ସଂସ୍କୃତଭାଷୀ ହନୁମାନ

ଯଦି ପୁରାଣକୁ ଇତିହାସ ଭାବେ ଗ୍ରହଣ କରାଯାଏ, ତେବେ ହନୁମାନଙ୍କର କେବଳ ଗୋଟିଏ ଜନ୍ମସ୍ଥାନ ରହିପାରେ, ଅନେକ ନୁହେଁ। କିଛି ବର୍ଷ ପୂର୍ବେ ଗେରୁଆ ପୋଷାକ ପିନ୍ଧିଥିବା ଆଭିଜାତ୍ୟ ବର୍ଗର ହିନ୍ଦୁ ପୁରୁଷ ନେତାଙ୍କ ଏକ ଗୋଷ୍ଠୀ ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ଏକତ୍ରିତ ହୋଇଥିଲେ। ସେମାନେ ହନୁମାନଙ୍କ ଜନ୍ମ ସ୍ଥାନ କର୍ନାଟକ(ଦୁଇଟି ସ୍ଥାନ), ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବୋଲି ଦାବି କରିଥିଲେ। ଦୀର୍ଘଦିନ ହେଲା ସାଧୁମାନେ ମଧ୍ୟ ଏ ସମ୍ପର୍କରେ ଯୁକ୍ତି କରିବା ସହ ପରସ୍ପରକୁ କଟାକ୍ଷ କରୁଥିଲେ। ଏହି ସମସ୍ୟାର ସମାଧାନ ଅଧୁରା ରହିଗଲା। ବିଶ୍ୱାସ ରାଜନୀତିକୁ ଜୟ କରିଗଲା।
ପୁରାଣକୁ ଇତିହାସରେ ପରିଣତ କଲେ ଜନ୍ମସ୍ଥାନ ସମେତ ଅନେକ ସମସ୍ୟା ସାମ୍ନାକୁ ଆସେ। ଅର୍ଥାତ୍‌ ହନୁମାନଙ୍କର ପ୍ରକୃତରେ ଲାଞ୍ଜ ଅଛି କି ଏବଂ ଆକାଶରେ ଏକ ପର୍ବତ ଧରି ସେ ଯାଇପାରିବେ କି? କିମ୍ବା ଏହା ଏକ କାଳ୍ପନିକ ରୂପାୟନ କି? ଯେଉଁମାନେ ଇତିହାସକୁ ଭଲପାଆନ୍ତି,ସେମାନେ କାଳ୍ପନିକ କଥା ଏବଂ ପ୍ରତୀକକୁ ଗ୍ରହଣ କରନ୍ତି ନାହିଁ। ସେମାନେ ଲିଖିତ ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ ପଢ଼ିବାକୁ ଆଗ୍ରହ ପ୍ରକାଶ କରନ୍ତି। ବାଲ୍ମୀକିଙ୍କ ପୁରାତନ ସଂସ୍କୃତ କାବ୍ୟ ରାବଣ ଏବଂ ହନୁମାନଙ୍କ ମଧ୍ୟରେ ଏକ ଭିନ୍ନତା ସୃଷ୍ଟି କରେ। ଉଭୟ ସଂସ୍କୃତ ପଣ୍ଡିତ, ତଥାପି ଏହା ସ୍ପଷ୍ଟ ଯେ ରାବଣ ଜଣେ ବ୍ରାହ୍ମଣ ହୋଇଥିବାବେଳେ ହନୁମାନଙ୍କ ଜାତିର କୌଣସି ନିଶ୍ଚିତତା ନାହିଁ। ଏକବିଂଶ ଶତାବ୍ଦୀରେ ନିର୍ମିତ ମୂର୍ତ୍ତିରେ ଉପବୀତ(ପବିତ୍ର ସୂତା) ପିନ୍ଧିଥିବାର ଦେଖାଯାଆନ୍ତି। କିନ୍ତୁ ମଧ୍ୟଯୁଗୀୟ ଦକ୍ଷିଣ ଭାରତୀୟ କଳାରେ ତାଙ୍କ ଜଙ୍ଘ କିମ୍ବା ଲାଞ୍ଜରେ ଘଣ୍ଟି ଝୁଲୁଥିବା ଦେଖାଯାଏ। ଏହାର କାରଣ କେବଳ ଆଲୋଚନାରେ ରହିଯାଉଛି, କେବେ ବି ସ୍ପଷ୍ଟ କରାଯାଉ ନାହିଁ।
ଆମେ ସମସ୍ତେ ଆମର କଳ୍ପନା ଅନୁଯାୟୀ ହନୁମାନଙ୍କୁ ଜଣେ ଜଙ୍ଗଲ ନିବାସୀ (ଆଦିବାସୀ) ଭାବେ ଦେଖିବାକୁ ଚାହୁଁ । କିନ୍ତୁ ରାମାୟଣ ଅନୁଯାୟୀ ହନୁମାନ ଶୁଦ୍ଧ ସଂସ୍କୃତ କହି ରାବଣକୁ ବିସ୍ମିତ କରିଛନ୍ତିି। ସଂସ୍କୃତ ଭାଷଣ କେବଳ ଆଭିଜାତ୍ୟ ବର୍ଗଙ୍କ ମଧ୍ୟରେ ସୀମିତ ଥିଲା। ହନୁମାନ ସଂସ୍କୃତରେ ରାମଙ୍କୁ ନିଜର ପରିଚୟ ପ୍ରଦାନ କରିଛନ୍ତି। ରାବଣ ହିଁ କେବଳ ସଂସ୍କୃତ କହେ ବୋଲି ସୀତା ଶୁଣିଥିବାରୁ ସେ କେଉଁ ଭାଷାରେ ସୀତାଙ୍କ ସହ କଥା ହେବା ଉଚିତ ବୋଲି ହନୁମାନ ସଂଶୟରେ ପଡ଼ିଛନ୍ତି। । କେବଳ ଏତିକି ନୁହେଁ ହନୁମାନଙ୍କୁ ଛଦ୍ମବେଶୀ ରାବଣ ବୋଲି ସୀତା ଭାବିପାରନ୍ତି ବୋଲି ତାଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ଅନ୍ୟକୌଣସି ବାନର-ସେନା ସଂସ୍କୃତ କଥା କୁହନ୍ତି ନାହିଁ। କେବଳ ହନୁମାନ କାହିଁକ କୁହନ୍ତିି? ସେ ଜଣେ ବ୍ରାହ୍ମଣ ବୋଲି ଏହା ଇଙ୍ଗିତ କରେ କି? ସୂର୍ଯ୍ୟ-ଦେବତାଙ୍କଠାରୁ ହନୁମାନ ସଂସ୍କୃତ ଶିକ୍ଷା କରିବାର କାହାଣୀ ମଧ୍ୟ ରହିଛି। ମାଙ୍କଡ଼ମାନଙ୍କୁ ବୈଦିକ ଦେବତାମାନଙ୍କ ସନ୍ତାନ ବୋଲି ବର୍ଣ୍ଣନା କରାଯାଇଛି। ଏହା ସେମାନଙ୍କୁ ଆର୍ଯ୍ୟ, ଦ୍ରାବିଡ଼, ବ୍ରାହ୍ମଣ, ଦଳିତ କିମ୍ବା ଜଙ୍ଗଲରେ ବାସ କରୁଥିବା ଜନଜାତିର ପରିଚୟ ପ୍ରଦାନ କରେ କି? ରାମାୟଣର ଖଳ ନାୟକ ଜଣେ ବ୍ରାହ୍ମଣ ବୋଲି ସ୍ପଷ୍ଟ ଭାବରେ ସୂଚିତ କରାଯାଇଥିବାବେଳେ ହନୁମାନଙ୍କ ପରି ଚରିତ୍ରକୁ ବିଭିନ୍ନ ସମ୍ପ୍ରଦାୟର ବୋଲି ଗ୍ରହଣ କରାଯାଇଛିି। ବେଳେବେଳେ ତାଙ୍କୁ ଉପବୀତ ପିନ୍ଧାଇ, କେବେ ଗୋଡରେ ଘଣ୍ଟି ଲଗାଇ ଉପସ୍ଥାପିତ କରାଯାଇଛି। ଏବେ କୁସ୍ତିଯୋଦ୍ଧାମାନେ ପାରମ୍ପରିକ ଜିମ୍ନାସିୟମ(ଆଖଡ଼ା) ରେ ହନୁମାନଙ୍କୁ ପୂଜା କରନ୍ତି କାରଣ ନାଗା ଯୋଦ୍ଧା-ଯୋଗୀମାନେ ହନୁମାନଙ୍କୁ ଶୈବ ଭୈରବଙ୍କ ବୈଷ୍ଣବ ରୂପ ଭାବରେ ଦେଖନ୍ତି, ଯିଏ ରାମଙ୍କୁ ସାହାଯ୍ୟ କରିବାକୁ ମର୍ତ୍ତ୍ୟକୁ ଆସିଥିଲେ। ଐତିହାସିକମାନେ କୁହନ୍ତି ଯେ ଯେତେବେଳେ ସିରାଜଦ୍ଦୌଲା ବ୍ରିଟିଶମାନଙ୍କ ବିରୋଧରେ ଯୁଦ୍ଧ କରିଥିଲେ ସେତେବେଳେ ତାଙ୍କ ସୈନ୍ୟବାହିନୀରେ ହନୁମାନ-ପୂଜା କରୁଥିବା ନାଗାମାନେ ରହିଥିଲେ। ଏସବୁ ବିଷୟଗୁଡ଼ିକ ହନୁମାନଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ।
ବାଲ୍ମୀକି ହନୁମାନଙ୍କୁ ଜଣେ ବନବାସୀ, ସଂସ୍କୃତ ଭାଷୀ, ରୂପ ବଦଳାଉଥିବା ବ୍ରହ୍ମଚାରୀ ଭାବେ ଉଲ୍ଲେଖ କରିଛନ୍ତି। ଦକ୍ଷିଣ ଭାରତୀୟ କଳାରେ ସେ ରାମଙ୍କ ପରି ସବୁଜ ରଙ୍ଗରେ ରଙ୍ଗିତ ହୋଇଛନ୍ତି। ଉତ୍ତର ଭାରତରେ ହନୁମାନ ଗେରୁଆ ରଙ୍ଗ ହୋଇଥିବାବେଳେ ରାମ ନୀଳ (ଏବଂ ବର୍ତ୍ତମାନ ମାର୍ବଲ ପରି ଧଳା)। ଦକ୍ଷିଣ-ପୂର୍ବ ଏସିଆରେ ହନୁମାନଙ୍କୁ ଭିନ୍ନ ଭାବରେ କଳ୍ପନା କରାଯାଇଥାଏ। ଜଣେ ବୌଦ୍ଧ ଭିକ୍ଷୁ, ତାନ୍ତ୍ରିକ ପଣ୍ଡିତ ଏବଂ ବୈଦିକ ପୁରୋହିତ ଭାବେ ତାଙ୍କର ସମସ୍ତ ଗୁଣ ଥିବା ପରି ମନେହୁଏ। ରାମାୟଣର ଜୈନ ସଂସ୍କରଣରେ ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆର ହନୁମାନ ଭିନ୍ନ ରୂପରେ ଦୃଶ୍ୟମାନ ହୋଇଥାଆନ୍ତି।
ଭାରତୀୟ କାହାଣୀରେ ହନୁମାନଙ୍କୁ ଜଣେ ବୀର ବାନର, ଶିବଙ୍କ ଅବତାର ବୋଲି ବର୍ଣ୍ଣନା କରାଯାଇଛି। ତାଙ୍କର କୌଣସି କାମନା ନ ଥିଲା। ଅନ୍ୟପକ୍ଷରେ ରାବଣ ସମ୍ପୂର୍ଣ୍ଣ ବିପରୀତ। ସେ ଜଣେ ଯୋଦ୍ଧା-ପୁରୋହିତ, ଯାହାଙ୍କର ଅନେକ ପତ୍ନୀ, ଧନ ଅଛି ଏବଂ ସେ ଶିବଙ୍କର ଜଣେ ଭକ୍ତ ହୋଇଥିଲେ ମଧ୍ୟ ଅଧିକ ଧନ, ଶକ୍ତି ଏବଂ ଭୋଗ ପାଇଁ ଲୋଭୀ ଥିଲା। ରାବଣର ବ୍ରାହ୍ମଣ ସ୍ବଭାବ ବାରମ୍ବାର ବର୍ଣ୍ଣନା କରାଯାଇଛି। ଆଜି ମଧ୍ୟ ଉତ୍ତର ଭାରତରେ ଅନେକ ବ୍ରାହ୍ମଣ ସମ୍ପ୍ରଦାୟ ରାବଣ ପାଇଁ ଦଶହରାରେ ଶ୍ରାଦ୍ଧ ଦେଇଥାନ୍ତି । ସେମାନଙ୍କ ଯୁକ୍ତି ଯେ ରାବଣଙ୍କୁ ଖାଇବାକୁ ଦେବା ପାଇଁ ତାଙ୍କର ପିତୃଲୋକରେ କେହି ଜଣେ ହେଲେ ସନ୍ତାନ ନାହାନ୍ତି। ଉତ୍ତର ଭାରତୀୟ ବ୍ରାହ୍ମଣମାନଙ୍କ ମଧ୍ୟରୁ ଅନେକେ ବ୍ରାହ୍ମଣ ରାବଣକୁ ରାମ ହତ୍ୟା କରିବା ପାପରୁ ମୁକ୍ତ କରିବାର ରୀତିନୀତି ପାଳନକୁ ଗ୍ରହଣ କରନ୍ତି। ଅନେକେ ମଧ୍ୟ ଏହା କରିବାକୁ ମନା କରିଥାନ୍ତି। ଯଦି ବ୍ରାହ୍ମଣ ରାବଣଙ୍କୁ ଶିବଙ୍କର ଜଣେ ଉପାସକ ରୂପେ ଦେଖାଯାଏ, ତେବେ ତାଙ୍କ ଭାଇ ବିଭୀଷଣଙ୍କୁ ବିଷ୍ଣୁଙ୍କର ଜଣେ ଭକ୍ତ ଭାବେ ଦେଖାଯାଏ। ଯଦି ପୃଥିବୀରେ କ୍ଷତ୍ରିୟ ବଂଶର ରାମଙ୍କୁ ବିଷ୍ଣୁ ଭାବେ ଦେଖାଯାଏ, ତେବେ ଜଙ୍ଗଲରେ ବାସ କରୁଥିବା ସଂସ୍କୃତଭାଷୀ ହନୁମାନ ପୃଥିବୀରେ ଶିବ।
ଯେତେବେଳେ ତୁମେ ହନୁମାନକୁ ଜଣେ ସାଙ୍କେତିକ ଚରିତ୍ର ବଦଳରେ ଏକ ଐତିହାସିକ ବ୍ୟକ୍ତିତ୍ୱରେ ପରିଣତ କର, ସେତେବେଳେ ହନୁମାନଙ୍କଠାରେ ସନ୍ନିବେଶିତ ଗଭୀର କାଳ୍ପନିକ ଏବଂ ସାଂସ୍କୃତିକ ଗୁରୁତ୍ୱ ଦୂର ହୋଇଯାଏ। ରାଜନେତା ଏବଂ ସେମାନଙ୍କ ସମର୍ଥକମାନେ ପୁରାଣ ବିରୋଧରେ ଉଚ୍ଚସ୍ବରରେ କହୁଥିବାବେଳେ ସେମାନେ ହନୁମାନଙ୍କୁ ଐତିହାସିକ ବ୍ୟକ୍ତିତ୍ୱ ଭାବେ ବିଚାର କରିଥାନ୍ତି। କିନ୍ତୁ ବାଲ୍ମୀକିି ହନୁମାନଙ୍କୁ ଏକ ଗଭୀର ବିଚାରଧାରା ସହ ସଂଯୋଜିତ କରିବାକୁ ଚାହିଁଥିଲେ। ତାଙ୍କ ବିଚାରରେ ସେ ଜଣେ ଅଭିଳାଷବିହୀନ ଶକ୍ତିଶାଳୀ ବ୍ୟକ୍ତିତ୍ୱ। ସେ ଅସହାୟଙ୍କୁ ସାହାଯ୍ୟ କରି ସେମାନଙ୍କୁ ଚିରଋଣୀ କରିଦିଅନ୍ତି ଏବଂ ଯଦି ସେମାନେ ମୁକ୍ତି ଚାହାନ୍ତି ତେବେ ଆଗକୁ ଏହି ଋଣ ପରିଶୋଧ କରିବାକୁ କହିଥାନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri