବଲ ଫେଡେରେଶନ ପକ୍ଷରୁ ସନ୍ତୋଷ ଟ୍ରଫିର ନିୟମରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ବାରବାଟୀରେ ଅନୁଷ୍ଠିତ ମ୍ୟାଚଗୁଡ଼ିକରେ ଭାରତର ନାମଜାଦା ଖେଳାଳିମାନେ ଅଂଶଗ୍ରହଣ କରୁଥିଲେ। ମାତ୍ର ଆଇଏସ୍‌ଏଲ୍‌ ଏବଂ ଆଇ-ଲିଗ୍‌ର ପ୍ରଚଳନ ପରେ ସନ୍ତୋଷ ଟ୍ରଫିରେ ଆଉ ନାମୀ ଖେଳାଳିଙ୍କ ଅଂଶଗ୍ରହଣ ଦେଖିବାକୁ ମିଳୁନାହିଁ।
ସନ୍ତୋଷ ଟ୍ରଫିକୁ ଅଧିକ ଆକର୍ଷଣୀୟ କରିବାପାଇଁ ଏଆଇଏଫ୍‌ଏଫ୍‌ ସଭାପତି ତଥା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି କଲ୍ୟାଣ ଚୌବେ ଏଥର ନକ୍‌ଆଉଟ୍‌ ମ୍ୟାଚଗୁଡ଼ିକୁ ବିଦେଶରେ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଏବେ ସାଉଦି ଆରବରେ ମ୍ୟାଚ ଖେଳାଯାଉଛି। ଖେଳାଳିଙ୍କ ପାଇଁ ଏହା ନିଶ୍ଚିତ ଉତ୍ସାହଜନକ ପଦକ୍ଷେପ। ଓଡ଼ିଶା ଦଳ ଯୋଗ୍ୟତା ହାସଲ ଟୁର୍ନାମେଣ୍ଟ ଏବଂ ଲିଗ୍‌ର ଅନ୍ତିମ ପର୍ଯ୍ୟାୟରେ ଭଲ ଖେଳିଥିଲା। ମହାରାଷ୍ଟ୍ର ଏବଂ କର୍ନାଟକ ସହିତ ମ୍ୟାଚ ଡ୍ର ରଖି ଗୋଆକୁ ପରାସ୍ତ କରିଥିଲା। ଦୁର୍ଭାଗ୍ୟଜନକଭାବେ କେରଳ ଓ ପଞ୍ଜାବ ନିକଟରୁ ହାରିଯିବାରୁ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ସନ୍ତୋଷ ଟ୍ରଫି ପାଇଁ ପ୍ରଚାର ଓ ପ୍ରସାର କମ୍‌ ରହିଥିବା ପରି ମନେ ହୋଇଥିଲା। ଫୁଟବଲ ଏକ ଲୋକପ୍ରିୟ ଖେଳ ହୋଇଥିବାରୁ ଷ୍ଟାଡିୟମରେ ଦର୍ଶକ ରହିଥିଲେ ଓଡ଼ିଶା ଦଳ ନିଶ୍ଚିତ ଆହୁରି ଭଲ ପ୍ରଦର୍ଶନ କରି ପାରିଥାନ୍ତା। ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସିକୁ ଯେପରି ପ୍ରୋତ୍ସାହନ ଦିଆଯାଉଛି ରାଜ୍ୟ ସରକାର ସେପରି ସୁବିଧା ସୁଯୋଗ ଦେଲେ ସନ୍ତୋଷ ଟ୍ରଫି ପାଇଁ ମନୋନୀତ ଓଡ଼ିଶା ଦଳ ନିଶ୍ଚିତ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିପାରିବ ଏବଂ ଫାଇନାଲକୁ ଯାଇପାରିବ।

ପ୍ରଫୁଲ୍ଲ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri