ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପଦୋନ୍ନତି ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସ୍ବତନ୍ତ୍ର ଶାସନ ସଚିବଙ୍କ ଦସ୍ତଖତ ଅନୁଯାୟୀ ଚିଠି ନଂ. ୩୧୮୩୪/୨୬ ପ୍ରକାରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୬ ବ୍ୟାଚ୍ର ଓଏଏସ୍ ଅଫିସର ଜିତେନ୍ଦ୍ର ପୂର୍ବରୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ବିଡିଓ ଭାବେ ଦାୟିତ୍ୱ ତୁଲାଇଥିଲେ। ଗତ ୨୦୨୩ ଅକ୍ଟୋବରରୁ ସେ ପ୍ରାୟ ୩ ବର୍ଷ ହେଲା ସାନଖେମୁଣ୍ଡି ବ୍ଲକର ବିଡ଼ିଓ ଭାବେ ଦାୟିତ୍ୱ ଭାର ଗ୍ରହଣ କରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳ ରୂପାୟନ ପାଇଁ ତାଙ୍କ ଉଦ୍ୟମରେ ବହୁ ସଂଖ୍ୟକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ଯୋଜନାରେ ସରକାରୀ ସହାୟତା ପ୍ରଦାନ ସହ ସମସ୍ତ ପଞ୍ଚାୟତରେ ରହିଥିବା ମୌଳିକ ସମସ୍ୟାର ତ୍ୱରିତ ସମାଧାନ କରାଯାଇ ଗ୍ରାମାଞ୍ଚଳ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗରେ ପ୍ରଶାସନିକ ନୀତି ନିୟମ ଅନୁଯାୟୀ ସେ କାର୍ଯ୍ୟ କରିଥିବା ତାଙ୍କ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି।